ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡ଼ିଶାରେ ପଶିଲା ଡେଲଟା ଭ୍ୟାରିଆଣ୍ଟ

0

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ପ୍ରଭାବ କମିନଥିବା ବେଳେ ଚିନ୍ତା ବଢାଇଲା ନୂତନ ଭ୍ୟାରିଆଂଟ । ଓଡିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଂଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ଆଉ ଆକ୍ରାନ୍ତ ଜଣକ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। । ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଉପରେ ଏବେ ତର୍ଜମା ଚାଲିଛି। ସେ କେମିତି ଡେଲ୍ଟା ପ୍ଲସ୍ ଭେରିଏଣ୍ଟରେ ଆକ୍ରାନ୍ତ ହେଲେ ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁଧ୍ୟାନ ଚାଲିଛି ।

ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି।
ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ୪୮ଟି କେସ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୯ଟି, ମଧ୍ୟପ୍ରଦେଶରେ ୭ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ସେହିପରି କେରଳରେ ୩ଟି, ଗୁଜୁରାଟ ଓ ପଂଜାବରେ ୨ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜମ୍ମୁ ଓ କର୍ଣ୍ଣାଟକରେ ଜଣେ ଲେଖାଁଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛନ୍ତି ।

ଡେଲଟା ପ୍ଲସ ଭ୍ୟାରିଆଂଟ ରୂପ ବଦଳାଇ ଡେଲଟା ପ୍ଲସ ଭାବେ ସାମନାକୁ ଆସିଛି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭ୍ୟାରିଆଂଟ ପ୍ରତି କାମ କରୁଛି। କୋଭିଡ୍ ନିୟମ ମାନିବା, ଲକ୍ଡାଉନ୍, ସଟଡାଉନ ଏବଂ ଅଧିକରୁ ଅଧିକ ଟିକାକରଣ ଦ୍ୱାରା ଏହି ଡେଲ୍ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।

ବର୍ତ୍ତମାନ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଥିବା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । କାରଣ ଏଯାଏ କରୋନା ଦ୍ୱିତୀୟ ଲହରର ସଂକ୍ରମଣ ନିୟନ୍ତ୍ରଣକୁ ଆସିନି । ଦୈନିକ ସଂକ୍ରମଣ ଏବେ ୩ ହଜାର ପାଖାପାଖି ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି ।

Leave A Reply

Your email address will not be published.