ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

କରୋନା ଭିତରେ ମାଡ଼ିଆସିଲା ଡେଙ୍ଗୁ

0

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ଭୟ ଯାଇନି। ଖୋର୍ଦ୍ଧା ରେଡଜୋନରେ ଥିବା ବେଳେ ଭୁବନେଶ୍ୱରରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରି ସ୍ଥିତିରେ ରାଜଧାନୀବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ଭୁବନେଶ୍ୱର ବସ୍ତି ଅଂଚଳରେ ଅନେକ ଲୋକ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାସରେ, ଶୈଳଶ୍ରୀ ବିହାର ଓ ନୀଳାଦ୍ରି ବିହାର ଠାରୁ ଆରମ୍ଭ କରି କଳ୍ପନା ଅଞ୍ଚଳ ଆଦି ବିଭିନ୍ନ ବସ୍ତି ଅଞ୍ଚଳରେ ବହୁଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି। ଜ୍ବରରେ କମ୍ପୁଥିବା ଲୋକମାନଙ୍କ ମଧ୍ୟରୁ ଅନେକ ଦ୍ବନ୍ଦ୍ବରେ ଯେ ସେମାନଙ୍କୁ କରୋନା ହୋଇଛି ନା ଡେଙ୍ଗୁ। ଏହି କାରଣରୁ ରୋଗୀ ସ୍ଥିତି ଅତି ବିପଜ୍ଜନକ ହୋଇଯାଉଛି।

ହଠାତ୍ ଡେଙ୍ଗୁ ବ୍ୟାପିବା ପଛରେ ଯେଉଁ ବଡ଼ କାରଣ ସାମ୍ନାକୁ ଆସୁଛି, ତାହା ହେଲା, ବିଭିନ୍ନ ନାଳନର୍ଦମା ଠିକ୍ ଭାବରେ ସଫେଇ କରାଯାଉନାହିଁ। ଏପରିକି ବସ୍ତି ଗୁଡ଼ିକରେ ନାଳପୋତି ହୋଇ ପାଣି ଜମି ରହିବା ଫଳରେ ଡେଙ୍ଗୁ ବ୍ୟାପୁଛି । ତେଣୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଆଜି ବିଏମସିର ଏକ ସ୍ୱତନ୍ତ୍ର ଟିମ ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଶୈଳେଶ୍ରୀ ବିହାର ଓ ଆଖପାଖ କିଛି ବସ୍ତିରେ ଲୋକଙ୍କୁ ମଶାରୀ ବ୍ୟବହାର କରିବା ସହ ଘର ବାହାର ସଫା ରଖିବା , ଛାତ ଉପରେ ଅନାବଶ୍ୟକ ଟାୟାର ଫୋପାଡି ନ ରଖିବା ପାଇଁ ବିଏମସି ପକ୍ଷରୁ ସଚେତନ କରାଯାଇଛି।

ବିଏମସିର ସ୍ୱତନ୍ତ୍ର ଟିମରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେ଼ପୁଟି କମିସନର ପୁରନ୍ଦର ନନ୍ଦ, ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଥିଲେ।

Leave A Reply

Your email address will not be published.