ପ୍ରମୁଖ ଖବର

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଅବସର ଦିନ ମିଳିବ ପୂର୍ଣ୍ଣାଙ୍ଗ ପେନସନ
ବଦଳିବେ ବରଗଡ଼ ଧନୁଯାତ୍ରା କଂସ
ଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରୁ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝରର ଫାଷ୍ଟଟ୍ରାକ କୋର୍ଟ
ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନା
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ: ୩ ମୃତ ୯ ଆହତ
ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ,ବବି ଦାସଙ୍କ ଭାଇ ନାଁରେ ଏତଲା

ଲକ୍‌ଡାଉନ୍ ଖୋଲିବାକୁ ତରତର ହେଲେ, ଏବେ…

0
  • କରୋନା ଗ୍ରାଫ୍ ଉପରମୁହାଁ, ଟିପିଆର୍ ୫.୧୭ ପ୍ରତିଶତକୁ ବଢ଼ିଲା
  • ରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ଆଣିପାରେ ବଡ ବିପଦ
  • ମୃତ୍ୟୁ ସଂଖ୍ୟା କମୁନି, ମାସକରେ ଗଲାଣି ୧୨୩୦ ଜଣଙ୍କର ଜୀବନ
  • ସରକାର କଠୋର ନ ହେଲେ ତୃତୀୟ ଲହର ଆସିବା ଡେରି ନୁହେଁ

ଭୁବନେଶ୍ବର: ପରିସ୍ଥିତିରେ ଉନ୍ନତି ଆସୁଥିବା ଲକ୍ଷ୍ୟ କରି ରାଜ୍ୟ ସରକାର ଲକ୍‌ଡାଉନ୍ କୋହଳ କରିଦେଲେ। ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ୧୭ ଜିଲ୍ଲାକୁ ପୂରା କୋହଳ କରିଦିଆଗଲା। ଉପକୂଳରେ ବିପଦ ଥିବା ଜାଣି ବି କିଛିଟା କୋହଳ କରିଦିଆଗଲା। ଏହାର ସାଂଘାତିକ ପ୍ରଭାବ ଏବେ ରାଜ୍ୟ ଉପରେ ପଡ଼ିବାକୁ ଯାଉଛି। ସରକାରଙ୍କ ତରତର ନିଷ୍ପତ୍ତି ଲୋକଙ୍କୁ ଅଧିକ ବିପଜ୍ଜନକ ସ୍ଥିତିକୁ ଟାଣିନେବନି ତ? ଏମିିତି ଏକ ପ୍ରଶ୍ନ ବିଶେଷଜ୍ଞଙ୍କୁ ଘାରିଲାଣି। ଏପଟେ ଗତକାଲି ଦେବଗଡ଼ ଜିଲ୍ଲାରୁ ଡେଲ୍‌ଟା ଭ୍ୟାରିଆଣ୍ଟ ଭୁତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ଲକ୍ଷ୍ୟ କରାଗଲାଣି। ୫ ପ୍ରତିଶତ ତଳକୁ ଖସିଆସିଥିବା ଟିପିଆର୍‌ଏ ୫.୧୭ ପ୍ରତିଶତ ଛୁଇଁଛି। ଗତକାଲି ୬୮ ହଜାର ୬୯୫ ଜଣଙ୍କର କରୋନା ପରୀକ୍ଷା ପରେ ଜଣାପଡ଼ିଛି ଯେ ସେମାନଙ୍କ ମଘ୍ୟରୁ ୩୫୫୪ ଜଣଙ୍କ ଠାରେ କରୋନା ଭୁତାଣୁ ରହିଛି।

ମୃତ୍ୟୁ ସଂଖ୍ୟା ମଧ୍ୟ ଆଜି ହଠାତ୍ ବଢିଯାଇ ୪୭ରେ ପହଞ୍ଚି।ଏଥିସହିତ ଏଯାଏ ରାଜ୍ୟରେ କରୋନାରେ ୩୮୪୮ ଜଣ ସରକାରୀ ଭାବେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ବେସରକାରୀ ଭାବେ ଏହା କେତେଗୁଣ ଅଧିକ ତାହା ଆକଳନ କରିବା ବି ମୁସ୍କିଲ୍। ଏହି କ୍ରମରେ ଖୋର୍ଧା ଜିଲ୍ଲାରେ ଆଜି ୬୫୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ୯ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି।

