ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭଉଁରୀରେ ଡେରା ହେଲା ‘ଚକ-ଅଖ’

0

ପୁରୀ: ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା ପାଇଁ ଚକ-ଅଖ ଡେରା ଅନୁକୂଳ ନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାଠାରେ ତିନିଟି ଅଖ ସହିତ ଛଅଟି ଚକ ସଂଯୋଗ କରାଯାଇଥିଲା।

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସକାଳ ୫ଟା ୧୫ରେ ହୋଇଥିଲା। ଭିତରର ଶୋଧ ପରେ ମଙ୍ଗଳ ଆଳତି
ସକାଳ ୫ଟା ୫୫ରେ ବଢିଥିଲା। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି କରାଯାଇଥିଲା। ଶ୍ରୀଜୀଉମାନଙ୍କ ସକାଳ ଧୂପ ୧୦ଟା ୨୫ରେ ଶେଷ ହୋଇ ୧୦ଟା ୫୦ରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ଆଜ୍ଞାମାଳ ଧରି ପଟୁଆରରେ ଆସି ରଥଖଳାରେ ପହଞ୍ଚିଥିଲେ। ପ୍ରଥମେ ତିନି ବାଡ଼ର ପୂଜା ପଣ୍ଡା ସାମନ୍ତ ଶ୍ରୀନହରକୁ ଯାଇଥିଲେ। ସେଠାରୁ ନିର୍ଦ୍ଦେଶ ପାଇବାପରେ ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞା ମାଳ ପ୍ରଦାନ କରିଥିଲେ।ଏହା ଉତ୍ତାରୁ ଭୋଇ ସେବକମାନେ ତିନି ରଥର ଗୋଟିଏ ଲେଖାଏଁ ଅଖ ସହ ଦୁଇଟି ଲେଖାଁଏ ଚକ ଡେରା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ, ଶ୍ରୀ ମନ୍ଦିର ନୀତି ପ୍ରଶାସକ ପ୍ରମୁଖ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.