ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍

0

ଭୁବନେଶ୍ବର: କୋଭିଡ୍ ଯେମିତି ଘାତକ, ବ୍ଲାକ୍ ଫଙ୍ଗସ୍ ସେମିତି ଡରାଇଲାଣି। ରାଜ୍ୟରେ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଏଯାଏ ୧୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ଏବେ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ।ଏମସରେ ସର୍ବାଧିକ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟରେ ମେ’ ୧୦ ତାରିଖରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତମାନ ଗୋଟିଏ ଦୁଇଟି ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଛନ୍ତି ।ଅଧିକ ସଂଖ୍ୟକ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନା ପରେ ବ୍ଲାକ ଫଙ୍ଗସ ଭୟ ଏବେ ଲୋକଙ୍କ ଚିନ୍ତା ବଢାଇଛି । ବୁର୍ଲା ଭିମସାରରେ ମଧ୍ୟ ବ୍ଲାକ ଫଙ୍ଗସ୍‌ରେ ଅନେକ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ଅଭିଯୋଗ ରହିଛି।

Leave A Reply

Your email address will not be published.