ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କଡ଼ ଓଲଟାଉଛି ରାଜନୀତି: ପ୍ରଧାନମନ୍ତ୍ରୀ ବନାମ ପାଞ୍ଚ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ତାହା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଅବସ୍ଥାରେ ନାହିଁ। ଭୀଷଣ ଭାବମୂର୍ତି ସଙ୍କଟ ଭିତରେ କଂଗ୍ରେସର ଜାତୀୟ ନେତୃତ୍ବ ଏବେ ଗତି କରୁଛନ୍ତି। କିନ୍ତୁ କେଉଁଠି ନା କେଉଁଠି ଧରାପଡ଼ିଗଲାଣି ଯେ ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସରକାରୀ ବିରୋଧୀ ଧାରାକୁ ବଞ୍ଚାଇ ରଖୁଛନ୍ତି। ଏହା ଯଦି ଉଗ୍ର ରୂପ ନେବ, ତେବେ ପରୋକ୍ଷରେ କଂଗ୍ରେସର ବଳ ବଢ଼ିବ। ଅର୍ଥାତ୍ କେନ୍ଦ୍ର ସରକାର ବିରୋଧରେ ଗୋଟିଏ ବଡ଼ ମୋର୍ଚ୍ଚା ଗଠନ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଗତ ସପ୍ତାହରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କର ଆଭିମୁଖ୍ୟକୁ ନିରେଖି ଦେଖିବା ପରେ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କରୁଛନ୍ତି ଯେ ଆଗକୁ ଏହା ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରିପାରେ।

କିନ୍ତୁ ଠିକ୍ ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିନ୍ନ ରାଜନୈତିକ କୌଶଳ ଏବେ ଜାତୀୟ ରାଜନୀତିକୁ ଧୀରେ ଧୀରେ ଆଚ୍ଛାଦିତ କରୁଛି। ସମ୍ବିଧାନର ସୀମା ଭିତରେ ରହି ନବୀନ ନିଜର ଅନୁଭବ ଏବଂ ପାରଦର୍ଶିତାର ପ୍ରଦର୍ଶନ ପୂର୍ବକ ଦେଶ ସାମ୍ନାରେ ଯେଉଁ ଆହ୍ବାନ ରଖିଛନ୍ତି, ତାହା ବିଜେପି ଓ କେନ୍ଦ୍ର ସରକାରଙ୍କ ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ବଡ଼ ସଂଜୀବନୀ ହେବ। ନବୀନ ଟିକା ପ୍ରସଙ୍ଗରେ ଆହ୍ବାନ ରଖି ଗୋଟିଏ ପଟେ ସଙ୍କେତ ଦେଇଛନ୍ତି ଯେ ତାଙ୍କ ଉପରେ କୌଣସି ମୁଖ୍ୟମନ୍ତ୍ରୀଙ୍କର କିଛି ବି ପ୍ରଭାବ ଏଯାଏ ପଡ଼ିନାହିଁ। ବରଂ ସେ ଯେଉଁ ଭୂମିକା ନେଇଛନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଏକ ଆବେଦନ ରଖୁଥିବାରୁ ଦଳମତ ନିର୍ବିଶେଷରେ କେହି ବି ତାକୁ ବିରୋଧ କରିବା କଷ୍ଟ ହୋଇପାରେ। ଏବେ ଦେଖିବା କଥା କେନ୍ଦ୍ର ସରକାର କେଉଁ ରାସ୍ତାରେ ଆଗକୁ ବଢ଼ୁଛନ୍ତି। ନବୀନଙ୍କ ରାସ୍ତାକୁ ଧରିବେ ନା ବିରୋଧୀ ଶକ୍ତିର ଚାପକୁ ଗ୍ରହଣ କରି କୌଶଳ ବଦଳାଇବେ।

ଉଲ୍ଲେଖଥାଉକି, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦୁଇଟି ବାର୍ତା ଦେଉଛନ୍ତି। ପ୍ରଥମତଃ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି ଏବଂ ଦ୍ବିତୀୟଟି ହେଲା କେନ୍ଦ୍ର ବିରୋଧରେ ସବୁ ପ୍ରତିପକ୍ଷ ଏକାଠି ହେବାକୁ ଏମାନେ ଆହ୍ବାନ ଦେଉଛନ୍ତି। ଇତିମଧ୍ୟରେ ପିନାରାଇ ବିଜୟ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର ଆଦି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଚରଣ ସଂପର୍କରେ ଠାରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ହିଟଲର ଓ ଷ୍ଟାଲିନ (ଯୋଶେଫ୍)ଙ୍କ ସହିତ ତୁଳନା କରିବାକୁ ପଛାଉନାହାନ୍ତି। ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ମୁଁ ଯୁଦ୍ଧ ଡାକରା ଦେଇଛି। ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ବିରୋଧୀ ଦଳର ନେତା, ଆଇଏଏସ୍, ଆଇପିଏସ୍, ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନିବେଦନ କରିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବଙ୍କୁ କେନ୍ଦ୍ର ସରକାର ଯେଭଳି ହନ୍ତସନ୍ତ କଲେ, ତାହା ମମତାଙ୍କୁ ଢେର୍ ବାଧିଛି। ସେ ଆହୁରି କହୁଛନ୍ତି ଯେ ବିଜେପି ଓ କେନ୍ଦ୍ର ସରକାର ସବୁ ଉପାୟରେ ତାଙ୍କ ସରକାରକୁ ପକ୍ଷାଘାତ କରିଦେବାକୁ ଚେଷ୍ଟା ଚଳାଇଛି। ଏହି ଅବସରରେ ମମତା କେନ୍ଦ୍ର ସରକାରଙ୍କ ଟିକାକରଣ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସାଧାରଣ ଲୋକଙ୍କ ଉପରେ ବୋଝ ସଦୃଶ ହୋଇଛି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ମଧ୍ୟ ପଶ୍ଚିମବଙ୍ଗ ସରକାର ଟିକାକରଣର ଭିନ୍ନ ଭିନ୍ନ ମୂଲ୍ୟ ଉପରେ ପ୍ରଶ୍ନ କରିସାରିଛନ୍ତି। ଏହି ପ୍ରସଙ୍ଗରେ ପିନାରାଇ ମଧ୍ୟ ନିଜ ମତ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ସୋରେନ ମଧ୍ୟ ଚିଠି ଲେଖି କହିଛନ୍ତି ଯେ ସ୍ବାଧୀନ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ଘଟଣା ଯେଉଁଥିରେ ରାଜ୍ୟମାନଙ୍କୁ ନିଜେ ଟିକା କ୍ରୟ କରିବାକୁ ବାଧ୍ୟ କରାଯାଇଛି। କୋଭିଡ୍‌କୁ ନେଇ ଯେଉଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ଏବଂ ଅଦୃଶ୍ୟ ପରିସ୍ଥିତି ଦେଖାଦେଇଛି,ସେଥିରେ ଏଭଳି ଆଦେଶ ସଂଘୀୟ ନୀତି ବିରୁଦ୍ଧବୋଲି କୁହାଯାଇପାରେ। ପିନରାଇ ପୂର୍ବରୁ କହିଥିଲେ ଯେ କେନ୍ଦ୍ରର ଟିକା ନୀତି ଯୋଗୁଁ ରାଜ୍ୟମାନଙ୍କ ଉପରେ ଅସାଧାରଣ ବୋଝ ପଡ଼ିବ।ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ମତପୋଷଣ କରି ଆସିଛନ୍ତି।

Leave A Reply

Your email address will not be published.