ଏସବୁ ଚିତ୍ର କେଉଁଠି ନା କେଉଁଠି ଏହା ସୂଚାଉଛି ଯେ କରୋନା ସ୍ଥିତି ଏବେ ବି ଗମ୍ଭୀର ରହିଛି। ସରକାର ତରତର ହୋଇ କଟକଣା କୋହଳ କଲେ ପରିସ୍ଥିତି ଭୟାବହ ହୋଇପାରେ ଓ ଦ୍ବିତୀୟ ଲହର ପ୍ରକ୍ରିୟା ସରିବା ପୂର୍ବରୁ ତୃତୀୟ ଲହର ଛୁଇଁଯିବା ବିଚିତ୍ର ନୁହେଁ। ସବୁଠାରୁ ବଡ଼ କଥା ହେଲା, ବିଶେଷଜ୍ଞମାନେ ତୁହାକୁ ତୁହା ମତ ବଦଳାଉଛନ୍ତି। ଯେଉଁଦିନ କରୋନା କମୁଛି, ହଠାତ୍ ସେଦିନ ସଂକ୍ରମଣ କମିଗଲାଣି ବୋଲି ଖୋଲାଖୋଲି କହୁଥିବା ବେଳେ ସଂକ୍ରମଣରେ ସାମାନ୍ୟ ଉଚ୍ଚା ପରିଲକ୍ଷିତ ହେଉଥିବା ଦେଖି ପରିସ୍ଥିତିର ଭୀଷଣତା ନେଇ ଲୋକଙ୍କୁ ଡରାଇବା ଆରମ୍ଭ କରିଦେଉଛନ୍ତି। ଏସବୁ ସାଧାରଣ ଲୋକଙ୍କୁ ଯେତିକି ଆଶ୍ବସ୍ତ କରୁନି, ତା ଠାରୁ ଅଧିକ ଆତଙ୍କିତ କରୁଛି। ରାଜ୍ୟ ସରକାରଙ୍କର କିନ୍ତୁ ଏସବୁ ଉପରେ ଆଦୌ ନିୟନ୍ତ୍ରଣ ନାହିଁ। ଯିଏ ଯାହା କହିଲେ ବି ସରକାର ସେସବୁକୁ ଅନୁମତି ଦେଉଛନ୍ତି। ପ୍ରଥମ ଲହର ବେଳର କଟକଣା ତନାଘନା ଦ୍ବିତୀୟ ଲହର ବେଳେ କମିଯିବା ପରିପ୍ରେକ୍ଷୀରେ ଏହା ବେଶୀ ଘାତକ ହୋଇଥିବା କୁହାଯାଉଛି।

ସରକାରୀ ଡାସ୍ ବୋର୍ଡକୁ ନିରେଖି ଦେଖିଲେ ଜଣାପଡୁଛି ଯେ ଖୋର୍ଧା,କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି। ଅନୁଗୁଳ, ମୟୂରଭଂଜ, ପୁରୀ, ଜଗତସିଂହପୁର, ଭଦ୍ରକ ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି। ମେ’ ୨୭ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ୩୦ ଦିନରେ ରାଜ୍ୟରେ ୧୨୩୦ ଜଣ ପ୍ରାଣ ହରାଇଲେଣି। ଏହା ପ୍ରମାଣ କରୁଛି ଯେ ସଂକ୍ରମଣ ସଂକ୍ୟା ହ୍ରାସ ପାଉଥିଲେ ହେଁ, କରୋନା ଓ ତା ପରବର୍ତ୍ତୀ ଜଟିଳତାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ଏଠାରେ ଉଲ୍ଲେଖଥାଉକି, କରୋନାରେ ୬୪ ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ପ୍ରତିଶତ ରହିଛି। ଯେହେତୁ ପୁରୁଷ ଲୋକମାନେ କର୍ମସଂସ୍ଥାନ କାରଣରୁ ହେଉ କିମ୍ବା ଅମାନିଆ ହୋଇ ବାହାରେ ବୁଲୁଛନ୍ତି, ଏଣୁ ଏମାନଙ୍କ ସଂକ୍ରମଣ ସଂଖ୍ୟା ଟିକିଏ ଅଧିକ ରହୁଛି। ଏହି କ୍ରମରେ ୧୫ରୁ ୪୦ ବର୍ଷ ବୟସ୍କ ସର୍ବାଧିକ (୪, ୭୭, ୦୭୪) ସଂକ୍ରମିତ ଥିବା ବେଳେ ଏହା ପରେ ୪୧ରୁ ୬୦ବର୍ଷ ବୟସ୍କ ଅଧିକ (୨, ୮୨, ୯୯୩) ସଂକ୍ରମିତ ଅଛନ୍ତି। ୮୬ ହଜାର ୮୪୩ ଜଣ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରୁ କରୋନା ଚିହ୍ନଟ ହୋଇଛି ଏବଂ ଶିଶୁ (୦-୧୪)ଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪୬ ହଜାର ୫୯୮ ରହିଛି।

Leave A Reply

Your email address will not be published.