ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଦେଶର ବିକାଶ ନକ୍ସାରେ ଓଡ଼ିଶାର ସ୍ଥାନ ସୁଦୃଢ: ନବୀନ

0

ଭୁବନେଶ୍ବର: ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମ ଚାଲିଛି। ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ଏଭଳି ବାର୍ତ୍ତା ଦେଇଛନ୍ତି। କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ ଓ ସେବାକୁ ସ୍ମରଣ କରି ନବୀନ ଆହୁରି କହିଛନ୍ତି ଯେ ଟିକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡାକଡି ଭାବରେ ପାଳନ କରାଯିବା ଦରକାର।

ମୁଖ୍ୟମନ୍ତ୍ରୀ କହିଛନ୍ତି, ”ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

”ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେହିପରି ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନବୀନ କହିଛନ୍ତି ଯେ ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି । ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ । ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି ।ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି । ଆମ ବିବିଧତାର ସୁରକ୍ଷା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର। ଏହା ଆମର ଗଣତନ୍ତ୍ରକୁ ଅଧିକ vibrant କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ।

ସେ ଆହୁରି କହିଛନ୍ତି ଯେ ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି visible (ଦୃଶ୍ୟମାନ) ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି।

ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର ବୋଲି ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି ।

Leave A Reply

Your email address will not be published.