ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଭିଡ୍ ଅନୁଧ୍ୟାନ ଲାଗି ଆସୁଛି କେନ୍ଦ୍ରୀୟ ଟିମ୍

0

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ଏହି ଟିମ୍ ଆସିବେ। ଏହି ରାଜ୍ୟଗୁଡିକ ହେଲେ କେରଳ, ମଣିପୁର, ଓଡ଼ିଶା, ଛତିଶଗଡ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା।

ଏସବୁ ରାଜ୍ୟରେ କରୋନା ସଂକ୍ରମଣ କମୁନଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି। ଓଡିଶା ପାଇଁ କେନ୍ଦ୍ରୀୟ ଦଳର ନେତୃତ୍ୱ ନେବେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ. ଡାନ। ପରିସ୍ଥିତି ସମୀକ୍ଷା କରିବା ସହିତ ପ୍ରତିକାର ପାଇଁ ମଧ୍ୟ ଏହି ଦଳ ପରାମର୍ଶ ଦେବେ। କୋଭିଡ୍ ଶଯ୍ୟା ଠାରୁ ଆରମ୍ଭ କରି ଅମ୍ଳଜାନ, ପ୍ରସ୍ତୁତି ଆଦି ସଂପର୍କରେ ସେମାନେ ଅନୁଧ୍ୟାନ କରିବେ। ଏହି ଟିମ୍ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ ଓ କେଉଁଠି ସବୁ ତ୍ରୁଟି ରହିଛି, ତାହା ଅନୁଧ୍ୟାନ କରିବେ।

ଅନ୍ୟପକ୍ଷରେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଜୁଲାଇ ମାସରେ ସଂକ୍ରମଣ କମିବ। ଏବେ ଅବିଭକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୂରଭଂଜ ସଂକ୍ରମଣ ରହିଛି। ତେବେ ତୃତୀୟ ଲହର ଆସିବ କି ନାହିଁ, ତାହା କହିହେବ ନାହିଁ ବୋଲି ଡିଏମ୍‌ଇଟି କହିଛନ୍ତି।

Leave A Reply

Your email address will not be published.