ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନିୟନ୍ତ୍ରଣକୁ ଆସିପାରୁନି ଖୋର୍ଧା ଜିଲ୍ଲା

0

୫୯ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କଲେ ସରକାର, ଜୁଲାଇର ପ୍ରଥମ ୭ ଦିନରେ ୩୪୦

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ମୃତ୍ୟ ସଂଖ୍ୟା ବଢିବଢି ଚଲିଛି । ଗତ ୨୪ ଘଂଟାରେ ୫୯ ଜଣଙ୍କ ମୃତ୍ୟ ଘୋଷଣା କରାଯାଇଛି। ଯାହା ସର୍ବାଧିକ । ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଗତକାଲି ଏନେଇ ସ୍ପଷ୍ଟୀକରଣ ରଖିଥଲେ ସରକାର । ଘୋଷଣା କରାଯାଉଥିବା ମୃତ୍ୟୁ ସଂଖ୍ୟା ବର୍ତମାନ ସମୟର ନୁହେଁ ବୋଲି କୁହାଯାଇଥିଲା । ବରିଷ୍ଠ ଲୋକ ବିଭିନ୍ନ ସମୟରେ ଯେଉଁମାନେ କୋଭିଡ ପ୍ରାଣ ହରାଇଥିବା ସନ୍ଦେହ କରାଯାଇଛି, ସେମାନଙ୍କ ରିପୋର୍ଟକୁ ସରକାରୀ ସ୍ତରରେ ଅଡିଟ କରାଯିବା ପରେ ଏହି ସଂଖ୍ୟା ଦିଆଯାଉଛି ବୋଲି ଡିଏମ୍‌ଇଟି କହିଥିଲେ। ସେହିପରି ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି । ଯାହା ଚିନ୍ତାଜନକ।

ଗତ ୨୪ ଘଂଟାରେ ୭୪ ହଜାର ୪୬୮ ନମୁନା ପରୀକ୍ଷା ହୋଇଥିବା ବେଳେ ୨୬ ଶହ ୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୩.୪୯% । ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୯୭ ଜଣ, ବାଲେଶ୍ୱରରୁ ୧୬୪ ଜଣ,ଜଗତସିଂହପୁରରୁ ୯୧ ଜଣ,ଢେଙ୍କାନାଳରୁ ୯୩ ଜଣ, ମୟୂରଭଂଜରୁ ୧୪୧ ଜଣ, ପୁରୀରୁ ୧୭୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ରେ ପହଚିଂଛି । ସେହିପରି ନୂଆ ୫୯ଟି ମୃତ୍ୟୁ ମାମଲାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଛି । ଜୁଲାଇ ମାସର ୭ ଦିନରେ ୧୯,୯୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୦ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି ।

Leave A Reply

Your email address will not be published.