ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସିବିଏସ୍‌ଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

0

ନୂଆଦିଲ୍ଲୀ: ଯୁକ୍ତ ଦୁଇ ସିବିଏସ୍‌ଇ ପରୀକ୍ଷା ଫଳ ଇତିମଧ୍ୟରେ କେନ୍ଦ୍ର ସରକାର ବାତିଲ୍ କରିଦେଇଛନ୍ତି। ହେଲେ କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ, ତାହା ଏବେ ବି ରହସ୍ୟରେ ରହିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ଦିନ ଅର୍ଥାତ୍ ଆଉ ୪୮ ଘଣ୍ଟା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ମୂଲ୍ୟାଙ୍କନ ମାନଦଣ୍ଡ ପ୍ରକାଶ କରିବେ। ବିଶେଷକରି କେବଳ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ମାର୍କ ବିଚାରକୁ ନିଆଯିବ ନା ଦଶମ ଏବଂ ଏକାଦଶ ଶ୍ରେଣୀର ନମ୍ବରକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ବିଚାରକୁ ନେବେ, ତାହା ଉପରେ ଏବେ ସବୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କର ନଜର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ସିବିଏସ୍‌ଇ ଯେଉଁ କମିିଟି ଗଠନ କରିଛନ୍ତି, ସେମାନେ ଆଉ ଦୁଇ ଦିନ ସମୟ ଚାହିଁଛନ୍ତି। ଏହି ରିପୋର୍ଟ ୧୬ ତାରିଖ ଦିନ ସିବିଏସ୍‌ଇ ୱେବ୍‌ସାଇଟ୍ (cbse.gov.in) ରେ ସିଧାସଳଖ ଉପଲବ୍ଧ ହେବ।

କିଛି ଅଧିକାରୀଙ୍କର ମତ ହେଉଛି, ଯେହେତୁ ଯୁକ୍ତ ଦୁଇ ଶ୍ରେଣୀ ପାଠପଢ଼ା ଓ ଫଳାଫଳ ଉଭୟ ପ୍ରଭାବିତ ହୋଇଛି, ଏଣୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କର ଅତୀତ ଜାଣିବା ନିହାତି ଆବଶ୍ୟକ। ଏହା ସେବେ ଜଣାପଡିବ, ଯେବେ ଆମେ ଦଶମ ଓ ଏକାଦଶ ଫଳାଫଳ ଦେଖିବା। ତେବେ ଦ୍ବାଦଶ ଶ୍ରେଣୀରେ ବିଦ୍ୟାଳୟରେ ହୋଇଥିବା ପରୀକ୍ଷା ଫଳକୁ ବିଚାରକୁ ନେଇ ଗୋଟିଏ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିହେବ। ଅନ୍ୟଥା କେବଳ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଦେଖି ମାର୍କ ଦେଲେ, ତାହା ଅନେକ କ୍ଷେତ୍ରରେ ଅସଙ୍ଗତି ସୃଷ୍ଟି କରିପାରେ। ଅନ୍ୟ କିଛି ଅଧିକାରୀଙ୍କର ମତ ହେଉଛି, ଗତ ଦୁଇବର୍ଷ ଧରି ଭାରତବର୍ଷ କରୋନା କବଳରେ ରହିଛି। ଏଣୁ ଦଶମ ଶ୍ରେଣୀ ନମ୍ବରକୁ ମୁଖ୍ୟ ମାନକ ଭାବେ ଗ୍ରହଣ କରାଗଲେ, ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆଦୌ ଅନ୍ୟାୟ ହେବ ନାହିଁ। କମିଟି ଏବେ ଏସବୁ କଥାକୁ ପରୀକ୍ଷା ନିରୀକ୍ଷା କରୁଛି।

ଏଠାରେ ଉଲ୍ଲେଖଥାଉକି, ଏହି ପ୍ରକ୍ରିୟା ବିଳମ୍ବିତ ହେବାର କାରଣ ହେଉଛି, ପରୀକ୍ଷା ଫଳ କେଉଁ ଆଧାରରେ ନିର୍ଣ୍ଣୟ କରାଯିବ ସେ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ସହମତି ହୋଇପାରୁନାହିଁ। କିଏ ଦଶମ ଶ୍ରେଣୀ ନମ୍ବରକୁ ଗ୍ରହଣ କରାଯିବା ପ୍ରକ୍ରିୟାକୁ ବିରୋଧ କଲେଣି ତ ଆଉ କିଏ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ନମ୍ବର ଆଧାରରେ କେବଳ ମୂଲ୍ୟାୟନକୁ ଗ୍ରହଣ କରିପାରୁନାହାନ୍ତି। ତେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କିନ୍ତୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦଶମ ଏବଂ ଏକାଦଶ ନମ୍ବରକୁ ଆଧାର କରି ମୂଲ୍ୟାଙ୍କନ ମାନଦଣ୍ଡ ଧାର୍ଯ୍ୟ କରାଯିବା ଉଚିତ୍।

ସୁପ୍ରିମକୋର୍ଟ ଜୁନ୍ ୧୭ ତାରିଖ ସୁଦ୍ଧା ମୂଲ୍ୟାଙ୍କନ ମାନଦଣ୍ଡ ନିର୍ଧାରଣ କରିବା ଲାଗି ସମୟ ଦେଇଛନ୍ତି। ଆଜି ସୁଦ୍ଧା କମିଟି ତାର ରିପୋର୍ଟ ଦେବା କଥା। ଏପଟେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ଅପେକ୍ଷା କରିଛନ୍ତି ଯେ ଯେଉଁ ଆଧାରରେ ସିବିଏସ୍‌ଇ ତାଙ୍କର ମାନଦଣ୍ଡ ନିର୍ଧାରଣ କରିବେ, ପାଖାପାଖି ସେହି ଆଧାରରେ ରାଜ୍ୟ ବୋର୍ଡ ଗୁଡିକ ଆଗକୁ ବଢ଼ିବେ।

Leave A Reply

Your email address will not be published.