free hookup sites for married men free hookup sites vancouver whats a good free hookup site dating site free hookup best free hookup websites free hookup websites that actually work
ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

କାହା ସ୍ବାର୍ଥରେ କାମ କରୁଛନ୍ତି ଆଇଏଫ୍‌ଏସ୍, ଓଏଫ୍ଏସ୍ ବାବୁ?

0
  • ଏକଦା ହାତୀ ଓଡ଼ିଶାର ସଂପତ୍ତି ଥିଲା, ପୁରୀ ରାଜାଙ୍କୁ ଏଥିପାଇଁ ଗଜପତି ଭାବେ ପରିଚିତ
  • ଗାଁ ଗଣ୍ଡାରେ ଗଜଲକ୍ଷ୍ମୀ ପୂଜା କରାଯାଏ, ହାତୀ ମଲେ ଲକ୍ଷ୍ମୀଛାଡ଼ିଯାନ୍ତି ବୋଲି କୁହାଯାଏ
  • ଘରେ ଖଟୁଳିରେ ପୂଜା ପାଆନ୍ତି ହାତୀ ପ୍ରତିମା, ମହାପ୍ରଭୁଙ୍କ ସାମ୍ନାରେ ବି ଯାଉଥିଲା ଗଜ
  • ନଷ୍ଟଭ୍ରଷ୍ଟ କରିଦେଲେ ଜଙ୍ଗଲ, ମଣିଷ-ହାତୀର ଭାବଗତ ସଂପର୍କ ଡୋରି ଛିଡ଼ିଯାଉଛି
  • ହାତୀ ବଂଶ ଲୋପ ପାଇଯିବା ବିଚିତ୍ର ନୁହେଁ, ୨୦୧୯ କି ୨୦୨୧ରେ ଗଣତି ପାଇଁ କୁନ୍ଥକୁନ୍ଥ
  • ୧୪ କରିଡର, ୩ ହାତୀ ରିଜର୍ଭର୍ସକୁ ଆଇନଗତ ସ୍ବୀକୃତି ନାହିଁ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି
  • ‘୫ଟି’ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ଏଥିପାଇଁ ଉତ୍ତରଦାୟୀ କରିନାହାନ୍ତି
  • ଜଙ୍ଗଲ ମନ୍ତ୍ରୀ, ବିଭାଗର ଶାସନ ସଚିବ କେତେ ଥର ଜଙ୍ଗଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି?

ଭୁବନେଶ୍ବର: ଓଡ଼ିଶାରେ ଗଜଲକ୍ଷ୍ମୀ ପର୍ବ (କୁମାର ପୂର୍ଣ୍ଣମୀ) ବେଶ ଜାକଜମକରେ ପାଳନ କରାଯାଏ। ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଠାରୁ ଆରମ୍ଭ କରି ଅନୁଗଳ ଆଦି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜାର ଚମକ କିଛି ଅଲଗା। ଏ ସବୁଠାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ସହିତ ଗଜ ଅର୍ଥାତ୍ ହାତୀ ଥାନ୍ତି। ପ୍ରତି ଘରେ ଯଦି କୌଣସି ପୂଜାକୁ ସର୍ବାଦୌ ଗୁରୁତ୍ବ ଦିଆଯାଏ, ତେବେ ତାହା ହେଉଛି ମାର୍ଗଶୀର, ପୌଷ ଓ ମାଘ ମାସର ଗୁରୁବାର ପୂଜା। ସେବେ ଲକ୍ଷ୍ମୀ ମାଆଙ୍କ ପେଡ଼ିରେ ବି ପିତଳ ହାତୀ ପ୍ରତିମା ରଖି ପୂଜା କରାଯାଇଥାଏ।

