ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଯେଠଓ୍ବା, ଲଳିତ, ସଂଜୀବଙ୍କୁ ଗୁରୁଦାୟିତ୍ବ

0
  • ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‌ଡି ନିଯୁକ୍ତି
  • ବୋଥ୍ରା ପରିବହନ କମିସନ, ରାଧାକୃଷ୍ଣଙ୍କୁ ଆଇନଶୃଙ୍ଖଳା ଦାୟିତ୍ବ
  • ଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ କାର୍ଯ୍ୟ କରିବେ

ଭୁବନେଶ୍ବର: ଯେମିତି ପୂର୍ବାନୁମାନ କରାଯାଇଥିଲା, ଠିକ୍ ସେମିତି ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ଯଶୋବନ୍ତ ଜେଠଓ୍ବାଙ୍କୁ ଭିଜିଲାନ୍ସ ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି ବରିଷ୍ଠ ଆଇପିଏସ୍ ତଥା ପରିବହନ କମିସନର ସଂଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ମୁଖିଆ ଭାବେ ନିଯୁକ୍ତି ଦିଆଯାଇଛି। ସେ ପୁଲିସ ହାଉସିଂ କର୍ପୋରେସନ ଦାୟିତ୍ବରେ ମଧ୍ୟ ରହିବେ। ଏଥିସହିତ ସ୍ନାନ ପୂର୍ଣ୍ଣମୀରେ ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସରକାର ଗୁଇନ୍ଦା ନିର୍ଦେଶକ ମଧ୍ୟ ବଦଳାଇ ଦେଇଛନ୍ତି। ପୁଲିସ ମୁଖ୍ୟାଳୟରେ ଥିବା ଏଡିଜି ତଥା ଆଇପିଏସ୍ ଅଧିକାରୀ ଲଳିତ ଦାସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ରାଧାକୃଷ୍ଣ ଶର୍ମାଙ୍କୁ ଆଇନଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ହେଲେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ବରିଷ୍ଠ ଆଇପିଏସ୍ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କୁ ସରକାର ଗୃହ ବିଭାଗର ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ନିକଟରେ ସରକାର ତାଙ୍କୁ ପୁଲିସ କମିସନର ପଦବିରୁ ଦୂରେଇ ଦେଇଥିବା ବେଳେ ଆଜିର ନିଯୁକ୍ତି କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ଶ୍ରୀ ଷଡ଼ଙ୍ଗୀ ଉପରେ ସରକାର କୌଣସି କାରଣରୁ ଖପ୍ପା। ଶ୍ରୀ ଷଡ଼ଙ୍ଗୀ ମଧ୍ୟ କେନ୍ଦ୍ରୀୟ ଡେପୁଟେସନ ପାଇଁ ଅନୁମତି ମାଗିଥିବା ସୂଚନା ମିଳିଛି।

ସେହିଭଳି ଓଏସ୍‌ଆରଟିସି ମୁଖିଆ ତଥା ସିଏମ୍‌ଡି, କ୍ରୁଟ ସିଇଓ ଏଡିଜି ଅରୁଣ ବୋଥ୍ରାଙ୍କୁ ପରିବହନ କମିସନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ହୋମଗାର୍ଡ ଓ ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସରେ ନିଯୁକ୍ତି ଦିଆଯାଇଛି। ଜୁନ୍ ୨୦ ତାରିଖ ଦିନ ଏହି ସପ୍ତାହରେ ଆଇପିଏସ୍‌ ଅଦଳବଦଳ ନେଇ ‘ଆର୍‌ଏନ୍‌ଏ’ ଖବର ଦେଇଥିଲା।

Leave A Reply

Your email address will not be published.