ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ

0

ଭୁବନେଶ୍ବର: ଗତବର୍ଷ ମେ’ ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍‌ଏଚ୍‌ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାର ଶତମୁଖ ହୋଇ ଉଠିଥିଲେ।

୨୦୨୧-୨୨ ବର୍ଷ ପାଇଁ ଆଗତ ହୋଇଥିବା ବଜେଟରେ ଏହା ପ୍ରମାଣିତ ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ସଙ୍କେତ ଦେଇଛି ଯେ ମିସନ ଶକ୍ତି କାର୍ଯ୍ୟକ୍ରମ ପ୍ରତି ହଠାତ୍ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଅର୍ଥ ବରାଦ ହୋଇଛି। ସମଗ୍ର ଦେଶରେ ଓଡ଼ିଶାର ଏହି ମଡ଼େଲ୍ ବ୍ୟବହାର କରି ମହିଳା ଭୋଟକୁ ଏକାଠି କରିବ। ପୂର୍ବରୁ ଉଜ୍ଜ୍ବଳା ଯୋଜନାକୁ ଏଥିପାଇଁ ବ୍ଯବହାର କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣାଇଛନ୍ତି ଯେ ଓଡ଼ିଶା ଏବେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବେଞ୍ଚ ମାର୍କ। ଓଡ଼ିଶାକୁ କେନ୍ଦ୍ର ସରକାର ଅନୁକରଣ କରୁଛନ୍ତି ବୋଲି ଜଣାଇଛନ୍ତି।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏକଥା ଠଉରାଇ ପାରିଲେଣି ଯେ ହଁ, ବିଜେଡି ଭୋଟରେ ବଡ଼ ଧରଣର ଭାଗ ବସିବ। ପ୍ରତି ଗାଁ ଗାଁରେ ଏସଏଚଜିଙ୍କ ଭିତରେ କଳି ବଢ଼ିପାରେ। ସଂଗଠନ ଦୁଇଭାଗ ହୋଇଯିବା ବିଚିତ୍ର ନୁହେଁ। କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମରେ ବିବାଦ ସୃଷ୍ଟି ହେବାର ଆଶଙ୍କା ବଢ଼ିଯିବ, ଯେବେ ମହିଳାମାନେ କେନ୍ଦ୍ର ଓ ରାଜ୍ୟର ଭଲ କାମ ସଂପର୍କରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିବେ।

ଏହି ମହଲର କହିବା କଥା ହେଉଛି, ଏବେ କେନ୍ଦ୍ର ସରକାର ମିସନ ଶକ୍ତି ଗଠନ କରିବା ପରେ ପ୍ରତି ଗାଁରେ ମହିଳା ସଂଗଠନ ଦୁଇଭାଗ ହୋଇଯିବ। ଆଜିଯାଏ ବିଜେଡି ହାତରେ ଏହି ଭୋଟ ବ୍ୟାଙ୍କର ମାଲିକାନା ରହିଥିଲା। ଏବେ କିନ୍ତୁ ସରକାର ଯଦି ସତର୍କ ନ ହୁଅନ୍ତି, ତେବେ ଏହାର ଫଳାଫଳ ଅବଶ୍ୟ ନିର୍ବାଚନ ଉପରେ ପଡ଼ିବ। କେନ୍ଦ୍ର ସରକାର ଯଦି କିଛି ଭଲ କାର୍ଯ୍ୟକ୍ରମ ହାତକୁ ନେଲେ, ତେବେ ବିଜେଡି କଣ ଦେଇଛି,ତାର ହିସାବ ନିକାସ ଆରମ୍ଭ ହେବ, ପ୍ରତି ଘରେ। ଏହାକୁ ବିଜେଡି ଜଗିବା କଷ୍ଟସାଧ୍ୟ ହୋଇପାରେ।

ଏଠାରେ ଉଲ୍ଲେଖଥାଉକି, ବିଜେଡି ପାଇଁ ମହିଳା ଭୋଟ ବ୍ୟାଙ୍କ ସଜାଡିବା ଏକ ବଡ଼ ଚ୍ଯାଲେଞ୍ଜ ହୋଇଯାଇଛି। ମହିଳା ସଂଗଠନର ଶତ ପ୍ରତିଶତ ପୁନର୍ବିନ୍ୟାସ ହୋଇପାରିନଥିବା ବେଳେ ଏହି ପ୍ରସଙ୍ଗଟି ପୁଣି ଚିନ୍ତା ବଢ଼ାଇ ଦେଲାଣି। ଏହା ଉପରେ ରାଜ୍ୟ ସରକାର ଆଗକୁ କି ପଦକ୍ଷେପ ନେବେ, ସର୍ବୋପରି କେନ୍ଦ୍ରର ଯୋଜନାକୁ ପ୍ରଭାବହୀନ କରିବା ଲାଗି କି ରଣନୀତି ପ୍ରସ୍ତୁତ ହେବ, ତାହା ଦେଖିବା କଥା।

Leave A Reply

Your email address will not be published.