ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପାଠପଢାରେ ବୟସ ନଥାଏ

0

ଭୁବନେଶ୍ୱର: ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ପାଠପଢା ଆଗରେ ବୟସ ବି ହାର ମାନିଯିବ। ଏହା ପ୍ରମାଣ କରି ଦେଖାଇଛନ୍ତି ୫୭ ବର୍ଷର ଆଶା ଦିଦି ସ୍ବର୍ଣ୍ଣଲତା ପତି ।

ଶିକ୍ଷା ଗ୍ରହଣ କରିବାରେ କେବେ ବୟସ ବାଧକ ନୁହେଁ ବୋଲି ସମାଜକୁ ନିଆରା ବାର୍ତା ଦେଇଛନ୍ତି ସ୍ୱର୍ଣ୍ଣଲତା । ଆଶା ଦିଦି ଭାବେ ଦିନରାତି ଲୋକଙ୍କ ସେବା କରିବା ସତ୍ୱେ ମଧ୍ୟ ବୟସର ଅପରାହ୍ନରେ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି। ପରିବାର ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ଗାଁ ସ୍କୁଲରେ ମାସିକ ୧୦୦ ଟଙ୍କା ଦରମାରେ ପାଚିକ ଭାବେ ନିଯୁକ୍ତି ପାଇଥିଲେ । ଆଉ ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ସ୍ଥାନୀୟ ଅଞ୍ଚଳରେ ଆଶା ଦିଦି ଭାବେ ସେ ବେଶ ଜଣାଶୁଣା । ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରି କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଅଧିକ ସରକାରୀ ସୁବିଧା ପାଇବା ପାଇଁ ସ୍ୱର୍ଣ୍ଣଲତା ୨୦୧୯ ଡିସେମ୍ବରରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ହେଲେ କରୋନା କଟକଣା ଯୋଗୁଁ ମାଟ୍ରିକ ପରୀକ୍ଷା ୨୦୨୦ରେ ହୋଇପାରି ନଥିଲା । ପରେ ସେପ୍ଟେମ୍ବର ମାସରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସ୍ଥିର କରାଯାଇଥିଲା ଓ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିଲେ । ହେଲେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇ ନଥିଲେ। ସମସ୍ତ ବିଷୟରେ ପାସ କରିଥିବା ବେଳେ ଇଂରାଜୀରେ ଖରାପ ହୋଇଥିଲା ହେଲେ ସେତିକିରେ ସେ ହାର ମାନଯାଇନଥିଲେ । ନିଜ ଇଚ୍ଚାଶକ୍ତି ଯୋଗୁଁ ପୁଣି ଚଳିତ ଥର ସେ ଗୋଟିଏ ବିଷୟ ପାଇଁ ଫର୍ମ ଫିଲପ କରିଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ।

କୃତକାର୍ଯ୍ୟ ହେବା ପରେ ସ୍ୱର୍ଣ୍ଣଲତା କହିଛନ୍ତି, ତାଙ୍କ ପୁଅ ତାଙ୍କୁ ପାଠପଢିବା ପାଇଁ ବହୁତ ଉତ୍ସାହିତ କରିଥିଲେ। ଆଶା କର୍ମୀ ଭାବେ ନିଜର ଦାୟିତ୍ୱ ତୁଲାଇବା ସହ ସେ ରାତିରେ ପାଠ ପଢାପଢି କରୁଥିଲେ। ବହୁ ଦିନରୁ ପାଠ ଛାଡି ଦେଇଥିବାରୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା । ତେବେ ପାଠପଢା ସହ ନିଜର ଦାୟିତ୍ୱ ପ୍ରତି ମଧ୍ୟ ସେ କେବେ ଅବହେଳା କରିନଥିଲେ । ଏହା ସହ ସ୍ୱର୍ଣ୍ଣଲତା ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ଛୁଆଙ୍କୁ ମଧ୍ୟ ଉଚ୍ଚଶିକ୍ଷିତ କରିପାରିଛନ୍ତି ।

Leave A Reply

Your email address will not be published.