ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

0

ଭୁବନେଶ୍ବର: କୋଭିଡ୍ କାରଣରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଥିଲେ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ପଦ୍ଧତି ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହିତ ଘୋଷଣା କରିଛି ଯେ ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ପରିଷଦ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ମହାମାରୀର ପରିସ୍ଥିତିରେ ଛାତ୍ର, ଶିକ୍ଷକମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ବିଚାର କରି ପରୀକ୍ଷା ବାତିଲ୍ କରିଥିଲେ। ପରେ ପରିଷଦ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି କମିଟି ସୁପାରିସକୁ ବିଚାରକୁ ନିଆଯାଇଛି ଏବଂ ମାଟ୍ରିକ୍ ପରୀକ୍ଷା ମାନଦଣ୍ଡ ଆଧାରରେ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ନିିଷ୍ପତ୍ତି ହୋଇଛି। ତେବେ ଏକ୍ସରେଗୁଲାର ପିଲାଙ୍କ ପାଇଁ ପୂର୍ବଥର ପରୀକ୍ଷାକୁ ଆଧାର ଭାବେ ନିଆଯିବ। ଯେଉଁମାନେ ଅସନ୍ତୁଷ୍ଟ ହେବେ,ସେମାନେ ପରିସ୍ଥିତି ସ୍ବାଭାବିକ ହେବା ପରେ ଆଉଥରେ ପରୀକ୍ଷା ଦେଇପାରିବେ। ଯେହେତୁ ୮୦ଦିନ କଲେଜରେ ପାଠପଢ଼ା ହୋଇଛି, ଏଣୁ ପ୍ରାକ୍ଟିକାଲ ମାର୍କ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ପ୍ରଦାନ କରିବେ।

Leave A Reply

Your email address will not be published.