ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଆରପାରିରେ ମିଲଖା ସିଂହ

0

ଚଣ୍ଡୀଗଡ: ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ ସେ କୋଭିଡ ଆକ୍ରାନ୍ତ ହୋଇ ୨୪ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ମେ ୩୦ରେ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା।

ହେଲେ ଅମ୍ଳଜାନ ଅଭାବରୁ ଗତ ୩ ତାରିଖରେ ପୁଣିଥରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ସପ୍ତାହରେ ସେ ଟିକେ ସୁସ୍ଥ ହେବା ପରେ ପିଜିଆଇଏମଇଆର ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାତିରେ ତାଙ୍କ ପୁଅ ଜିଭ ମିଲଖା ସିଂହ ବାପାଙ୍କ ମୃତ୍ୟୁ ଖବର ଗଣମାଧ୍ୟମକୁ ଦେଇଛନ୍ତି।

୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ମିଲଖାଙ୍କ ଘର ଏବେକାର ପାକିସ୍ତାନ ଅନ୍ତର୍ଗତ ଗୋବିନ୍ଦପୁରାରେ। ୧୯୫୮ମସିହା କମନୱେଲଥରେ ସେ ହାସଲ କରିଥିବା ରେକର୍ଡ ୫୦ ବର୍ଷ ଧରି କେହି ଅତିକ୍ରମ କରିନଥିଲେ। ଭାରତର ଏହି ଖ୍ୟାତନାମା ଧାବକଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.