ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବଡ଼ କଥାଟେ କହିଲେ ପଞ୍ଚଦଶ ଆୟୋଗ

0
  • ଜିଏସ୍‌ଟି ଏକ ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ନୁହେଁ
  • ସଂଘୀୟ ବ୍ୟବସ୍ଥା ଅନୁପାଳନକୁ ଗୁରୁତ୍ବ
  • ନୀତି ଆୟୋଗ ପୁନର୍ବିନ୍ୟାସ ଜରୁରୀ ହୋଇଛି

ନୂଆଦିଲ୍ଲୀ: ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ କଣ? ଏହା କେତେ ସରଳ ଓ ପ୍ରଭାବୀ? ଏଭଳି କିଛି ପ୍ରସଙ୍ଗ ଉପରେ ତଥାପି ତୃଣମୂଳସ୍ତରରେ ବିତର୍କ ଚାଲିଛି। ଠିକ୍ ଏମିତି ଏକ ସମୟରେ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ କେ ସିଂହ ଏକ ବଡ଼ ପ୍ରସଙ୍ଗ ଦେଶ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ ଜିଏସ୍‌ଟି ଏକ ସିଦ୍ଧ ପ୍ରଣାଳୀ ବା ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ଆଦୌ ନୁହେଁ। ଏଥିରେ ପରିବର୍ତ୍ତନ ଆବଶ୍ୟକ କରୁଛି। ମୁଖ୍ୟତଃ ତିନିଟି ପରିବର୍ତ୍ତନ ନିହାତି ଜରୁରୀ। ତାହା ହେଉଛି ବୈଷୟିକ ବ୍ୟବସ୍ଥାର ଗୁଣବତ୍ତା ଏବଂ ଇନଭଏସ୍ ମିଳାଇବା କ୍ଷେତ୍ରରେ ଉନ୍ନତି ଅଣାଯିବା ଦରକାର। କେବଳ ସେତିକି ନୁହେଁ, ଅଧିକ ଟିକସ ହାର ଯୁକ୍ତିଯୁକ୍ତକରଣ ଏବଂ ଛାଡରୁ ମୁକ୍ତି ପାଇବା ବିଷୟରେ ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଶ୍ରୀ ସିଂହ କହିଛନ୍ତି, ଚତୁର୍ଦଶ ଆୟୋଗର ସୁପାରିସ କିଛି ରାଜ୍ୟଙ୍କୁ ଖୁସି କରିନଥିଲା, କେନ୍ଦ୍ର ସରକାରଙ୍କୁ ବି। ଯଦିଓ ସେବେ ଟିକସ ଆବଣ୍ଟନ ବ୍ୟବସ୍ଥାକୁ ୩୨ରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଶ୍ରୀ ସିଂହ ଭାଷାକୁ ବିଚାର କଲେ ସୂଚନା ମିଳୁଛି ଯେ ବାସ୍ତବରେ ଭାରତରେ ଏଭଳି ଏକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ପଡ଼ୁଛି, ଯାହା ରାଜସ୍ବ ଆବଣ୍ଟନ ଆଦି ଦୃଷ୍ଟିରୁ ନିରପେକ୍ଷ ରହୁଥିବ। ସେ ସମସ୍ତ ରାଜ୍ୟ ସହିତ ଯୋଗାଯୋଗ କରିବା ବେଳେ ମଧ୍ୟ ଅନୁଭବ କରିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ପ୍ରଶାସନରେ ଯେଭଳି ବିଶ୍ବାସର ସହିତ କାର୍ଯ୍ୟ କରିବା କଥା ତାହା ଅପେକ୍ଷା ଦାର୍ଶନିକ ଦୃଷ୍ଟିକୋଣରୁ ଏହା ବେଶୀ ଚର୍ଚ୍ଚାରେ ରହିଛି। ଏଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ,ଯେମିତିକି କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ କଥାବାର୍ତ୍ତା ହୋଇପାରିବ।

ଶ୍ରୀ ସିଂହ ଏହି ଅବସରରେ ନୀତି ଆୟୋଗରେ ପୁନିର୍ବିନ୍ୟାସ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ କଥାବାର୍ତ୍ତା ପାଇଁ ଏକ ସଂଶୋଧିତ କେନ୍ଦ୍ର-ରାଜ୍ୟ ପରିଷଦ କିମ୍ବା ଏକ ସ୍ବତନ୍ତ୍ର ଅଥବା ଭିନ୍ନ ଢାଞ୍ଚାର ଆବଶ୍ୟକତା ପଡୁଛି।

ତେବେ ମହାମାରୀ ପରବର୍ତ୍ତୀ ପରିସ୍ଥିତିରେ ଅର୍ଥନୀତିରେ ସୁଧାର ପ୍ରକ୍ରିୟା ବେଶ ସକାରାତ୍ମକ ମନେ ହେଉଛି ବୋଲି ସେ ଆଶା ଦେଖାଇଛନ୍ତି। କହିଛନ୍ତି କେନ୍ଦ୍ର-ରାଜ୍ୟଗୁଡିକର ମିଳିତ ଆର୍ଥିକ ନିଅଣ୍ଟ ଏବେ ଜିଡ଼ିପ ବା ମୋଟ ଘରୋଇ ଉତ୍ପାଦର ୧୦ ପ୍ରତିଶତ ଅଟେ। ଏହା ହେଉଛି ବ୍ୟବସ୍ଥା ଭିତରେ ବାରି ହୋଇପଡୁଥିବା ଆର୍ଥିକ ସୁଧାର କ୍ଷେତ୍ରର ସଙ୍କେତ ବୋଲି କୁହାଯାଇପାରେ। ତେବେ ଅଭିବୃଦ୍ଧି ହାରକୁ ୮ ପ୍ରତିଶତରେ ପହଞ୍ଚାଇବାକୁ ହେଲେ ସଞ୍ଚୟ, ପୁଞ୍ଜି ବିନିଯୋଗ ଏବଂ ବର୍ଧିତ ପୁଞ୍ଜି ଉତ୍ପାଦନ ଅନୁପାତରେ ବୃଦ୍ଧି ହେବା ଆବଶ୍ୟକ।

Leave A Reply

Your email address will not be published.