ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଦ୍ୟଯାତ୍ରାରେ ଅଗ୍ରପୂଜ୍ୟଙ୍କୁ ଗୁରୁତ୍ବ: ହାତୀ ବେଶରେ ମହାପ୍ରଭୁ

0

ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବ ପରେ ମହାପ୍ରଭୁ ଗଜାନନ ଓ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାରାଷ୍ଟ୍ରର ବିଶିଷ୍ଟ ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ ଠାକୁରେ। ବଡ଼ ଠାକୁରଙ୍କ ପାଇଁ ଗୋପାଳ ତୀର୍ଥ ମଠ ଏହି ବେଶ ଯୋଗାଇଥାନ୍ତି। ଅନ୍ୟପକ୍ଷରେ ରାଘବ ଦାସ ଉଭୟ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପାଇଁଏହି ବେଶ ପ୍ରସ୍ତୁତ କରିଥାନ୍ତି।

ହେଲେ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ସହିତ ଅଗ୍ରପୂଜ୍ୟ ଗଣେଶଙ୍କର ସଂପର୍କ ଯେ କୌଣସି ଶ୍ରଦ୍ଧାଳୁଙ୍କୁ ଆଚମ୍ବିତ କରିବ ନିଶ୍ଚୟ।

କାହିଁ କେଉଁ କାଳରୁୁ ମହାରାଷ୍ଟ୍ରରେ ଗଣେଶ ବା ଗଜାନନଙ୍କର ପୂଜା ହୋଇ ଆସୁଛି। ସ୍ୱାଭାବିକ ଭାବେ ସ୍ଥାନୀୟ ଲୋକେ ଗଣେଶଙ୍କର ହିଁ ପୂଜା ଆରାଧନା କରିଥାନ୍ତି। ସପ୍ତଦଶ ଶତାଦ୍ଦୀର କଥା। ସେବେ ମହାରାଷ୍ଟ୍ରରୁ ଜଣେ ଭକ୍ତ ଗଣପତି ଭଟ୍ଟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି। ସବୁ ଧର୍ମ ଶାସ୍ତ୍ର ପଢି ଶ୍ରୀ ଭଟ୍ଟଙ୍କର ଅନୁଭବ ହୋଇଥାଏ ଯେ ସ୍ୱୟଂ ବ୍ରହ୍ମ ପୁରୀରେ ସ୍ଥୁଳ ସ୍ୱରୂପ ଧାରଣ କରିଛନ୍ତି। ଗଣପତି ପୁରୀ ଆସି ମହାପ୍ରଭୁଙ୍କ ପାଖେ ପହଞ୍ଚିବା ଦିନ ଜ୍ୟେଷ୍ଠ ପୂର୍ଣ୍ଣମୀ ହୋଇଥାଏ। ସେଦିନ ଶ୍ରୀଜିଉଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଥିଲା। ରତ୍ନ ବେଦୀ ଛାଡି ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ ପାଇଁ ବେଦୀ ଉପରେ ଅଧିଷ୍ଠିତ ହୋଇଥାନ୍ତି।

