ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ମହାପ୍ରଭୁଙ୍କୁ ଭୀଷଣ ଜ୍ବର, ଦଇତାଙ୍କ ଗୁପ୍ତନୀତି ଆରମ୍ଭ

0

ଭୁବନେଶ୍ବର: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଗୁରୁବାର ତାଙ୍କୁ ସ୍ନାନ ବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି।ସେଠାରେ ଦଇତା ଗୁପ୍ତସେବା ଆରମ୍ଭ କରିଛନ୍ତି।

ଅନ୍ୟପଟରେ ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରିଛନ୍ତି। ଯଦିଓ କୋଭିଡ୍ ପାଇଁ ଶ୍ରୀମନ୍ଦିର ଏବେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଛି, ତଥାପି ଶୁକ୍ରବାର ଠାରୁ ଏହି ପଟିଦିଅଁମାନେ ହିଁ ସାମ୍ନାରେ ରହି ପୂଜା ପାଇବେ। ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମାଆ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହୋଇଛନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି।

ସେପଟେ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ହୁଏ। ଏଥର କିନ୍ତୁ କୋଭିଡ୍ କାରଣରୁ ସେଠାରେ ମଧ୍ୟ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି।

ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ହାତୀ ବେଶ ଓଲାଗି ହୋଇଥିଲା। ସ୍ନାନ ବେଦୀରୁ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇଥିଲେ। ମାତ୍ରାଧିକ ସ୍ନାନ କାରଣରୁ ବାହୁଡା ପହଣ୍ଡିରେ ଆସୁଥିବା ବେଳେ ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକି ଯାଇଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ ଆଧାରରେ ଶ୍ରୀମନ୍ଦିର ଭିତର କାଠ ଓ କଳାହାଟ ଦ୍ବାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଚତୁର୍ଧାମୂର୍ତିଙ୍କୁ ରଖାଯାଇଛି। ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓହ୍ଲାଇ ଦିଆଯାଇଛି। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ।

Leave A Reply

Your email address will not be published.