ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଂସାରରେ ଏମିତି କ’ଣ ବାପା ଥାନ୍ତି, ଯିଏ…

0

ଭୁବନେଶ୍ବର: କୁହାଯାଏ, ବାପା ମାାଆଙ୍କ କର୍ମବଳେ ପିଲାମାନେ ସୁଖୀ ହୋଇଥାନ୍ତି। ଅର୍ଥାତ୍ ଯେଉଁ ବାପା ମାଆ ପିଲାମାନଙ୍କୁ ସୁଶିକ୍ଷା, ସଂସ୍କାର, ଆଚରଣ ଓ ଉଚ୍ଚାରଣଗତ ଶାଳୀନତା ଆଦି ଶିଖାଇଥାନ୍ତି, ସେହି ପିଲାମାନେ ପରବର୍ତ୍ତୀ ସମୟରେ ସମାଜରେ କେବଳ ଉଚ୍ଚଶିକ୍ଷିତ ହୁଅନ୍ତି ତା ନୁହେଁ, ସୁଶୀଳ, ସ୍ବାଭିମାନୀ, କର୍ମଠ ଓ ଆଦର୍ଶବାନ୍ ବ୍ୟକ୍ତି ଭାବେ ମୁଣ୍ଡ ଟେକିଥାନ୍ତି। ସମାଜ ତାଙ୍କର ଜୟ ଜୟ ଗାନ କରେ। ହେଲେ ଏମିତି କ୍ବଚିତ୍ ଘଟଣା ବି ଦେଖାଯାଏ, ଯେବେ ବାପା ମାଆ ମାନେ ପିଲାମାନଙ୍କୁ ନିଜର ସ୍ବାର୍ଥ ପାଇଁ ଭୁଲ ମାର୍ଗରେ ବି ନେଇଥାନ୍ତି। ଅର୍ଥ, ଉପଭୋଗ ସେମାନଙ୍କ ପାଇଁ ସର୍ବସ୍ବ ହୋଇଥାଏ। ଏ କ୍ଷେତ୍ରରେ ବାପା ମାଆ ମାନେ ଯେ କେବଳ କଷ୍ଟ ଭୋଗନ୍ତି ତା ନୁହେଁ, ପିଲାମାନେ ମଧ୍ୟ ଅନୁରୂପ କଷ୍ଟରେ ଛନ୍ଦି ହୋଇଯାନ୍ତି। ସେମାନଙ୍କ ଭବିଷ୍ୟତ ବିପଦ ଭିତରେ ବନ୍ଧା ପଡିଯାଇଥାଏ।

ଆମେ ଏତେ କଥା କହୁଛୁ ଏଇଥିପାଇଁ ଯେ ଓଡ଼ିଶାରେ ବହିଷ୍କୃତ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଏ କ୍ଷେତ୍ରରେ ବଡ଼ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି। ଏ ଘଟଣାର ଅପରାଧ ଦିଗକୁ ବାଦ୍ ଦେଲେ ଯେଉଁ ପ୍ରସଙ୍ଗଟି ସମାଜର ସବୁ ପରିବାର ଦୃଷ୍ଟି ଦେବା କଥା, ତାହା ହେଲା ଅଭୟ ଯିଏ ନିଜ କଳା ସାମ୍ରାଜ୍ୟ ଭିତରେ ନିଜ ପୁଅର ଭବିଷ୍ୟତକୁ ବି ବାଜି ଲଗାଇଦେଲେ। ସ୍ଥିତି ଏବେ ଏମିତି ଯେ ଅଭୟ ସିନା ଜେଲରୁ ମୁକୁଳିଗଲେ, ପୁ୍ଅ ଆକାଶ ପାଠକ ଜେଲର ଚାରିକାନ୍ଥ ଭିତରେ ଅସ୍ତବ୍ୟସ୍ତ ହେଉଛନ୍ତି। ତାଙ୍କର (ଆକାଶ) ପୂରା ଭବିଷ୍ୟତକୁ ନିଜେ ଅଭୟ ଚୁରମାର୍ କରିଦେଇଛନ୍ତି। ଅନ୍ତତଃ ଏଭଳି ମାମଲା ଆଉ ଓଡ଼ିଶାରେ କେବେ ବି ସାମ୍ନାକୁ ନ ଆସୁ। ଏହି ମାମଲାରୁ ସମାଜ ଅନ୍ତତଃ ଶିକ୍ଷା ଗ୍ରହଣ କରୁ।