ଗଣପତି ଚତୁର୍ଧା ମୂର୍ତିଙ୍କୁ ଦର୍ଶନ କଲେ। ହେଲେ ତାଙ୍କର ଆରାଧ୍ୟ ଠାକୁର ଗଣେଶଙ୍କୁ ସେ କେଉଁଠି ଦେଖିପାରିଲେ ନାହିଁ । କାରଣ ମହାପ୍ରଭୁଙ୍କର ଏ ସ୍ୱରୂପ ତାଙ୍କ ଚିନ୍ତନ ବାହାରେ ଥିଲା । ସେ ବ୍ରହ୍ମ ରୂପରେ ଶ୍ରୀ ଗଣେଶଙ୍କ ସ୍ବରୂପର ହିଁ କଳ୍ପନା କରିଥିଲେ। ଏଥର ଅଭିମାନରେ ଗଣେଶ ଭଟ୍ଟ ଫେରିଗଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତଙ୍କର। ଯେଉଁ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ନିଜେ ଓହ୍ଲାଇ ଆସନ୍ତି, ସେ ବା ଗଣପତିଙ୍କୁ ଶୂନ୍ୟ ଆଶା ଓ ହୃଦୟରେ ଫେରିଯିବାକୁ ଦେଇଥାନ୍ତେ କେମିତି? ପ୍ରଭୁ ମୁଦିରସ୍ତଙ୍କୁ ସ୍ୱପ୍ନାଦେଶ କଲେ। ଚେତାଇ ଦେଲେ ମୋର ଭକ୍ତ ଫେରିଯାଉଛି। ତାଙ୍କୁ ଅଟକାଇବାକୁ ପଡିବ। ତୁରନ୍ତ ଗଣପତିଙ୍କୁ ଖୋଜି ଅଟକାଇଲେ ସେବକ। ଫେରାଇ ଆଣିଲେ ମହାପ୍ରଭୁଙ୍କ ନିକଟକୁ। ଏଥର କିନ୍ତୁ ଗଣପତି ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କୁ ଦର୍ଶନ କରନ୍ତେ, ପ୍ରଭୁ ତାଙ୍କ ନିକଟରେ ଗଣେଶ ରୂପରେ ପ୍ରତୀୟମାନ ହେଲେ। ଗଣେଶ ରୂପରେ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ସ୍ତୁତି କଲେ। ଗଣପତି ଏହା ପ୍ରକାଶ କରିବା ପରେ ରାଷ୍ଟ୍ର ହୋଇଥିଲା ମହାପ୍ରଭୁଙ୍କର ଦିବ୍ୟ ଲୀଳା।

ସେବେଠାରୁ ଏହାର ସ୍ମାରକୀ ରୂରେ ମହାପ୍ରଭୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଓ ଛେରା ପହଁରା ନୀତି ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ସୁଭଦ୍ରା କିନ୍ତୁ ଗଜାନନ ବେଶ ହୋଇନଥାନ୍ତି। ତାଙ୍କୁ ଅନ୍ୟ ଆଭୂଷଣରେ ଭୂଷିତ କରାଯାଇଥାଏ। କେହି କେହି ପଣ୍ଡିତ କହନ୍ତି, ତିନି ଠାକୁରେ ସ୍ନାନ ମଣ୍ଡପରେ ଯଥାକ୍ରମେ ହରିଦ୍ରା ଗଣପତି, ଖଦିର ଗଣପତି ଓ ମାତଙ୍ଗୀ ରୂପରେ ବିରାଜମାନ କରିଥାନ୍ତି।

ସପ୍ତଦଶ ଶତାଦ୍ଦୀର ଏହି ଜନଶ୍ରୁତି ସଂପର୍କରେ ପୁରାଣାଦି ଗ୍ରନ୍ଥ କିନ୍ତୁ ନିରବ ରହିଛି। ଏକଥା ବି କୁହାଯାଏ, ରଥଯାତ୍ରାର ଆଦ୍ୟ ପର୍ବ ହେଉଛି ସ୍ନାନ ଯାତ୍ରା। ଆଉ ଅଗ୍ରପୂଜ୍ୟ ହେଉଛନ୍ତି ଗଣେଶ। ଆଦ୍ୟ ପର୍ବରେ ଅଗ୍ରପୂଜ୍ୟଙ୍କ ରୂପ ଧାରଣ କରି ସ୍ୱୟଂ ମହାପ୍ରଭୁ ଗଣେଶଙ୍କ ଉପସ୍ଥିତି ବର୍ଣ୍ଣନା କରିଛନ୍ତି। ସମାଜକୁ ବାର୍ତା ଦେଇଛନ୍ତି ଯେ ବିଘ୍ନ ବିନାଶର ଠାକୁର ଶ୍ରୀ ଗଣେଶ ହିଁ ତାଙ୍କରି ସ୍ୱରୂପ। ସେ ହିଁ ଗଣେଶ, ସେ ହିଁ ଶ୍ରୀଜଗନ୍ନାଥ। ସେ ସର୍ବବ୍ୟାପି।

Leave A Reply

Your email address will not be published.