ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବଢ଼ିଲା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ହିତାଧିକାରୀଙ୍କ ପଞ୍ଜୀକରଣ ଅବଧିକୁ ନଅମାସ ବୃଦ୍ଧି କରାଯାଇଛି। ଏହା ଜୁନ ୩୦, ୨୦୨୧ରେ ଶେଷ ହେବାକୁ ଥିବାବେଳେ ଏହାକୁ ୩୧ ମାର୍ଚ୍ଚ ୨୦୨୨  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ବୃଦ୍ଧି ଫଳରେ ୭୧.୦୮ଲକ୍ଷ କର୍ମନିଯୁକ୍ତି ସୁଯୋଗ ଆନୁଷ୍ଠାନିକ କ୍ଷେତ୍ରରେ ସୃଷ୍ଟି ହେବ। ପୂର୍ବରୁ ଏହି ସଂଖ୍ୟା ୫୮.୫ ଲକ୍ଷ ଆକଳନ କରାଯାଇଥିଲା। ୧୮.୦୬.୨୦୨୧  ସୁଦ୍ଧା ୨୧.୪୨ ଲକ୍ଷ ହିତାଧିକାରୀଙ୍କୁ ଏବିଆରୱାଇ ଅଧୀନସ୍ଥ ୭୯,୫୭୭ ସଂସ୍ଥାନ ଜରିଆରେ ୯୦୨କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଜନା ଅଧୀନରେ ପଞ୍ଜୀକରଣ ଅବଧି ବୃଦ୍ଧି ସମୟ ପର୍ଯ୍ୟନ୍ତ ଖର୍ଚ୍ଚ ୨୨.୦୯୮ କୋଟି ଟଙ୍କା ଆକଳନ କରାଯାଇଛି।

ଏହି ଯୋଜନା କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ଦ୍ୱାରା ତ୍ୱରାନ୍ୱିତ ହେବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ  ଆର୍ଥିକ ବୋଝ ଲାଘବ କରିଥାଏ। ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ଅଧୀନରେ ପଞ୍ଜୀକୃତ ସଂସ୍ଥାର ନୂତନ କର୍ମଚାରୀ ଯେଉଁମାନେ ମାସିକ ୧୫ହଜାରରୁ କମ୍ ଦରମା ପାଉଥିବେ ସେମାନେ ବା ଯଦି କମ୍ପାନି ନୂତନ କର୍ମଚାରୀ ଯେଉଁମାନେ ୦୧.୦୩.୨୦୨୦ରୁ ୩୦.୦୯.୨୦୨୦ ମଧ୍ୟରେ ଚାକିରି ହରାଇଥିବେ ସେମାନେ ଲାଭାନ୍ୱିତ ହେବେ। ଏବିଆରୱାଇ ଅଧୀନରେ ଭାରତ ସରକାର ଦୁଇବର୍ଷ ପାଇଁ ଉଭୟ ମାଲିକ ଓ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି । ଏହାର ସବିଶେଷ ବିବରଣୀ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଓ ଇପିଏଫଓ ୱେବସାଇଟ୍‌ରେ ଉପଲବ୍ଧ ହେଉଛି।

ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ ଅଧୀନରେ ଏବିଆରୱାଇ ଯୋଜନା କୋଭିଡ ପରବର୍ତ୍ତୀ ସମୟରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ସହ କର୍ମନିଯୁକ୍ତି ବୃଦ୍ଧି ପାଇଁ ଘୋଷିତ ହୋଇଥିଲା। ଏହି ଯୋଜନା କୋଭିଡ-୧୯ ବୈଶ୍ୱିକ ମହମାରୀର ଦେଶର ଅର୍ଥ ବ୍ୟବସ୍ଥା ଉପରେ ପକାଉଥିବା ନକାରାତ୍ମକ ପ୍ରଭାବକୁ କମ୍ କରିବା ସହ ସ୍ୱଳ୍ପବେତନ ଭୋଗୀ କର୍ମଚାରୀଙ୍କ ନିମନ୍ତେ ସହାୟକ ହେବ। ଏହା ମଧ୍ୟ ମାଲିକମାନଙ୍କୁ ନିଜର ବ୍ୟବସାୟ ପୁର୍ନବାର ଆରମ୍ଭ ଓ ସମ୍ପ୍ରସାରଣ ପାଇଁ ସାହାଯ୍ୟ କରିବ।

Leave A Reply

Your email address will not be published.