ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ସର୍ବାଧିକ ସଂକ୍ରମିତ ତାଲିକାରେ ଓଡିଶାର ୧୧ ଜିଲ୍ଲା

0

ଦେଶରେ ୯୧ ଜିଲ୍ଲାରୁ ଓଡିଶାର ୧୧ ଜିଲ୍ଳାରେ ଅଧିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଦେଉଛି । ୯ ଦିନ ହେବ ଦେଶରେ ସଂକ୍ରମଣ କମରହିଛି । ଦୈନିକ ସଂକ୍ରମଣ ୫୦ ହଜାରରୁ କମ ରହୁଛି । ହେଲେ ଚିନ୍ତାର ବିଷୟ ହେଉଛି ଦେଶରେ ୯୧ ଜିଲ୍ଲାରେ ଏବେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ୯୧ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ଉପରେ ରହୁଛି । ଆଉ ସେଥିମଧ୍ୟରୁ ଓଡିଶାର ୧୧ ଜିଲ୍ଲା ରହିଛି । ମହରାଷ୍ଟ୍ର ଓ ତାମିଲନାଡୁରେ ସର୍ବାଧିକ ୧୫ ଲେଖାଁଏ ଜିଲ୍ଲାରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୮୦ ପ୍ରତିଶତ କରୋନା ମାମଲା ଦେଶର ୯୦ ଟି ଜିଲ୍ଲାରୁ ଆସୁଛି । ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଓଡିଶା, ଆନ୍ଧ୍ର, ଆସାମ,କର୍ଣ୍ଣାଟକର କିଛି ଜିଲ୍ଲାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ କିଛି ଜିଲ୍ଲାରେ ପଜିଟିଭ ହାର ୧୦% ପ୍ରତିଶତ ଉପରେ ରହୁଛି । ସେହିପରି ଅରୁଣାଚଳ, ରାଜସ୍ଥାନ, ମଣିପୁର,କେରଳ,ମେଘାଳୟ,ତ୍ରିପୁରା, ସିକିମ, ଓଡିଶା, ନାଗାଲାଣ୍ଡରେ ସଂକ୍ରମଣ ହାର ଅଧିକ ରହୁଛି । ବର୍ତମାନ ସୁଦ୍ଧା ଦେଶର କିଛି ଜିଲ୍ଲାରେ ଏବେ ବି ଦ୍ୱିତୀୟ ଲହର ପ୍ରଭାବ ରହିଛି । ଦେଶରେ ସଂକ୍ରମଣ କମି ଏବେ ଆକ୍ଟିଭ କେସ ୫ ଲକ୍ଷରେ ପହଚିଂଥିବା ବେଳେ ଦେଶର କିଛି ରାଜ୍ୟ ସଂକ୍ରମଣ ଉପରମୁହାଁ ରହିଛି ।

ଓଡିଶାର ଅଧିକ ସଂକ୍ରମିତ ହେଉଥିବା ଜିଲ୍ଲାରେ କାହିଁକି ସଂକ୍ରମଣ କମୁନି ତାର ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଆସିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅଧିକ ସଂକ୍ରମିତ ଜିଲ୍ଲା ପରିଦର୍ଶନ କରି ସ୍ଥିତି ଦେଖୁଛନ୍ତି କେନ୍ଦ୍ରୀୟ ଟିମ । ସ୍ଥିତି ଅନୁଧ୍ୟାନ ପରେ କେନ୍ଦ୍ରକୁ ରିପୋର୍ଟ ଦେବ ଟିମ ।

Leave A Reply

Your email address will not be published.