ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ତହସିଲଦାର ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଲାଞ୍ଚ ନେଇ ଗତ ମାସରେ ଗିରଫ ହୋଇ ଜାମିନରେ ଆସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ତଥା ଓଏଏସ୍‌ ଅଫିସର ଶିବ ମଲ୍ଲିକଙ୍କୁ ପୁଣି ଥରେ ଗିରଫ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଦର୍ଶାଇ ଭିଜିଲାନ୍ସ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରି ଆଜି ତାଙ୍କୁ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଓଏଏସ୍ ଅଫିସର ଶିବ ମଲ୍ଲିକ ତାଙ୍କ ଆୟଠାରୁ ୧୯୦% ଅଧିକ ସଂପତ୍ତି ଠୁଳ କରିଛନ୍ତି। ତାଙ୍କର ୪ଟି କୋଠା ଘର ସହିତ ୭ଟି ଦାମୀ ପ୍ଲଟ୍ ଅଛି। ସେ ୧୮ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧.୫୪ ଲକ୍ଷ ଟଙ୍କା ମିଳିଥିଲା।

ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା। ଜମି କିସମ ପରିବର୍ତ୍ତନ,ଦଖଲ ଖାରଜ, ଉଚ୍ଛେଦ କେସକୁ ନେଇ ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡରେ ଧରାପଡ଼ିଥିଲେ। ତହସିଲ ଅଫିସରୁ ସେପ୍ଟେମ୍ବର ୨୩ରେ ନିଜ ହେପାଜତକୁ ନେଇଥିଲା ଭିଜିଲାନ୍ସ ଟିମ୍।

ଉକ୍ତ ଅଞ୍ଚଳର ଗୋଜାବନ୍ଧ ଗାଁର ସୁଦର୍ଶନ ସ୍ବାଇଁଙ୍କଠାରୁ ଜମି ଦାଖଲ ଖାରଜ ଉଚ୍ଛେଦ ଓ କିସମ ପରିବର୍ତ୍ତନ ପାଇଁ ୨୦ ହଜାର ଟଙ୍କା ମାଗିିଥିଲେ। ଦାବି ମୁତାବକ ଅନ୍ତର୍ଯ୍ୟାମୀ ମଙ୍ଗଳବାର ଅପରାହ୍ନରେ ତହସିଲ ଅଫିସ ପଛ ପାଖ ସରକାରୀ ବାସଗୃହକୁ ଟଙ୍କା ଦେବାକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ସେଠାରୁ କାବୁ କରିଥିଲା।

Leave A Reply

Your email address will not be published.