ଗୋଟିଏ ସମୟରେ ସମ୍ରାଟ ଖାରବେଳଙ୍କର ଗଜବାହିନୀ ଥିଲା। ଓଡ଼ିଶା ଥିଲା ହାତୀବହୁଳ ରାଜ୍ୟ। ଓଡ଼ିଶାର ସେନାବାହିନୀରେ ହାତୀ ଥିଲେ ପ୍ରମୁଖ ଯୋଦ୍ଧା। ତାଙ୍କ ମୁଖିଆ ହିସାବରେ ଆଜି ବି ପୁରୀ ରାଜାଙ୍କ ପୂର୍ବରୁ ଗଜପତି ଲେଖାଯାଉଛି। ପୁରୀରେ ବି ହାତୀଶାଳ ଥିଲା। କାଳ କାଳ ଧରି ମହାପ୍ରଭୁଙ୍କୁ ହାତୀ ବାଟ କଢ଼େଇ ନେଉଥିଲା। ସାମ୍ନାରେ ଯାଉଥିଲା ବିଶାଳ ହାତୀ। ଲକ୍ଷ୍ମୀ ହାତୀ ପୁରୀ ଜିଲ୍ଲାର ବୀର ନରସିଂହପୁର ଅଞ୍ଚଳରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିବା ପରେ ସେବେଠାରୁ ଆଉ ହାତୀକୁ ଆଉ ରଥଯାତ୍ରାରେ ସାମିଲ କରାଯାଉନାହିଁ। ଉଦୟଗିରି ମଧ୍ୟ ଓଡ଼ିଶାରେ ହାତୀଙ୍କର ଉପସ୍ଥିତି ସଂପର୍କରେ ବର୍ଣ୍ଣନା କରେ। ଓଡ଼ିଶାର ଘରେ ଘରେ ହାତୀ ପ୍ରତି ବିଶେଷ ଦୁର୍ବଳତା ରହିଛି। ଗାଁ ଗଣ୍ଡାରେ ହାତୀ ଧରି ଯେବେ କେହି ମାହୁନ୍ତ ବୁଲିଆସେ, ସେବେ ବୟସ ନିର୍ବିଶେଷରେ ସମସ୍ତେ ଦାଣ୍ଡକୁ ଓହ୍ଲାଇ ଆସନ୍ତି। ଆଜି ବି ହାତୀ ପ୍ରତି ଏଭଳି ଆକର୍ଷଣ ରହିଛି।

ଏତେ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି ହାତୀ-ମଣିଷର ସଂପର୍କ ଏକ ଭାବଗତ ଡୋରିରେ ବନ୍ଧା। ହାତୀକୁ ମଣିଷ ଭଲପାଏ, ଘୃଣା କରେନି। ହାତୀ ଆମର ସଂପଦ। ହେଲେ ଶହ ଶହ ବର୍ଷର ଏ ସଂପର୍କ ଏବେ ଛିଡି ଛିଡି ଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତିକୁ ମାଡ଼ି ଆସୁଛି। ମଣିଷକୁ ଦଳଚକଟି ମାରି ଦେଉଛି। ଆଉ ମଣିଷ ହାତୀ ଜୀବନ ନେବାକୁ ପଛାଉନି। ହାତୀ ମରିଲେ ଲକ୍ଷ୍ମୀଛାଡି ଯାନ୍ତି ବୋଲି ବି ଗାଁ ଗହଳିରେ କୁହାଯାଏ।

କାହା ଭୁଲ୍‌ରୁ ହାତୀ-ମଣିଷର ସଂପର୍କ ବିଗିଡିଗଲା? ଏଥିପାଇଁ ହାତୀ ଦାୟୀ ନା ମଣିଷ? ହାତୀର ବସତିକୁ କେଉଁମାନେ ଉଜାଡ଼ିଦେଲେ? ହଠାତ୍ କେମିତି କଣ ହେଲା ଯେ ହାତୀ ଜଙ୍ଗଲ ଛାଡି ସ୍ଥଳଭାଗକୁ ଚାଲିଆସୁଛି? କିଏ କାହା ଜାଗା ମାଡି ବସୁଛି? ହାତୀ ମଣିଷର ନା ମଣିଷ ହାତୀର? ହାତୀର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ସରକାରଙ୍ଗ ଜଙ୍ଗଲ ବିଭାଗ ସୁରକ୍ଷା ଦେଇପାରୁନି କାହିଁକି? ସର୍ବଭାରତୀୟ ବନସେବା ଅଧିକାରୀ ହୁଅନ୍ତୁ କି ରାଜ୍ୟ ବନସେବା କ୍ୟାଡରର ଅଧିକାରୀ କିମ୍ବା ଜଙ୍ଗଲ ବିଭାଗ ଦାୟିତ୍ବରେ ଥିବା ବଡ଼ ବାବୁ ତେବେ କାହା ସୁରକ୍ଷାରେ ଅଛନ୍ତି? ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି, ଯୋଜନା ବିହୀନ କାର୍ଯ୍ୟକ୍ରମ, ବନ ବିଭାଗର ଉଦାସୀନତା ଦାୟୀ ନୁହେଁ କି?ରାଜ୍ୟ ସରକାରଙ୍କ ‘୫ଟି’ ଏଥିପାଇଁ କାହାକୁ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ହାତୀ ପାଇଁ ସରକାରଙ୍କ ଏହି ଫର୍ମୁଲା କାମ କରିବ ନା ନାହିଁ?

