ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ବଢ଼ିପାରେ ୪% ମହଙ୍ଗା ଭତ୍ତା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କୁହାଯାଉଥିଲା ଯେ ମେ’ ମାସରେ କେନ୍ଦ୍ର ସରକାର ଏ ସଂପର୍କରେ କିଛି ଗୋଟାଏ ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍-ଷ୍ଟାଫ୍ ସାଇଡ୍ କହିଛି ଯେ ଆସନ୍ତା ଜୁନ ମାସରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଦରମା ୪ ପ୍ରତିଶତ ବୃଦ୍ଧି ସଂପର୍କରେ ଚିନ୍ତା କରୁଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପରେ ସରକାରୀ କର୍ମଚାରୀମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି।

କେନ୍ଦ୍ର ସରକାର ୨୦୨୧ ଜାନୁଆରି ପହିଲାରୁ ଡିଏ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଚାର ଆଲୋଚନା ଚଳାଇଛନ୍ତି। କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ଯେତେବେଳେ ମହଙ୍ଗା ଭତ୍ତା ସଂପର୍କରେ ନିଷ୍ପତ୍ତି ହେବ, ସେବେ ୨୦୨୦ ଜାନୁଆରି, ଜୁଲାଇ ଏବଂ ୨୦୨୧ ଜାନୁଆରି କଥାକୁ ବିଚାରକୁ ନିଆଯିବ।

ଓଡ଼ିଶା ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ୍‌ ଲଗାଇଛନ୍ତି। ଯଦି କେନ୍ଦ୍ର ସରକାର ଏହା ଉପରେ କୌଣସି ସକାରାତ୍ମକ ନିଷ୍ପତ୍ତି ନିଅନ୍ତି, ତେବେ ରାଜ୍ୟ ସରକାର ଆର୍ଥିକ ଦୁଃସ୍ଥିତି ସତ୍ତ୍ବେ ଏହି ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି।

Leave A Reply

Your email address will not be published.