ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମାଡ଼ି ଆସୁଛି ତାତି; ଏସବୁ ଜିଲ୍ଲାକୁ ୪ଟା ଯାଏ ଘରୁ ବାହାରିବା ମନା

0

ଭୁବନେଶ୍ବର: ରାଜ୍ୟରେ ଭୀଷଣ ଅଂଶୁଘାତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କଟକଣା ଜାରି କରିଛନ୍ତି। ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ୨୧ଟି ଜିଲ୍ଲାର ଲୋକଙ୍କୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବା ଲାଗି ନିର୍ଦେଶ ଦିଆଯାଇଛି। ମଙ୍ଗଳବାର ଓଡ଼ିଶାର ବାରିପଦା ଜିଲ୍ଲା ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ଥିଲା। ବୁଧବାର ୭୩ ବର୍ଷର ପାଣିପାଗ ଇତିହାସରେ ସବୁଠାରୁ ଅଧିକ ତାତିଥିଲା ରାଜଧାନୀ ଭୁବନେଶ୍ବର। ଆଜି ସକାଳୁ ମଧ୍ୟ ଝାଞ୍ଜିମାଡ଼ ଆରମ୍ଭ ହୋଇଯାଇଛି।

ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା, ଖୋର୍ଧା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଦେବଗଡ, କେନ୍ଦୁଝର, ବାଲେଶ୍ବର, ମୟୂରଭଂଜ, ସୁନ୍ଦରଗଡ଼଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା।

Leave A Reply

Your email address will not be published.