ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

କୁହୁଡି ଆସ୍ତରଣରେ ଅଧା ଓଡ଼ିଶା

0

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି। ଅଧା ଓଡ଼ିଶାରେ ଏଭଳି ଚିତ୍ର ରହିଛି। ବିଶେଷକରି ପାରାଦୀପ, କଟକ, ଚାନ୍ଦବାଲି ଅଞ୍ଚଳରେ ମୁହଁକୁ ମୁହଁ ଦେଖାଯାଇନାହିଁ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚାନ୍ଦବାଲିରେ ଅତି ଘନକୁହୁଡି ପରିଲକ୍ଷିତ ହୋଇଛି। ୨୫ମିଟର ଦୂରତାରେ ମଧ୍ୟ କିଛି ଦୃଶ୍ୟମାନ ହେଉନଥିଲା। ପାରାଦୀପରେ ଏହା ୫୦ ମିଟର ଥିଲା। କଟକରେ ଘନ କୁହୁଡି କାରଣରୁ ୧୦୦ମିଟର ଦୂରତାରେ ମଧ୍ୟ କିଛି ଦେଖାଯାଉନଥିଲା।

ରାଜଧାନୀ ଭୁବନେଶ୍ବର, ନୟାଗଡ, ବାରିପଦା ଆଦି ଅଞ୍ଚଳରେ ହାଲୁକା କୁହୁଡି ଦେଖିବାକୁ ମିଳିଥିଲା। ବାଲେଶ୍ବରରେ କୁହୁଡି ମଧ୍ୟମ ଧରଣର ରହିଥିଲା। ତେବେ ଭୁବନେଶ୍ବର ପଟିଆ ଅଞ୍ଚଳରେ ଟିକିଏ କୁହୁଡି ପରିମାଣ ଅଧିକ ଥିଲା।

ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନିଦିନ ଏଭଳି ଚିତ୍ର ରହିବ। ଓଡ଼ିଶା ଉପରେ ଏବେ ଏକ ଗୁରୁଚାପ ବଳୟ ରହିଛି। ଆକାଶ ନିର୍ମଳ ଥିଲେ ହେଁ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଥିବାରୁ ରାଜ୍ୟରେ ଘନକୁହୁଡିପାଇଁ ପାଗ ଅନୁକୂଳରହିଛି। ଏଥିପାଇଁ ୧୪ ତାରିଖ ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଵାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.