ଅଭୟ ନିଜ ହାତରେ ମେଧାବୀ ପୁଅକୁ ଅର୍ଥର ବଳୟ ଭିତରେ ବାନ୍ଧି ଦେଇ ଏମିତି ଏକ ପରିସ୍ଥିତି ସୃଷ୍ଟି କରିଦେଲେ ଯେ ଆକାଶ ଏବେ ସେ ଯନ୍ତାରେ ପଡ଼ି ଛଟପଟ ହେଉଛନ୍ତି। ସମୁଦାୟ ଘଟଣାରେ ଅଭୟଙ୍କୁ ଦୋଷ ଦିଆଯିବା ପଛରେ ଯେଉଁ ବଳିଷ୍ଠ ଯୁକ୍ତିଟି ରହିିଛି, ତାହା ହେଲା ନିଜେ ଅଭୟ ପୁଅ ଆକାଶର ମିଛ ଚାକିରି ସଂପର୍କରେ କେବେ ଚିନ୍ତିତ ନଥିଲେ। ବରଂ ନିଜର ବନ୍ଧୁ ସହୋଦରଙ୍କୁ କହି ଗର୍ବିତ ହେଉଥିଲେ। ଆକାଶଙ୍କ ସଂପର୍କରେ ନିଜ ବନ୍ଧୁମାନଙ୍କୁ ପୂରା କୁହେଳିକା ମଧ୍ୟରେ ରଖି ଏମିତି ଏକ ଚିତ୍ର ଆଙ୍କିଥିଲେ ଯେ ସମସ୍ତେ ତାଙ୍କୁ ଏକଦା ସାବାସୀ କରୁଥିଲେ। ଜଣେ ସଫଳ ବାପା ଭାବେ ତାଙ୍କୁ ବାହା-ବା ବି ଦେଇଛନ୍ତି। ଆଉ ଏବେ ସମୁଦାୟ ଘଟଣା ପଦାକୁ ଆସିବା ପରେ ତାଙ୍କରି ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍‌ଏସ୍ ବନ୍ଧୁମାନେ ତାଙ୍କୁ ତିରସ୍କାର କରୁଛନ୍ତି, ଘୃଣା ଆଖିରେ ଦେଖୁଛନ୍ତି। ତାଙ୍କ ପାଇଁ କାହା ମନରେ ଆଜି ଯେମିତି ଅନୁଶୋଚନା ନାହିଁ।

ଏୟା ହୋଇଥାନ୍ତା, ଯଦି ଆକାଶ ନିଜେ ଭୁଲ ରାସ୍ତାରେ ଯାଇଥାନ୍ତେ, ତେବେ ଅଭୟ ତାଙ୍କୁ ଆକଟ କରିଥାନ୍ତେ। ତାଙ୍କୁ ରୋକିଥାନ୍ତେ। ଆଉ ଯଦି ଆକାଶ ଶୁଣିବି ନଥାନ୍ତେ, ତେବେ ଅନେକ ଅବୁଝା ପୁଅଙ୍କୁ ନେଇ ଯେଭଳି ବାପା ମାଆମାନେ ଚିନ୍ତାରେ ରହୁଛନ୍ତି, ଅଭୟ ବି ଚିନ୍ତିତ ରହିଥାନ୍ତେ। ହେଲେ ସେମିତି କେବେ ବି ଦେଖାଯାଇନାହିଁ। ବରଂ ନିଜର ପୁଅର ବିଶାଳ ଦୁନିଆ ସଂପର୍କରେ କହିବା ବେଳେ ଅଭୟ ଗଦ୍‌ଗଦ୍ ହୋଇପଡୁଥିଲେ ବୋଲି ତାଙ୍କର ଜଣେ ସହଯୋଗୀ ବନ୍ଧୁ କହିଛନ୍ତି।

ଅଭୟ ଯେ ଏଥିପାଇଁ କମ୍ ଦଣ୍ଡ ପାଇଲେଣି ତା ନୁହେଁ। ଖୁବ୍ ଶୀଘ୍ର ସେ ଜଙ୍ଗଲ ବିଭାଗର ସର୍ବୋଚ୍ଚ ପଦବି ଧରିଥାନ୍ତେ। ଦୀର୍ଘ ସମୟ ଧରି ସେ ଏଠାରେ ରହିଥାନ୍ତେ। ହେଲେ ବିଧାତା ତାଙ୍କୁ ଏଥିରୁ ବଞ୍ଚିତ କଲା। ବରଂ ନିଜ ଯୌବନାବସ୍ଥାରେ ଯେଉଁ ସର୍ବଭାରତୀୟ ସେବା ପାଇବାକୁ ସେ ସଂଘର୍ଷ କରିଥିଲେ, ସେହି ସେବାରୁ ତାଙ୍କୁ ସରକାର ବଞ୍ଚିତ କଲେ। ତାଙ୍କୁ ଆଇଏଫ୍‌ଏସ୍ ଚାକିରିରୁ ବହିଷ୍କାର କରିଦିଆଗଲା। ସେ ଜେଲ ହାଜତରେ ରହିଲେ।

