ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଇଏଏସ ଅଫିସର ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେହିଭଳି ୨୦୦୮ ବ୍ୟାଚ ଆଇଏଏସ ଭୁପିନ୍ଦର ସିଂହ ପୁନିଆଙ୍କୁ ଇପିକଲ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ଇଡ଼କୋ ଦାୟିତ୍ୱରେ ବି ରହିବେ। ସେଠାରେ ଥିବା ନୀତିନ ଭାନୁଦାସ ଅନ୍ତଃ ରାଜ୍ୟ ଡେପୁଟେସନରେ ଯିବେ।

ସେହିପରି ନିକଟରେ ସାଧାରଣ ପ୍ରଶାସନ ବିଭାଗ ଓଏସଡ଼ି ଭାବେ ନିଯୁକ୍ତି ପାଇଥିବା ପ୍ରେମଚନ୍ଦ ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ଶାହ ଶ୍ରୀ ପୁନିଆଙ୍କ ସ୍ଥାନକୁ ବଦଳି ହୋଇ ଆସିଛନ୍ତି।ସୋନପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ବରଗଡ଼ ବଦଳି ହୋଇଛନ୍ତି। ସେହିପରି ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଏ ଏସ ନରବନେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଏହା ବ୍ୟତୀତ କନିଷ୍ଠ ଅଫିସର ସ୍ତରରେ ବି ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି।

Leave A Reply

Your email address will not be published.