ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’

0
  • ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତି
  • ସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍‌
  • ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଥମିବାର ନା ଧରୁନାହିଁ। ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌ରେ ସେମାନେ ଗୋଟିଏ ନମ୍ବର ରଖିଥିବା ବେଳେ ବୋର୍ଡକୁ ଆଉ ଗୋଟେ ନମ୍ବର ପଠାଯାଇଛି। ଯେତିକି ନମ୍ବର ରହିବା କଥା ତାର ଅଧା ନମ୍ବର ବି ରହିନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦଶମ ପରୀକ୍ଷା ଫଳାଫଳକୁ ନେଇ ଅଶାନ୍ତି ଦେଖାଯିବା ପରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି।ମୂଲ୍ୟାୟନରେ କୌଁଣସି ତ୍ରୁଟି ହୋଇନଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ମାଟ୍ରିକ ରେଜଲ୍ଟକୁ ନେଇ ଦେଖାଦେଇଥିବା ବିବାଦ ଭିତରେ ଆଜି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବୋର୍ଡ କର୍ତୃପକ୍ଷ କହିଛନ୍ତି, ଚଳିତ କରୋନା ପାଇଁ ଶ୍ରେଣୀଗୃହ ପାଠପଢା ହୋଇନଥିବାରୁ ସିଲାବସ କମାଯାଇଥିଲା। କରୋନା ସମୟରେ ବି ୯୨ ଦିନ ପାଇଁ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯାଇ ଦ୍ୱନ୍ଦ୍ୱ ଦୂର କରାଯାଇଥିଲା। ମେ’ ୩ ତାରିଖରେ ପରୀକ୍ଷା ହେବାର ଥିଲା। କିନ୍ତୁ ମହାମାରୀ ପାଇଁ ଛାତ୍ରଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପରେ ଅନେକ ଶିକ୍ଷାବିତ୍, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇ ମୂଲ୍ୟାୟନ କରାଯାଇଛି।

ବୋର୍ଡ କହିଛି, ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ୨୦୧୭, ୨୦୧୮,୨୦୧୯, ୨୦୨୦ଶିକ୍ଷା ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି। ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଥିବା ବୋର୍ଡ କର୍ତୃପକ୍ଷ କହିଛନ୍ତି।

ସେହିପରି ବୋର୍ଡ ପକ୍ଷରୁ କୁହାଯାଇଛି , ଯଦି ଛାତ୍ରଛାତ୍ରୀ କମ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ତେବେ ସେମାନେ ବ୍ୟସ୍ତହେବାର ଆବଶ୍ୟକତା ନାହିଁ। ସେମାନେ ଅଫ୍ଲା‌ଇନରେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅ‌ପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ ଦିନ ମଧ୍ୟରେ ଫର୍ମ ଫିଲ୍ଅପ୍ ସରିବ। ତୁରନ୍ତ ଅଫଲାଇନ୍ ପରୀକ୍ଷା ହେବ ଓ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସେହି ମାର୍କ ଫାଇନାଲ। ତେବେ ଚଳିତ ବର୍ଷ ପୂର୍ବ ଅପେକ୍ଷା ସବୁ ଗ୍ରେଡରେ ପିଲାଙ୍କ ପାସ୍ ହାର ଓ ସଂଖ୍ୟା ବଢିଛି ବୋଲି ବୋର୍ଡ ଅଧିକାରୀମାନେ ଯୁକ୍ତି ଦର୍ଶାଇଛନ୍ତି।

ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ରେଜଲ୍ଟରେ ପ୍ରକାଶ ପାଇଥିଲ। ପାସହାର ରହିଛି ୯୭.୮୯ ପ୍ରତିଶତ।

ମାଟ୍ରିକ୍ ପରୀକ୍ଷା ବାତିଲ୍ ଐତିହାସିକ ଭୁଲ୍ ବୋଲି ଓଷ୍ଟା କହିଛି।

Leave A Reply

Your email address will not be published.