ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆହୁରି ବିଳମ୍ବ ହେବ

0

ପୁଣି ବଡ଼ ନିଷ୍ପତ୍ତି ନେଲା ସିବିଏସ୍‌ଇ, ଜୁନ୍ ୩୦ ସୁଦ୍ଧା ଟାବୁଲେସନ୍ କାମ ସାରିବାକୁ ତାରିଖ ଧାର୍ଯ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ମାର୍କ ଟାବୁଲେସନ୍ କରି ବୋର୍ଡରେ ଦାଖଲ ପାଇଁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି। ଫଳରେ ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ହେବା ଏବେ ସ୍ପଷ୍ଟ ହୋଇଯାଇଛି।

ପୂର୍ବରୁ ବୋର୍ଡ ଘୋଷଣା କରିଥିଲା ଯେ ମାର୍କ ଟାବୁଲେସନ୍ କରି ସମସ୍ତ ରାଜ୍ୟ ଜୁନ୍ ୧୧ ତାରିଖ ସୁଦ୍ଧା ଦାଖଲ କରିବେ ଏବଂ ଫଳାଫଳ ଜୁନ୍ ୨୦ ତାରିଖ ସୁଦ୍ଧା ଘୋଷଣା କରାଯିବ। ଏବେ କିନ୍ତୁ କୋଭିଡ୍-୧୯ ପରିସ୍ଥିତି ଏବଂ ଶିକ୍ଷକ ତଥା କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ତାଲାବନ୍ଦ ପ୍ରକ୍ରିୟା ଜାରି ରହିଥିବାରୁ ଏ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି।

ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେମାନଙ୍କ ପାଇଁ ସର୍ବାଧିକ ପ୍ରାଥମିକତା। ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି ଏବଂ ଶିକ୍ଷକ ତଥା ଅନୁବନ୍ଧିତ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି।

ବୋର୍ଡ ପକ୍ଷରୁ କୁହାଯାଇଛି, ଜୁନ୍ ୩୦ ସୁଦ୍ଧା ମାର୍କଗୁଡିକ ବୋର୍ଡରେ ଦାଖଲ କରିବାକୁ ପଡିବ। ଏହା ପରେ ପରୀକ୍ଷାଫଳ କେବେ ପ୍ରକାଶ ପାଇବ, ବୋର୍ଡ ସେ ନିଷ୍ପତ୍ତି ନେବେ।

ଉଲ୍ଲେଖଯୋଗ୍ୟ, ବୋର୍ଡ ପୂର୍ବରୁ ଏକ ନିୟମ କରିଥିଲା ଯେ ଦଶମ ଶ୍ରେଣୀ ପିଲାମାନଙ୍କ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ପାଇଁ ୨୦ ମାର୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ହେବ। ବର୍ଷସାରା ବିଭିନ୍ନ ପରୀକ୍ଷା କିମ୍ବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ୮୦ ମାର୍କ ଗଣନା କରାଯିବ।

ବୋର୍ଡ ବିଦ୍ୟାଳୟଗୁଡ଼ିକୁ ଅଧ୍ୟକ୍ଷ ଏବଂ ସାତଜଣ ଶିକ୍ଷକଙ୍କୁ ନେଇ ଏକ ଫଳାଫଳ କମିଟି ଗଠନ କରିବାକୁ କହିଛନ୍ତି। ବିଦ୍ୟାଳୟର ପାଞ୍ଚଜଣ ଶିକ୍ଷକ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ଏବଂ ଦୁଇଟି ଭାଷାରୁ ଏବଂ ପଡୋଶୀ ବିଦ୍ୟାଳୟର ଦୁଇଜଣ ଶିକ୍ଷକ କମିଟିର ବାହ୍ୟ ସଦସ୍ୟ ଭାବରେ ରହିବେ। ଆସନ୍ତା ୫ ତାରିଖ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ଆଠ ଜଣିଆ ଫଳାଫଳ କମିଟି ଗଠନ କରିବାକୁ କୁହାଯାଇଛି।

ସିବିଏସ୍ଇ ଏପ୍ରିଲ୍ ୧୪ ତାରିଖରେ ଦଶମ ପରୀକ୍ଷାକୁ ବାତିଲ କରିଥିଲେ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.