ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମହାପ୍ରଭୁଙ୍କ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର!

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଟମଣ୍ଡପରେ ଫାଟ ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେଶର କୋଣ ଅନୁକୋଣରେ ଥିବା ଭକ୍ତ ବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ଦୁଇ ବର୍ଷ ହେଲାଣି ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଏହା ଉପରେ ପଦକ୍ଷେପ ନେଉନାହାନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ଏପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଶ୍ରୀମନ୍ଦିର ପରିସରସ୍ଥ ପାଖପାଖି ୩୦ଟି ପାର୍ଶ୍ବଦେବା ଦେବୀଙ୍କ ମନ୍ଦିର ସ୍ଥିତି ସଙ୍ଗିନ୍ ହୋଇଗଲାଣି। ଏମିତି ଯେ ସେଠାରେ ବିଗ୍ରହଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକଥା ନୁହେଁ ଯେ ଏ ସଂପର୍କରେ କେହି ଜାଣିନାହାନ୍ତି। ବିଭିନ୍ନ ବର୍ଗର ସେବକମାନେ ଅଭିଯୋଗ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଇତିମଧ୍ୟରେ ବାରମ୍ବାର ଚିଠି ଲେଖି ଏଏସ୍‌ଆଇକୁ ଜଣାଇଛି। ଏପରିକି ଗତ ସପ୍ତାହରେ ପୁଣି ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ତନାଘନା କରାଯାଇଛି ଓ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ଟାର୍ଗେଟ ଦେଇଛି। ଆସନ୍ତା ପାଞ୍ଚବର୍ଷ ଭିତରେ କେଉଁ ମନ୍ଦିରର କିଭଳି ବିକାଶ ହେବ, ସେ ସଂକ୍ରାନ୍ତରେ ଠୋସ୍ ନକ୍ସା ଓ ପ୍ରସ୍ତାବ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଏ ପ୍ରତିଶ୍ରୁତି ବି ଦେଇଛି ଯେ ଆର୍ଥିକ ଦୃଷ୍ଟିରୁ ସମସ୍ୟା ଥିଲେ, ସହଯୋଗ ମିଳିବ। କୌଣସି ନକାରାତ୍ମକ ଉତ୍ତର ନ ଦେଇ ଏଏସ୍‌ଆଇ ହଁ ମାରିଥିଲେ ହେଁ, ଗତ ୪୦ବର୍ଷର ଅଭିଜ୍ଞତାକୁ ଦେଖି ବିଭିନ୍ନ ମହଲରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂଶୟ ପ୍ରକାଶ ପାଇଛି।

ଶ୍ରୀମନ୍ଦିରରେ କେଉଁଠି ଫାଟ ସୃଷ୍ଟି ହେଲାଣି ତ ଆଉ କେଉଁଠି ବର୍ଷା ହେଲେ ପାଣି ଗଳୁଛି। କେଉଁଠି ବିମ୍ ବିପଦରେ ତ ଆଉ କେଉଁଠି ଚୁନ ଗଳିପଡ଼ିଲାଣି। ଓଡ଼ିଶାର ଅସ୍ମିତା, ସ୍ବାଭିମାନ ସହିତ ଯାେଡି ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଏବଂ ପାର୍ଶ୍ବ ଦେବାଦେବୀ ମନ୍ଦିରର ଏଭଳି ସ୍ଥିତି ଏବେ ରାଜ୍ୟରେ କମ୍ପନ ସୃଷ୍ଟି କଲାଣି। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ଏଏସ୍‌ଆଇ ହାତରେ ନ୍ୟସ୍ତ ରହିଛି। ଏଏସ୍‌ଆଇ କିନ୍ତୁ ଏସବୁ ସୁରକ୍ଷା ଦିଗରେ ଯେଭଳି ଧ୍ୟାନ ଦେବା କଥା ତାହା ଏଯାଏ ପରିଲକ୍ଷିତ ହୋଇନାହିଁ। ମହାପ୍ରଭୁ ନବଦିନ ଯାତ୍ରାରେ ଯିବା ବେଳେ ଗର୍ଭଗୃହ ମରାମତି ହୋଇଥାଏ। ଏଏସ୍‌ଆଇକୁ ଏ କ୍ଷେତ୍ରରେ ସମସ୍ୟା ଥାଇପାରେ। ହେଲେ ବାକି ମନ୍ଦିର ମରାମତି କରିବା ଲାଗି କର୍ତ୍ତୃପକ୍ଷ କାହିଁକି ଆଗ୍ରହ ଦେଖାଉନାହାନ୍ତି, ତାହା ସମସ୍ତଙ୍କୁ ତାଜୁବ୍ କରୁଛି। କେଉଁ ପରିସ୍ଥିତିରେ ତାଳି ପକା କାମ କରି ସମସ୍ୟାକୁ ଛାଡି ଦିଆଯାଉଛି, ସେ ନେଇ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ କୌଣସି ସନ୍ତୋଷଜକନ ଉତ୍ତର ଦେଇପାରିନାହାନ୍ତି। ଏହି ପ୍ରସଙ୍ଗରେ ଏଏସ୍‌ଆଇ-ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଅନେକ ଚିଠି ଦିଆନିଆ ଜାରି ରହିଥିଲା ବେଳେ ଶ୍ରୀମନ୍ଦିର ଓ ପାର୍ଶ୍ବ ଦେବଦେବୀ ମନ୍ଦିର କିନ୍ତୁ ବିପଦକୁ ଚାଲିଯିବାକୁ ବସିଲାଣି।

