ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

0

୪୫ ବର୍ଷ ବୟସ୍କ ଧାମି ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ

ଡେରାଡୁନ୍: ପୁଣି ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାଓ୍ବତ। ଆଜି ବିଧାୟକ ଦଳ ବୈଠକରେ ବିଧାୟକ ପୁଷ୍କର ସିଂହ ଧାମିଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି। ୪୫ ବର୍ଷ ବୟସ୍କ ଧାମି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଆଜି ଅପରାହ୍ନ ୩ଟା ବେଳେ ବିଧାୟକ ଦଳ ବୈଠକ ବସିଥିଲା। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦଳ ନିଯୁକ୍ତି ଦେଇଥିଲା। ସେ ପୂର୍ବାହ୍ନରେ ପହଞ୍ଚି ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିଥିଲେ।

ଉତ୍ତରାଖଣ୍ଡରେ ଆଗକୁ ନିର୍ବାଚନ ଅଛି। ଏଣୁ ବିଜେପି ପାଇଁ ଏହି ଆସନଟି ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ଦୁଇ ଥରିଆ ବିଧାୟକ ଧାମି ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ। ଜଣେ ଯୁବ ନେତାଙ୍କୁ ଆଗକୁ ଆଣି ବିଜେପି ଯୁବ ବର୍ଗକୁ ଆକୃଷ୍ଟ କରିବାକୁ ଯୋଜନା କରିଛି ଓ ବିବାଦ ଠାରୁ ଦୂରେଇବାକୁ ଉଦ୍ୟମ କରିଥିବା କୁହାଯାଉଛି।

Leave A Reply

Your email address will not be published.