ଏମିତି ପ୍ରଶ୍ନଗୁଡିକ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞ, ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭକରି ଓଡ଼ିଶାର ପ୍ରତି ଘରେ ଘରେ ପହଞ୍ଚିଲେଣି। ହାତୀ ମଲେ, ଲୋକେ ଗାଳି ଦେଇ ଲକ୍ଷ୍ମୀଛଡା ସରକାର ବୋଲି କହିବା ଆରମ୍ଭ କଲେଣି। ଦିନେ ରାଜ୍ୟ ଶାସନର ପ୍ରମୁଖ ସ୍ଥାନରେ ଥିବା ଗଜ ଏବେ ରାଜନୈତିକ ପ୍ରସଙ୍ଗ ପାଲଟିବା ବିଚିତ୍ର ନୁହେଁ। ଏହା ରାଜ୍ୟ ସରକାରଙ୍କ ଭୋଟ ବ୍ୟାଙ୍କକୁ ସଜାଡିବା ଓ ବିଗାଡିବା ସ୍ଥିତିକୁ ଆସିଗଲାଣି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଦାବି କରୁଛନ୍ତି, ଜଙ୍ଗଲ ଓ ବନ ବିଭାଗର ଦାୟିତ୍ବହୀନତା ସବୁବେଳେ ସବୁସମୟରେ ଭୋଟ ରାଜନୀତିରୁ ଅନେକାଂଶରେ ପ୍ରଭାବିତ କରିଆସିଛି। ଆଗକୁ ଏହା ଭୀଷଣ ରୂପ ନେଇପାରେ।

ହାତୀ ବିରୋଧରେ ଆରମ୍ଭ ହୋଇଥିବା ଷଡ଼ଯନ୍ତ୍ରର ଗୋଟିଏ ଦିଗକୁ ପ୍ରଥମେ ନଜର ପକାଇବା। ପରିସଂଖ୍ୟାନ କହୁଛି, ୧୯୯୦ରୁ ୨୦୦୦ ମଧ୍ୟରେ ରାଜ୍ୟରେ ବର୍ଷକୁ ହାରାହାରି ୩୩ ହାତୀଙ୍କର ମୃତ୍ୟୁ ହେଉଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬ ଛୁଇଁଲା। ୨୦୧୦ରୁ ୨୦୨୦ ମଧ୍ୟରେ ଫି ବର୍ଷ ହାରାହାରି ୭୭ଜଣ ହାତୀଙ୍କର ମୃତ୍ୟୁ ଘଟିଛି। ଏତିକି ତଥ୍ୟ ସୂଚାଇ ଦେଉଛି ଯେ ରାଜ୍ୟରେ ହାତୀଙ୍କ ପ୍ରତି କେତେ ଭୟଙ୍କର ବେଗରେ ବିପଦ ମାଡ଼ିଆସୁଛି।

