ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଉ ପାଦେ ଗଲେ ମୋଦୀ; ବଡ ପରିବର୍ତ୍ତନ ଅଭିମୁଖେ କେନ୍ଦ୍ର

0

ରାଜ୍ୟପାଳ ବଦଳି ମନ୍ତ୍ରିମଣ୍ଡଳ ଅଦଳବଦଳର ପୂର୍ବ ସଂକେତ, ଫୋନ କଲକୁ ଅପେକ୍ଷା କରୁଛନ୍ତି ବିଜେପି ନେତା

ନୂଆଦିଲ୍ଲୀ: ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ । ଏନେଇ ଚର୍ଚ୍ଚା ଭିତରେ ଏକ ବଡ ସଂକେତ ଦିଲ୍ଲୀରୁ ଆସିଛି। ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ ଘୋଷଣା ହୋଇଛି। ରାଷ୍ଟ୍ରପତି ଏହି ଫାଇଲରେ ମୋହର ମାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ତାଲିକାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ ରହିବା ପରେ ଦିଲ୍ଲୀ ଦରବାରରେ ଏକ ବଡ ଧରଣର କସରତ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି। କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ, କିଏ ବାଦ୍ ପଡିବେ, ତା ଉପରେ ସମସ୍ତଙ୍କ ନଜର ରହିଛି। ଆଗାମୀ ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଏହି ଅଦଳବଦଳର ବେଶ ଗୁରୁତ୍ୱ ଥିବାରୁ ରାଜନୈତିକ ସମୀକ୍ଷକ ମୋଦୀ-ଶାହାଙ୍କ ଯୋଡିର କସରତକୁ ନେଇ ତର୍ଜମା ଚଳାଇଛନ୍ତି।

ରାଜ୍ୟପାଳ ଅଦଳବଦଳରେ ଯେଉଁ ବଡ ଦିଗଟିକୁ ସମସ୍ତଙ୍କର ନଜର ଯାଉଛି ତାହେଉଛି ରାଜ୍ୟପାଳ ଭାବେ ଥାବରଚନ୍ଦ ଗେହଲୋଟଙ୍କୁ ନିଯୁକ୍ତି। ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଗେହଲଟଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରି କର୍ଣ୍ଣାଟକ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି। କର୍ଣ୍ଣାଟକ ରାଜନୀତି ଏବେ ଅସ୍ଥିରତା ଭିତରେ ଗତି କରୁଥିବାରୁ ଏହି ନିଯୁକ୍ତିକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଉଛି। ଗତକାଲି ଆରଏନ୍‌ଏରେ ଏହି ପୂର୍ବାନୁ୍ମାନ କରାଯାଇଥିଲା ଯେ ଗେହଲଟ୍ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିବେ।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୨୮ଟି ପଦବି ଖାଲି ପଡ଼ିଛି। ଅନେକ ମନ୍ତ୍ରୀ ଏକାଧିକ ଦାୟତ୍ୱ ତୁଲାଉଛନ୍ତି। ଆଉ ଏଭଳି ସ୍ଥଳେ ଗେହଲଟଙ୍କୁ ରାଜ୍ୟପାଳ କରି ପଠାଯିବା ପରେ ଅନେକ ନେତାଙ୍କ ହୃତସ୍ପନ୍ଦନ ବଢିଯାଇଛି। ସମସ୍ତେ ଅପେକ୍ଷା କରିଛନ୍ତି, କେତେବେଳେ ଦିଲ୍ଲୀରୁ ଫୋନକଲ୍ ଆସିବ।

ତାଲିକା ଅନୁସାରେ, ବିଜେପି ନେତା ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ହିମାଚଳ ପ୍ରଦେଶର ସେ ରାଜ୍ୟପାଳ ଅଛନ୍ତି। ମିଜୋରାମ ଦାୟିତ୍ବ ଛାଡି ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ ପି. ଏସ. ଶ୍ରୀଧରନ ପିଲାଇ। ଆଗକୁ ଗୋଆରେ ନିର୍ବାଚନ ହେବାକୁ ଥିବାରୁ ଏହି ନିଯୁକ୍ତିକୁ ବେଶ ଗୁରୁତ୍ୱ ଦିଆଯାଉଛି। ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ଦାୟିତ୍ୱ ମିଳିଛି। ରମେଶ ବ୍ୟାସଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ପଠାଇଛନ୍ତି ରାଷ୍ଟ୍ରପତି। ସେ ଏବେ ତ୍ରିପୁରା ରାଜ୍ୟପାଳ ଦାୟିତ୍ବ ନିର୍ବାହ କରୁଛନ୍ତି।

ଏହି କ୍ରମରେ ହରିବାବୁ କମ୍ଭାପନ୍ତିଙ୍କୁ ମିଜୋରାମ୍ ଓ ମଙ୍ଗୁଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ହରିବାବୁ ଆନ୍ଧ୍ର ରାଜନୀତିରେ ବିଶେଷ ଗୁରୁତ୍ବ ରଖନ୍ତି। ମଙ୍ଗୁଭାଇ ଗୁଜରାଟ ବିଜେପିର ଜଣେ ଟାଣୁଆ ନେତା। ସେ ପୂର୍ବରୁ ସେଠାରେ ବାଚସ୍ପତି ଓ ମନ୍ତ୍ରୀ ବି ଥିଲେ। ଅନ୍ୟପକ୍ଷରେ ରାଜେନ୍ଦ୍ର ଭି. ଆରଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଦାୟିତ୍ୱ ମିଳିଛି । ସେ ଗାେଆ ରାଜନୀତିର ଜଣେ ସକ୍ରିୟ ନେତା।

Leave A Reply

Your email address will not be published.