ବରଂ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଅଭୟ ପାଠକଙ୍କୁ ଗିରଫ କରିଥିଲା। ମାମଲାଟି ଧୀରେ ଧୀରେ ଏଭଳି ବଳିଷ୍ଠ ଓ ସାଂଘାତିକ ରୂପ ଧାରଣ କରିଥିଲା ଯେ ତା ଭିତରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଅଭୟଙ୍କ ପୁଅ ଆକାଶ ଫସିଗଲେ। ବିଜେଡିର ଆଗଧାଡିର ନେତା ଶ୍ରୀ ପାଣିଗ୍ରାହୀଙ୍କ ଭାଗ୍ୟ ବି ବିପଦରେ ଛନ୍ଦି ହୋଇଗଲା। ଏବେ ପ୍ରଦୀପ ଜେଲରୁ ମୁକୁଳିସାରିଲେଣି।

ସ୍ମରଣଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ୨୫ ତାରିଖରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଭୁବନେଶ୍ବର ୟୁନିଟ୍ ୯ସ୍ଥିତ ସରକାରୀ ବାସଭବନ, ଘାଟିକିଆସ୍ଥିତ ଭିପୁଲ୍‌ ଗାର୍ଡେନରେ ସମ୍ପର୍କୀୟଙ୍କ ଫ୍ଲାଟ୍, ପିପିଲିସ୍ଥିତ ଡ୍ରାଇଭରଙ୍କ ଘର, ପୁନେରେ ପୁଅର ଫ୍ଲାଟ୍, ନକଲି ଟାଟା କମ୍ପାନି କାର୍ଯ୍ୟାଳୟ, ବିହାର ପାଟନା, ରାଜସ୍ଥାନ ଉଦୟପୁରରେ ଏକା ସାଙ୍ଗରେ ଚଢ଼ଉ କରିଥିଲା ଭିଜଲାନ୍ସ। ଏହି ଚଢ଼ଉରେ ୧୫୦ ଅଫିସର ସାମିଲ ହୋଇଥିଲେ। ଏହା ଭିିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ଅପରେସନ୍ ଥିଲା। ମାମଲାର ତଦନ୍ତ ପାଇଁ ଏସ୍‌ଆଇ୍‌ଟି ଗଠନ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର ବରିଷ୍ଠ ଅଧିକାରୀମାନେ ମାମଲାର ଅନୁଧ୍ୟାନ କରୁଥିଲେ। ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଠାବ କରିଥିବା ଗଣମାଧ୍ୟମକୁ ଭିଜିଲାନ୍ସ ଅଧିକାରୀମାନେ ସୂଚନା ଦେଇଥିଲେ।ସମ୍ପର୍କୀୟ ଦାନ୍ତ ଡାକ୍ତରଙ୍କ ଫ୍ଲାଟରୁ ନଗଦ ୫୦ ଲକ୍ଷ, ମର୍ସିଡିଜ୍, ଟାଟା ହ୍ୟାରିୟର ଭଳି ୪ ଦାମୀ କାର ଠାବ ହୋଇଥିଲା।

ପରେ ଭିଜିଲାନ୍ସ ଆହୁରି କହିଥିଲା ଯେ ପାଠକ ତାଙ୍କ ପୁଅ ଟାଟା ମୋଟର୍ସରେ ଉଚ୍ଚ ପଦବିରେ ରହିଥିବା ଦର୍ଶାଇ ଅନେକ କେଳେଙ୍କାରୀରେ ସାମିଲ ହୋଇଛନ୍ତି। ବିଭିନ୍ନ ଲୋକଙ୍କୁ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଢେର୍ ଟଙ୍କା ନେଇଛନ୍ତି। ଏହି ମାମଲା ଉପରେ କୋର୍ଟ ପୂରା ଶୁଣିବେ ଓ ରାୟ ବି ପ୍ରଦାନ କରିବେ। ଏଭଳି ଘଟଣାର ଅନ୍ତଃ କଣ ହେବ, ତାହା ସମୟ କହିବ।

ଏହି ପ୍ରସଙ୍ଗ କିନ୍ତୁ ଅନେକଙ୍କ ପାଇ ଏକାଧିକ ସଙ୍କେତ ଦେଉଛି, ଯାହା ସମାଜ ନ ଶିଖିଲେ ଏଭଳି ଘଟଣାର ପୁନରାବୃତ୍ତି ଘଟିପାରେ।

Leave A Reply

Your email address will not be published.