କେବଳ ସେତିକି ନୁହେଁ, ବେଶୀ ଦୂରକୁ ନ ଯାଇ ୨୦୧୧-୧୨ରୁ ୨୦୧୮-୧୯ର ପରିସଂଖ୍ୟାନକୁ ଓଲଟାଇ ଦେଖିଲେ, ଆହୁରି ଏକ ବିପଜ୍ଜନକ ଚିତ୍ର ସାମ୍ନାକୁ ଆସୁଛି। ତାହା ହେଲା, ହାତୀ ଲାଗି ମଣିଷର ଜୀବନ ବି ବିପଦରେ। ଏହି ୮ବର୍ଷ ମଧ୍ୟରେ ୫୬୮ ଜଣ ମଣିଷଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଦଳି ମାରିଦେଇଛି ଓ ୩୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅକର୍ମଣ୍ୟ ବି ହୋଇଥିବେ। ଏହି ସମୟରେ ହାତୀ ୭ହଜାର ୮୬୦ଜଣଙ୍କର ଘର ଭାଙ୍ଗି ସେମାନଙ୍କ ପରିବାରକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲା। ଶହେ କି ହଜାରେ ନୁହେଁ, ପାଖାପାଖି ଏକ ଲକ୍ଷ ଏକର ( ୯୭ ହଜାର ୫୮୦ ଏକର) ଚାଷ ଜମିକୁ ଦଳି ଚକଟି ହାତୀ ନଷ୍ଟ କରିଥିଲା, ଯାହାଦ୍ବାରା ପାଖାପାଖି ୨ଲକ୍ଷ ( ୧ଲକ୍ଷ ୯୮ ହଜାର ୧୬୬) ପରିବାର ପ୍ରଭାବିତ ହୋଇଥିଲେ। ରାଜ୍ୟ ସରକାର ଏସବୁ ପାଇଁ ୧୩ କୋଟି ୩୧ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିବା ଜଣାପଡ଼ିଛି।

ଉଭୟ ପରିସଂଖ୍ୟାନକୁ ନିରେଖି ଦେଖିଲେ, ଏକଥା ପୂରା ସ୍ପଷ୍ଟ ଯେ ହାତୀ ଓ ମଣିଷ ମଧ୍ୟରେ ଲଢେଇ ଭୀଷଣ ରୂପ ଧାରଣ କରିସାରିଲାଣି। ମଣିଷ ନିଜକୁ ସୁରକ୍ଷିତ ରଖିବା ଲାଗି ଏହି ସମୟ ମଧ୍ୟରେ ୩୨ଟି ହାତୀକୁ ଶିକାର କରିଛି। ୧୦ଟି ହାତୀ ବିଷପାନ କାରଣରୁ ପ୍ରାଣ ଦେଇଛନ୍ତି। ବିଦ୍ୟୁତ ସଂସ୍ପର୍ଶରେ କାରଣରୁ ୪୨ ହାତୀଙ୍କର ଛଟପଟ ହୋଇ ଜୀବନ ଯାଇଛି। ଏଭଳି ଢଙ୍ଗରେ ପାଖାପାଖି ୮୦୦ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଆଜି ଦିନରେ ହାତୀଙ୍କ ସଂଖ୍ୟା ୧୯୭୬ (୨୦୧୭ ଗଣନା)ପର୍ଯ୍ୟନ୍ତ ଖସିଆସିଛି। ସେମାନଙ୍କ ଆବାସସ୍ଥଳୀ ଏବେ ମଣିଷ ସମାଜର ତଥାକଥିତ ବିକାଶର ଛାଇ ତଳେ ବିପଦ ଘେରକୁ ଚାଲିଯାଇସାରିଲାଣି। ଯେଉଁ ସରକାର ପ୍ରତିବର୍ଷ ଶହ ଶହ କିଲୋମିଟର ଜଙ୍ଗଲ ସୃଷ୍ଟି ହେଉଛି ବୋଲି ରିପୋର୍ଟ ଦେଉଛନ୍ତି, ସେହି ସରକାରଙ୍କ ବନ ବିଭାଗ ରିପୋର୍ଟ କହୁଛି ଯେ ଜଙ୍ଗଲ କମିବାରୁ ହାତୀଙ୍କ ଜୀବନ ଏବେ ସଙ୍କଟରେ।

ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ ହେଉଛି, ହାତୀ ଦିବସରେ ଅନୁଚିନ୍ତା ଓ କାର୍ଯ୍ୟକ୍ରମ ଭିତରେ ହିଁ ସରକାରଙ୍କର ଏହି ବିଶାଳ ଜୀବ ପ୍ରତି ଦାୟିତ୍ବ ସରିଯାଉଛି। ସରକାର ଜାଣିବା କଥା, ଗୋଟିଏ ତିନିରୁ ସାଢେ ତିନି ଟନ୍ ଓଜନର ପ୍ରାଣୀ ଯିବ କୁଆଡେ? ଯେଉଁ ଜଙ୍ଗଲ ସୃଷ୍ଟି ହେଉଛି, ତାହା ହାତୀ ପାଇଁ ଉପଯୋଗୀ ତ? ବିଭାଗୀୟ ମନ୍ତ୍ରୀ, ସଚିବ କେତେଥର ଜଙ୍ଗଲ ଯାଇ ତାର ସ୍ଥିତି ସରଜମିନ୍ ଅନୁଧ୍ୟାନ କରିଛନ୍ତି?

ହାତୀ ପାଇଁ ଦିନକୁ ପ୍ରାୟ ଶହେ ଲିଟର ପାଣି ଦରକାର। ତାକୁ ବି ଯଦି ପୁଷ୍ଟିକର ଖାଦ୍ୟ ନ ମିଳିଲା, ବିଶେଷକରି ପ୍ରୋଟିନ୍, ସୋଡିୟମ୍; ତେବେ ସେ ଜଙ୍ଗଲରେ ରହିବ ନାହିଁ। ବରଂ ଏସବୁ ଯେଉଁଠି ଥିବ, ସେଠାକୁ ଖୋଜି ଖୋଜି ଆସିବ। ଏକଥା କଣ ରାଜ୍ୟରେ କାମ କରୁଥିବା ଆଇଏଫ୍‌ଏସ୍ ବାବୁ ଓଏଫ୍‌ଏସ୍ ଅଧିକାରୀମାନେ ବୁଝିନାହାନ୍ତି। ତାର ଆବାସସ୍ଥଳୀକୁ କେତେବେଳେ ଲୁହାପଥର ମାଇନିଂ ଆଳରେ ବରବାଦ କରିଦିଆଗଲା ତ ଆଉ କେଉଁଠି ବସତି ସ୍ଥାପନ କରି ଅବା ବିଭିନ୍ନ ପ୍ରକଳ୍ପ, କେନାଲ ଆଦି ଜରିଆରେ ସରକାର ତାର ଘର ଭାଙ୍ଗିଦେଲେ। ସରକାରୀ ବାବୁମାନେ ହିଁ ଜଙ୍ଗଲ କିସମ ବଦଳାଇବା ଲାଗି ଯାବତୀୟ ପେଞ୍ଚ କରିଛନ୍ତି। ଏକଥା କଣ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି?

ଏକଥା କଣ କିଏ ଅସ୍ବୀକାର କରିବେ ଯେ ଏଭଳି କୁଚକ୍ରୀ ଓ ଷଡ୍‌ଯନ୍ତ୍ରକାରୀଙ୍କ ପାଇଁ ଆଜି ହାତୀ ଓ ମଣିଷ ଉଭୟ ବିପଦରେ ଅଛନ୍ତି?

ଉଦ୍‌ବେଗର ବିଷୟ ହେଉଛି, ୧୯୭୯ ମସିହା ମେ’ ବେଳକୁ ରାଜ୍ୟରେ ପାଖାପାଖି ୨୦୪୪ ହାତୀ ଥିଲେ, ଯେତେବେଳେ କି ସେମାନଙ୍କ ଆତଯାତ ମାତ୍ର ୧୭ଟି ଡିଭିଜନ୍ ମଧ୍ୟରେ ସୀମିତ ଥିଲା। ୨୦୧୦ ଏପ୍ରିଲ ବେଳକୁ ସେମାନେ ୩୭ ଡିଭିଜନରେ ଉପସ୍ଥିତି ଜାହିର କରିସାରିଲେଣି। ଆଜି ଦିନର ଚିତ୍ର କହୁଛି, ମାତ୍ର ୪ଟି ଜିଲ୍ଲାକୁ ଛାଡିଦେଲେ, ସବୁ ଜିଲ୍ଲାରେ ହାତୀ ତାର ଖାଦ୍ୟ ଅନ୍ବେଷଣରେ ବୁଲୁଛି। ସରକାରଙ୍କ ପାଖରେ ଏ ରିପୋର୍ଟ ଅଛି ନା ନାହିଁ?

