ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଭାବମୂର୍ତି ସଜାଡିବା ଲାଗି ନୂଆ ଚେହେରା ଅସ୍ତ୍ର

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ନବକଳେବର ଦେଶର ଶାସନ ପ୍ରକ୍ରିୟାକୁ ଏକ ନୂଆ ରୂପ ଦେବାର କ୍ଷମତା ରଖୁଛି। ପ୍ରଧାନମନ୍ତ୍ରୀ ଅନେକ ହେଭିଓ୍ବେଟ୍ ମନ୍ତ୍ରୀଙ୍କୁ ଛାଡ଼ି ନୂଆ ଚେହେରାକୁ ବିଶ୍ବାସକୁ ନେଇଛନ୍ତି, ସେ ପୁଣି ଜାତି, ଯୁବ, ମହିଳା ଓ ମତଦାନ ହେଉଥିବା ରାଜ୍ୟର ପ୍ରତିନିଧିତ୍ବକୁ ବିଚାରରେ ରଖି। ମୋଦୀଙ୍କୁ ଏହି ସଂସ୍କାର ପାଇଁ ନିଜ ମନ୍ତ୍ରିମଣ୍ଡଳରୁ ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରିବାକୁ ପଡିଛି, ଯେଉଁଥିରେ ୬ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି।

ଏହା ପଛରେ ଯେଉଁ ଗୁଢ ରହସ୍ୟ ଥିବା କୁହାଯାଉଛି, ତାହା ହେଲା ପ୍ରଧାନମନ୍ତ୍ରୀ ନିଜ ଭାବମୂର୍ତିକୁ ସୁଧାରିବା ଲାଗି ଚେଷ୍ଟା କରିଛନ୍ତି। ପ୍ରଶାସନରେ କ୍ରିୟାଶୀଳତାକୁ ଏହାର ଅଂଶ ଭାବେ ବିବେଚନା କରାଯାଇଛି।  ମହାମାରୀ ସମୟରେ ସରକାରଙ୍କ ପ୍ରଦର୍ଶନକୁ ନେଇ ବିଶ୍ବ ସମୁଦାୟରୁ ମିଳିଥିବା ଅପବାଦ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୂଚନା ଓ ପ୍ରସାରମ ମନ୍ତ୍ରୀ ପ୍ରକାଶ ଜାଭଡେକର, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବରଚାନ୍ଦ ଗେହଲଟ, ସନ୍ତୋଷ ଗଙ୍ଗଓ୍ବାରଙ୍କ ପ୍ରଦର୍ଶନ ସରକାରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲା।

ଏସବୁକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନୂଆ ଚେହେରା, ଅଭିଜ୍ଞତା, ଦକ୍ଷ ନେତାଙ୍କୁ ନେଇ ଶାସନ ରଥକୁ ଜୋରରେ ଗଡାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଜାଣିଛନ୍ତି ଯେ ଜ୍ୟୋତିରାଦିତ୍ୟାଙ୍କ ପ୍ରଶାସନିକ ଆଭିମୁଖ୍ୟ ଯେଭଳି ତୀକ୍ଷଣ, ଠିକ୍ ସେହିଭଳି ତାଙ୍କ ବିଚକ୍ଷଣତା ଓ ଅଭିନବ ଚିନ୍ତାଧାରା ପାଇଁ ସେ ଜଣାଶୁଣା। ଆସାମର ସର୍ବାନନ୍ଦ ସୋନଓ୍ବାଲ, ମହାରାଷ୍ଟ୍ରର ନାରାୟଣ ରାଣେ, ଶିଳ୍ପପତି ରାଜୀବ ଚନ୍ଦ୍ରଶେଖର, ଭୂପେନ୍ଦ୍ର ଯାଦବ ପ୍ରମୁଖଙ୍କ ପାରଦର୍ଶିତା ପୂର୍ବରୁ ଏକାଧିକବାର ପ୍ରମାଣିତ ହୋଇଛି। ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମୁଖ୍ୟ ସଚିବ ଭାବେ କାମ କରିଥିବା ଆର୍‌ ପି ସିଂ ଓ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ବତନ ବେସରକାରୀ ସଚିବ ଅଶ୍ବନୀ ବୈଷ୍ଣବଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଉଭୟ କରିତକର୍ମା।

 ଯିଏ ଭଲ କାମ କରିବ, ତାକୁ ପୁରସ୍କାର ମିଳିବ। ଏଭଳି ଏକ ବାର୍ତା ଦେବାକୁ ବି ପ୍ରଧାନମନ୍ତ୍ରୀ ଭୁଲିନାହାନ୍ତି। ଏହି କ୍ରମରେ ହାର୍ଦିକ ପୁରୀ ହୁଅନ୍ତୁ କିମ୍ବା ଅନୁରାଗ ଠାକୁର, ଆର୍ ସିଂ, କିରେନ୍ ରିଜ୍ଜୁ, ମାନସୁଖ ମାଣ୍ଡଭିଆ, ପୁରୁଷୋତ୍ତମ ରୁପାଲା ଓ ଜି କିଷନ୍ ରେଡ୍ଡୀ ପ୍ରମୁଖ ଅଛନ୍ତି।

Leave A Reply

Your email address will not be published.