ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଉ ପାଦେ ଗଲେ ମୋଦୀ; ବଡ ପରିବର୍ତ୍ତନ ଅଭିମୁଖେ କେନ୍ଦ୍ର

0

ରାଜ୍ୟପାଳ ବଦଳି ମନ୍ତ୍ରିମଣ୍ଡଳ ଅଦଳବଦଳର ପୂର୍ବ ସଂକେତ, ଫୋନ କଲକୁ ଅପେକ୍ଷା କରୁଛନ୍ତି ବିଜେପି ନେତା

ନୂଆଦିଲ୍ଲୀ: ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ । ଏନେଇ ଚର୍ଚ୍ଚା ଭିତରେ ଏକ ବଡ ସଂକେତ ଦିଲ୍ଲୀରୁ ଆସିଛି। ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ ଘୋଷଣା ହୋଇଛି। ରାଷ୍ଟ୍ରପତି ଏହି ଫାଇଲରେ ମୋହର ମାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ତାଲିକାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ ରହିବା ପରେ ଦିଲ୍ଲୀ ଦରବାରରେ ଏକ ବଡ ଧରଣର କସରତ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି। କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ, କିଏ ବାଦ୍ ପଡିବେ, ତା ଉପରେ ସମସ୍ତଙ୍କ ନଜର ରହିଛି। ଆଗାମୀ ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଏହି ଅଦଳବଦଳର ବେଶ ଗୁରୁତ୍ୱ ଥିବାରୁ ରାଜନୈତିକ ସମୀକ୍ଷକ ମୋଦୀ-ଶାହାଙ୍କ ଯୋଡିର କସରତକୁ ନେଇ ତର୍ଜମା ଚଳାଇଛନ୍ତି।

ରାଜ୍ୟପାଳ ଅଦଳବଦଳରେ ଯେଉଁ ବଡ ଦିଗଟିକୁ ସମସ୍ତଙ୍କର ନଜର ଯାଉଛି ତାହେଉଛି ରାଜ୍ୟପାଳ ଭାବେ ଥାବରଚନ୍ଦ ଗେହଲୋଟଙ୍କୁ ନିଯୁକ୍ତି। ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଗେହଲଟଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରି କର୍ଣ୍ଣାଟକ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି। କର୍ଣ୍ଣାଟକ ରାଜନୀତି ଏବେ ଅସ୍ଥିରତା ଭିତରେ ଗତି କରୁଥିବାରୁ ଏହି ନିଯୁକ୍ତିକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଉଛି। ଗତକାଲି ଆରଏନ୍‌ଏରେ ଏହି ପୂର୍ବାନୁ୍ମାନ କରାଯାଇଥିଲା ଯେ ଗେହଲଟ୍ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିବେ।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୨୮ଟି ପଦବି ଖାଲି ପଡ଼ିଛି। ଅନେକ ମନ୍ତ୍ରୀ ଏକାଧିକ ଦାୟତ୍ୱ ତୁଲାଉଛନ୍ତି। ଆଉ ଏଭଳି ସ୍ଥଳେ ଗେହଲଟଙ୍କୁ ରାଜ୍ୟପାଳ କରି ପଠାଯିବା ପରେ ଅନେକ ନେତାଙ୍କ ହୃତସ୍ପନ୍ଦନ ବଢିଯାଇଛି। ସମସ୍ତେ ଅପେକ୍ଷା କରିଛନ୍ତି, କେତେବେଳେ ଦିଲ୍ଲୀରୁ ଫୋନକଲ୍ ଆସିବ।

ତାଲିକା ଅନୁସାରେ, ବିଜେପି ନେତା ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ହିମାଚଳ ପ୍ରଦେଶର ସେ ରାଜ୍ୟପାଳ ଅଛନ୍ତି। ମିଜୋରାମ ଦାୟିତ୍ବ ଛାଡି ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ ପି. ଏସ. ଶ୍ରୀଧରନ ପିଲାଇ। ଆଗକୁ ଗୋଆରେ ନିର୍ବାଚନ ହେବାକୁ ଥିବାରୁ ଏହି ନିଯୁକ୍ତିକୁ ବେଶ ଗୁରୁତ୍ୱ ଦିଆଯାଉଛି। ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ଦାୟିତ୍ୱ ମିଳିଛି। ରମେଶ ବ୍ୟାସଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ପଠାଇଛନ୍ତି ରାଷ୍ଟ୍ରପତି। ସେ ଏବେ ତ୍ରିପୁରା ରାଜ୍ୟପାଳ ଦାୟିତ୍ବ ନିର୍ବାହ କରୁଛନ୍ତି।

ଏହି କ୍ରମରେ ହରିବାବୁ କମ୍ଭାପନ୍ତିଙ୍କୁ ମିଜୋରାମ୍ ଓ ମଙ୍ଗୁଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ହରିବାବୁ ଆନ୍ଧ୍ର ରାଜନୀତିରେ ବିଶେଷ ଗୁରୁତ୍ବ ରଖନ୍ତି। ମଙ୍ଗୁଭାଇ ଗୁଜରାଟ ବିଜେପିର ଜଣେ ଟାଣୁଆ ନେତା। ସେ ପୂର୍ବରୁ ସେଠାରେ ବାଚସ୍ପତି ଓ ମନ୍ତ୍ରୀ ବି ଥିଲେ। ଅନ୍ୟପକ୍ଷରେ ରାଜେନ୍ଦ୍ର ଭି. ଆରଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଦାୟିତ୍ୱ ମିଳିଛି । ସେ ଗାେଆ ରାଜନୀତିର ଜଣେ ସକ୍ରିୟ ନେତା।

Leave A Reply

Your email address will not be published.