ଇତିମଧ୍ୟରେ ମହାନଦୀ, ମୟୂରଭଂଜ ଓ ସମ୍ବଲପୁର ଏଭଳି ତିନିଟି ହାତୀ ରିଜର୍ଭର୍ସ କରାଗଲା। କାଗଜପତ୍ର କହୁଛି, ଏହାର ଆକାର ପ୍ରାୟ ୪୧୨୯ ବର୍ଗ କିଲୋମିଟର। ଆଜିଯାଏ ଏହାକୁ ଆଇନଗତ ମାନ୍ୟତା ମିଳିପାରିଲା ନାହିଁ। ମହାନଦୀ ଓ ସମ୍ବଲପୁର ରିଜର୍ଭର୍ସ ଆକାର ବୃଦ୍ଧି କରିବା ଲାଗି ବହୁଦିନରୁ ସୁପାରିସ ହେଲାଣି। ବନ ବିଭାଗର ତଥାକଥିତ କ୍ଷମତାଶାଳୀ ବାବୁମାନଙ୍କ ଆଲୋଚନା, ବୈଠକ ଭିତରେ ଏହାକୁ ଚାପି ରଖିଛନ୍ତି। ଏଯାଏ ପ୍ରସ୍ତାବିତ ବ୍ରାହ୍ମଣୀ-ବୈତରଣୀ ଏବଂ ଦକ୍ଷିଣ ଓଡ଼ିଶା ହାତୀ ରିଜର୍ଭର୍ସ ନକ୍ସା ପ୍ରସ୍ତୁତ ହୋଇପାରିଲାନି।

ଜଙ୍ଗଲ ବିଭାଗର ବାବୁମାନେ ଏମିତି କେଉଁକାମରେ ଏତେ ବ୍ୟସ୍ତ ଯେ ଏସବୁ ପାଇଁ ବର୍ଷ ବର୍ଷ ଲାଗୁଛି?

ଆହୁରି ସାଂଘାତିକ କଥା ହେଲା, ରାଜ୍ୟରେ ୧୪ଟି ହାତୀ କରିଡର ବା ହାତୀଙ୍କ ଯାଆସ ରାସ୍ତା ଚିହ୍ନଟ କରାଯାଇଛି। ପାଖାପାଖି ୪୨୧ କିଲୋମିଟର ଦୀର୍ଘ ଏହି କରିଡର ୮୭୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଏମଧ୍ୟରୁ ଆନ୍ତଃରାଜ୍ୟ କରିଡର ୪ଟି, ଆନ୍ତଃ ଜିଲ୍ଲା ୬ଟି ଏବଂ ଜିଲ୍ଲା ଭିତରେ ୪ଟି କରିଡର ରହିଛି। ଏ ବାବଦରେ କୋଟି କୋଟି ଟଙ୍କା ବିନିଯୋଗ ହୋଇଛି। ଏହି କରିଡରକୁ ବି ଆଇନଗତ ସ୍ବୀକୃତି ମିଳିପାରିଲା ନାହିଁ। ଏଣୁ କିଏ କାହିଁକି ସରକାରଙ୍କ ଆଇନ କାନୁନ ମାନିବେ?

ନିୟମ ଅନୁସାରେ, ପ୍ରତି ଦୁଇବର୍ଷରେ ହାତୀଗଣନା ହେବା କଥା। ୨୦୧୭ ମସିହା ପରେ ୨୦୧୯ରେ ବାବୁମାନେ ହାତୀ ଗଣିବାକୁ ଭୁଲିଗଲେ। ୨୦୨୧ ଅଧା ବର୍ଷ ଗଲାଣି। ଏ ଯାଏ ଏ ସଂକ୍ରାନ୍ତରେ ବି ପଦକ୍ଷେପ ନିଆଯାଉନି ଯେ ଆଜି ଦିନରେ ଆମ ପାଖରେ କେତେ ହାତୀ ଅଛନ୍ତି? ଏଥିପାଇଁ ବି ଆଇଏଏଫ୍, ଓଏଫ୍ଏସ୍ ବାବୁମାନଙ୍କ ପାଖରେ ସମୟ ନାହିଁ।

Leave A Reply

Your email address will not be published.