ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଭଉଁରୀରେ ଡେରା ହେଲା ‘ଚକ-ଅଖ’

0

ପୁରୀ: ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା ପାଇଁ ଚକ-ଅଖ ଡେରା ଅନୁକୂଳ ନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାଠାରେ ତିନିଟି ଅଖ ସହିତ ଛଅଟି ଚକ ସଂଯୋଗ କରାଯାଇଥିଲା।

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସକାଳ ୫ଟା ୧୫ରେ ହୋଇଥିଲା। ଭିତରର ଶୋଧ ପରେ ମଙ୍ଗଳ ଆଳତି
ସକାଳ ୫ଟା ୫୫ରେ ବଢିଥିଲା। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି କରାଯାଇଥିଲା। ଶ୍ରୀଜୀଉମାନଙ୍କ ସକାଳ ଧୂପ ୧୦ଟା ୨୫ରେ ଶେଷ ହୋଇ ୧୦ଟା ୫୦ରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ଆଜ୍ଞାମାଳ ଧରି ପଟୁଆରରେ ଆସି ରଥଖଳାରେ ପହଞ୍ଚିଥିଲେ। ପ୍ରଥମେ ତିନି ବାଡ଼ର ପୂଜା ପଣ୍ଡା ସାମନ୍ତ ଶ୍ରୀନହରକୁ ଯାଇଥିଲେ। ସେଠାରୁ ନିର୍ଦ୍ଦେଶ ପାଇବାପରେ ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞା ମାଳ ପ୍ରଦାନ କରିଥିଲେ।ଏହା ଉତ୍ତାରୁ ଭୋଇ ସେବକମାନେ ତିନି ରଥର ଗୋଟିଏ ଲେଖାଏଁ ଅଖ ସହ ଦୁଇଟି ଲେଖାଁଏ ଚକ ଡେରା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ, ଶ୍ରୀ ମନ୍ଦିର ନୀତି ପ୍ରଶାସକ ପ୍ରମୁଖ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.