ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଲକ୍‌ଡାଉନ୍ ସଂପର୍କରେ ଆସିଲା ବଡ଼ ଘୋଷଣା

0
  • ୧୭ ଜିଲ୍ଲାରେ ଲକ୍‌ଡାଉନ୍ ଅଧିକ କୋହଳ ସୂଚନା
  • ବାକି ୧୩ ଜିଲ୍ଲାରେ ଟିକିଏ ଅଧିକ କଟକଣା ରହିବ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣା କୋହଳ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟଶାସନ ସଚିବ ଏ ସଂପର୍କରେ ସୂଚନା ଦେଇଛନ୍ତି। ଜୁଲାଇ ପହିଲା ସକାଳ ୫ଟା ଯାଏ ଆଂଶିକ କଟକଣା ରହିବ। ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ଏ କାଟେଗୋରି (ପଜିଟିଭ୍ ହାର ୫ ପ୍ରତିଶତ ବା ତାଠାରୁ କମ୍ ରହିଛି) ଭୁକ୍ତ କରାଯାଇଛି। ଏଠାରେ ସଂକ୍ରମଣ କମ୍ ରହିଛି। ଏହି ପର୍ଯ୍ୟାୟରେ ୧୭ଟି ଜିଲ୍ଲା ଅଛନ୍ତି। ସେହିଭଳି ସଂକ୍ରମଣ ଅଧିକ ଥିବା ଜିଲ୍ଲା ଅର୍ଥାତ୍ ଉପକୂଳବର୍ତ୍ତୀ ଜିଲ୍ଲାକୁ ବି କାଟେଗୋରି କରାଯାଇଛି। ଏଥିରେ ୧୩ଟି ଜିଲ୍ଲା ଅଛନ୍ତି। ମୁଖ୍ୟଶାସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

ଏ କାଟେଗୋରି ଜିଲ୍ଲା (୧୭ ଜିଲ୍ଲା) ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ବି କୋଟେଗୋରି ଜିଲ୍ଲା (୧୩ ଜିଲ୍ଲା)ରେ ସକାଳ ୭ରୁ ଦିନ ଗୋଟାଏ ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି।

କେବଳ ସେତିକି ନୁହେଁ, ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମିଠା ଦୋକାନ ଖୋଲା ରହିବ। ତେବେ ସେମାନେ କେବଳ ପାର୍ସଲ ଦେଇପାରିବେ। ସେହିଭଳି ସାଇକେଲ୍ ବିକ୍ରି ଓ ଅଟୋମୋବାଇଲ୍ ମରାମତି ଦୋକାନ ଖୋଲା ରହିବ। ସେହିଭଳି ସକାଳୁ ମର୍ଣ୍ଣିଂ ଓ୍ବାକ୍ ଏବଂ ଜଗିଂକୁ ସରକାର ଅନୁମତି ଦେଇଥିଲେ ହେଁ ଜିମ୍ ଓ ପାର୍କ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ସବୁ ଜରୁରୀ ସେବା, ମାଲ ପରିବହନ, ଶିଳ୍ପାଞ୍ଚଳ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ। କିନ୍ତୁ ସର୍ବସାଧାରଣଙ୍କ ଲାଗି ବସ୍ ଚଳାଚଳ ବନ୍ଦ ରହିବ।

ବିବାହ, ଅନ୍ତ୍ୟେଷ୍ଟି, ସଭା ସମିତି, ମନ୍ଦିର ଖୋଲିବା କ୍ଷେତ୍ରରେ ପୂର୍ବଭଳି କଟକଣା ଜାରି ରହିବ।

ମେ’ ୫ ତାରିଖରୁ ରାଜ୍ୟକୁ ପୂରା ଲକ୍‌ଡାଉନ୍ କଟକଣା ଜାରି କରାଯାଇଥିଲା।

Leave A Reply

Your email address will not be published.