କୌତୂହଳର କଥା ହେଉଛି, ପ୍ରଶାସନିକ ତନାଘନା ପରେ ଏଏସ୍‌ଆଇ ଜଣାଇଛି ଯେ ଖୋଣ୍ଡେଲାଇଟ୍ ପଥର ମିଳୁନଥିବା କାରଣରୁ ମନ୍ଦିର ମରାମତି ସମ୍ଭବ ହେଉନାହିଁ। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ଜଣାଇଛନ୍ତି। ୪୧ କ୍ୟୁବିକ୍ ମିଟର ଖୋଣ୍ଡେଲାଇଟ୍ ପଥର ଯୋଗାଇ ଦେବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ କିଛି ସେବାୟତଙ୍କ ଅଭିଯୋଗ ହେଉଛି, ଏଏସ୍‌ଆଇ ସମୟ ଗଡ଼ାଇବ ପାଇଁ ଏଭଳି ଆଳ କରିଚାଲିଛି। ଶ୍ରୀମନ୍ଦିର ମରାମତି ଦାୟିତ୍ବ ସେମାନେ ନେଇଛନ୍ତି। ପଥର ଆଣି ମରାମତି କରିବା ଦାୟିତ୍ବ ତାଙ୍କର। ପଥର ମିଳୁନଥିବା ବାହାନା କରି କୋଟି କୋଟି ଓଡ଼ିଆ ପ୍ରାଣର ଠାକୁରଙ୍କ ଘର ପ୍ରତି ସେମାନେ ବିପଦ ପହଞ୍ଚାଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୁଦାୟ ପ୍ରସଙ୍ଗ ଆଲୋଚନା କରିଥିଲେ। ଏଥିରେ ଏଏସ୍‌ଆଇର ଜାତୀୟସ୍ତରର ଅଧିକାରୀମାନେ ବି ଯୋଗଦେଇଥିଲେ। କେବେ ସୁଦ୍ଧା ଓ କିଭଳି ମନ୍ଦିର ମରାମତି ହେବ, ସେ ନେଇ ଜଣାଇବାକୁ କହିଥିଲେ। ଏକ ପାଞ୍ଚବର୍ଷିଆ ଯୋଜନା କରିବାକୁ ସ୍ଥିର ହୋଇଛି। ଏଏସ୍‌ଆଇ ଉଚ୍ଚ କର୍ତ୍ତୃପକ୍ଷ ଓଡ଼ିଶା ଦାୟିତ୍ବରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଜଣାଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପାଞ୍ଚବର୍ଷିଆ ଓ୍ବାର୍କ ପ୍ଲାନ୍ ପ୍ରସ୍ତୁତି ସଂକ୍ରାନ୍ତରେ କୌଣସି ଠୋସ୍ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.