ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତାରେ ପୁଣି ହାଇଡ୍ରାମା

0

କୋଲକାତା: ଦୁଇ ମନ୍ତ୍ରୀଙ୍କ ସମେତ ଚାରି ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପଶ୍ଚିମବଙ୍ଗ ରାଜନୀତି ଏବେ ସାରା ଦେଶରେ କମ୍ପନ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ସିବିଆଇ କୋଲାକାତାରେ ପହଞ୍ଚିବା ପରେ ଏହି ପ୍ରସଙ୍ଗ ଜଟିଳ ରୂପ ଧାରଣ କରିଛି।

ଟିଏମ୍‌ସି ନେତାଙ୍କ ଗିରଫଦାରିକୁ ସେ ବିରୋଧ କରିବା ସହିତ ଦାବି କରିଛନ୍ତି ଯେ ଅଭିଯୁକ୍ତଙ୍କୁ ଛାଡ଼ ଅନ୍ୟଥା ତାଙ୍କୁ ବି ଗିରଫ କର। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବେଆଇନ ଭାବେ ସିବିଆଇ ଅଧିକାରୀମାନେ ଏହି ଚାରିଜଣ ନେତାଙ୍କୁ ଗିରଫ କରିଥିବା ତାଙ୍କର ମୁଖପାତ୍ର ତଥା ଓକିଲ ଅନିନ୍ଦ୍ୟ ରାଉତ ଗଣମାଧ୍ୟମକୁ କହିଛନ୍ତି। ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରାୟଙ୍କୁ କିଭଳି ବାହାରେ ଛଡାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ମମତାଙ୍କ ଏଭଳି ପଦକ୍ଷେପ ପରେ ପୁଣି ଥରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ସିବିଆଇ ଅଫିସକୁ କେନ୍ଦ୍ରୀୟ ଫୋର୍ସ ଘେରାଉ କରି ରଖିଛନ୍ତି ଏବଂ ଭିତରକୁ କାହାରିକୁ ମଧ୍ୟ ଛାଡ଼ିବାକୁ ଦିଆଯାଉ ନାହିଁ। ସାମ୍ବାଦିକମାନେ ମମତାଙ୍କ ମତାମତ ଜାଣିବା ଲାଗି ଚାହିଁବାରୁ ତାଙ୍କ ଓକିଲ ଶ୍ରୀ ରାଉତ ଅଳ୍ପ ସମୟ ପୂର୍ବରୁ ସୂଚନା ଦେଇଥିଲେ।

ସୋମବାର ପୂର୍ବାହ୍ନରେ ସିବିଆଇ ଅଧିକାରୀମାନେ ମନ୍ତ୍ରୀ ଫିରାଦ ହକିମ୍, ସୁବ୍ରତ ମୁଖାର୍ଜୀଙ୍କ ସମେତ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟର୍ଜୀଙ୍କୁ ଗିରଫ କରିଥିଲେ। କିଛି ଦିନ ଆଗରୁ ରାଜ୍ୟପାଳ ଜଗଦୀପ ଧନକର ସିିବିଆଇକୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କୁ କ୍ଷମତା ପ୍ରୟୋଗ କରିବା ଲାଗି ବାଧ୍ୟ କରନ୍ତୁନି ବୋଲି ମଧ୍ୟ ସିଧା ସିଧା ଧମକାଇଥିଲେ।

ତୃଣମୂଳ ସାଂସଦ ତଥା ବରିଷ୍ଠ ଓକିଲ କଲ୍ୟାଣ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ଏହି ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି, ସେବେ ଏମାନଙ୍କୁ ଗିରଫଦାରି ପୁଣି କାହିଁକି? ଗିରଫଦାରି କରିବା ଲାଗି ମାଣ୍ଡାଟୋରି ନୋଟିସ୍ କାଇଁ?

ଏହି ପ୍ରସଙ୍ଗରେ ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ମତ ଦେଲେଣି। ସେମାନଙ୍କ ମତରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ପଶ୍ଚିମବଙ୍ଗ ପରାଜୟକୁ ହଜମ କରିନପାରି ଏଭଳି ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ପଶ୍ଚିମବଙ୍ଗ ବାଚସ୍ପତି ବିମାନ ଚାଟାର୍ଜୀ କହିଛନ୍ତି ଯେ ରାଜ୍ୟପାଳ ମନ୍ତ୍ରୀଙ୍କୁ ଗିରଫଦାରି ପାଇଁ ଅନୁମତି ଦେବା ପୂରା ନିୟମ ବିରୁଦ୍ଧ। ଏ ସଂପର୍କରେ ତାଙ୍କୁ ଏଯାଏ କେହି ଚିଠି କରିନାହାନ୍ତି କି ପ୍ରୋଟୋକଲ୍ ପାଳନ ହୋଇନାହିଁ ବୋଲି ଶ୍ରୀ ଚାଟାର୍ଜୀ କହିଛନ୍ତି।

ଉଲ୍ଲେଖଥାଉକି, ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ମମତାଙ୍କ ପଦକ୍ଷେପ ଉପରେ ଏବେ ସବୁ ରାଜ୍ୟର ନଜର ରହିଛି।

Leave A Reply

Your email address will not be published.