ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅଭିନୟ ସାରି ଫେରିଗଲେ ଦିଲୀପ କୁମାର

0
  • ସକାଳ ସାଢେ ସାତଟା ବେଳେ ହିନ୍ଦୁଜା ଡାକ୍ତରଖାନାରେ ପରଲୋକ
  • ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା, ୪୦ ଦଶକରୁ ଫିଲ୍ମ ଦୁନିଆରେ ଥିଲେ
  • ଦୀର୍ଘ ଦିନ ଅସୁସ୍ଥ ଥିଲେ, ଜୁନ୍ ୩୦ରେ ଭର୍ତ୍ତି ହୋଇଥିଲେ ଡାକ୍ତରଖାନାରେ
  • ସାରା ଭାରତର ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ଦିଲୀପ ପ୍ରେମୀଙ୍କ ଆଖିରେ ଲୁହ

ମୁମ୍ବାଇ: ସ୍ଥାନୀୟ ହିନ୍ଦୁଜା ଡାକ୍ତରଖାନାରେ ବଲିଉଡ କିମ୍ବଦନ୍ତୀ ତଥା ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କର ଦେହାନ୍ତ ହୋଇଛି। ସକାଳ ସାଢେ ସାତଟା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗତ ବୁଧବାର ଦିନ ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବା ଅଭିଯୋଗରେ ଡାକ୍ତରଖାନା ନିଆଯାଇଥିଲା। ବେଶ୍ କିଛି ବର୍ଷ ଧରି ସେ ଅସୁସ୍ଥ ଥିଲେ। ଗତ ୫ ତାରିଖରେ ତାଙ୍କ ପତ୍ନୀ ସାଇରା ବାନୁ ଦିଲୀପଙ୍କ ଟ୍ବିଟ୍‌ରେ ଲେଖିଥିଲେ ୟେ ସେ ସୁସ୍ଥ ହେଉଛନ୍ତି ଓ ଖୁବ୍ ଶୀଘ୍ର ହସ୍ପିଟାଲ ଛାଡିବେ। ମାତ୍ର ଦିଲୀପ ସମସ୍ତଙ୍କ କଳ୍ପନାଜଳ୍ପନାକୁ ଏଡାଇ ଯାଇ ଦୁନିଆ ଛାଡିଦେଲେ। ଏହି ଖବର ପ୍ରଚାରିତ ହେବା ପରେ ଚଳଚ୍ଚିତ୍ର ଜଗତ ସ୍ତବ୍ଧ। ତାଙ୍କୁ ଭଲ ପାଉଥିବା ଲୋକେ ହତବାକ୍ ହୋଇଯାଇଛନ୍ତି।

ଦିଲୀପ କୁମାରଙ୍କୁ ପ୍ରଥମେ ଜୁନ୍ ୬ ରେ ଡାକ୍ତରଖାନା ନିଆଯାଇଥିଲା। ପରେ ସେ ସୁସ୍ଥ ହୋଇ ୧୧ ତାରିଖରେ ପୁଣି ଘରକୁ ଫେରିଥିଲେ। ସେବେ ରାଜନେତା ଶରଦ ପାୱାର ତାଙ୍କୁ ଦେଖା କରି ଫଟୋ ଉଠାଇଥିଲେ। ପରେ ଜୁନ୍ ୩୦ ତାରିଖରେ ଦ୍ବିତୀୟ ଥର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏଥର ଡାକ୍ତରଖାନା ନିଆଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ବାରମ୍ବାର ଡାକ୍ତରଖାନା ନିଆଯାଉଥିଲା।

୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ବିଟ୍ରିସ ଭାରତର ପେଶଓ୍ବାର (ବର୍ତ୍ତମାନ ପାକିସ୍ତାନରେ)ରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କର ପ୍ରକୃତ ନାମ ଥିଲା ୟୁସୁଫ୍ ଖାନ୍। ମାତ୍ର ୨୨ ବର୍ଷ ବୟସରେ ଦିଲୀପ କୁମାର ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଥିଲେ। ୧୯୪୪ ରେ ସେ ‘ଜ୍ବାର ଭଟ୍ଟା’ ଚଳଚ୍ଚିତ୍ରରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ଚଳଚ୍ଚିତ୍ର ବିଷୟରେ ଅଧିକ ଚର୍ଚ୍ଚା ହୋଇଥିଲା . ଭାରତୀୟ ସିନେମାର ଅଧିକାଂଶ ଚର୍ଚ୍ଚିଚ ଚଳଚ୍ଚିତ୍ର ମୋଗଲ-ଏ-ଆଜମ , ଦେବଦାସ, ରାମ ଅର ଶ୍ୟାମ, ଅନ୍ଦାଜ, ଗଙ୍ଗା ଜମୁନା ଭଳି ଚଳଚ୍ଚିତ୍ରରୁ। କ୍ରାନ୍ତି, ଶକ୍ତି, କରିସ୍ମା ଏବଂ ସୌଦାଗର ଭଳି ଚଳଚ୍ଚିତ୍ର ଜରିଆରେ ରୋମାଣ୍ଟିକ ଅଭିନୟରୁ ଦୂରେଇ ଚରିତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୧୯୯୮ରେ ‘କିଲା’ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା। ଏହିଭଳି ମୋଟ ୬୫ଟି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।

୧୯୬୬ ମସିହାରେ ଦିଲୀପ କୁମାର ଗୋପୀ, ସାଗିନା ଭଳି ଚଳଚ୍ଚିତ୍ରରେ ତାଙ୍କର ସହ-ଷ୍ଟାର ଅଭିନେତ୍ରୀ ସାଇରା ବାନୁଙ୍କୁ ବିବାହ କରିଥିଲେ। ସାଇରା ତାଙ୍କ ଠାରୁ ୨୨ ବର୍ଷ ବୟସରେ ସାନ। ଦିଲୀପ କୁମାର ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିଲେ। ସେ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ, ନିଶାନ-ଇ-ଇମତିଆଜ ମଧ୍ୟ ପାଇଥିଲେ।

ଦିଲୀପ କୁମାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ହୋଇଥିବା ଟୁଇଟ୍ କରି କୁହାଯାଇଛି, “ଭାରି ହୃଦୟ ଏବଂ ଗଭୀର ଦୁଃଖରେ ମୁଁ ଆମର ପ୍ରିୟ ଦିଲୀପ ସାହେବଙ୍କ ଦେହାନ୍ତ ହୋଇଥିବା ସଂପର୍କରେ ଘୋଷଣା କରୁଛି। ସେ ଭଗବାନଙ୍କ ପାଖରୁ ଆସିଥିଲେ ଏବଂ ତାଙ୍କ ନିକଟକୁ ଫେରିଗଲେ। – ଫୈଜଲ ଫାରୁକି।”

ଦିଲୀପଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତର କୋଣ ଅନୁକୋଣରେ ଥିବା ବିଶିଷ୍ଟ ଚଳଚ୍ଚିତ୍ର ତାରକା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.