ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପ୍ରଥମ ବୈଠକରେ ଚାଷୀଙ୍କୁ ଫୋକସ

0

ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି: କୃଷି ପାଇଁ ଲକ୍ଷେ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ନୂଆ ଟିମକୁ ନେଇ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତି ନିଆଯାଇଛି। ମୁଖ୍ୟତଃ ବୈଠକରେ ସ୍ୱାସ୍ଥ୍ୟ ସେବା ଓ ଚାଷୀ ମାନଙ୍କୁ ଫୋକସ କରାଯାଇଛି। ଚାଷୀଙ୍କ ସହାୟତା ପାଇଁ ୧ ଲକ୍ଷ କୋଟି ଅନଦାନକୁ ମଂଜୁରୀ ମିଳିଛି । ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ନିକଟରେ ପହଚିଂବ।

ସେହିପରି କୃଷକ ସମୂହଙ୍କୁ ୨ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡିକୁ ଅଧିକ ମଜବୁତ କରାଯିବ।। ଏପିଏମସି ମଣ୍ଡିଗୁଡିକୁ ଆହୁରି ଦୃଢ କରାଯିବ ବୋଲି କୁହାଯାଇଛି। ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଅପିଲ କରି କହିଛନ୍ତି ଯେ,ସରକାର ଯାହା କହିଛନ୍ତି, ତାହା କରିବାକୁ ପ୍ରୟାସ ଜାରି ରହିଛି । ନୂଆ କୃଷି ଆଇନ ଲାଗୁ ହେବା ପରେ ମଧ୍ୟ ଏପିଏମସି ପୂର୍ବ ଭଳି ଜାରି ରହିବ । କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କୃଷି କ୍ଷେତ୍ରରେ ବଡ଼ ବିକାଶ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ନରେନ୍ଦ୍ର ସିଂ ତୋମାର।

ସେହିପରି ରାଜ୍ୟମାନଙ୍କୁ କୋଭିଡ ପାଣ୍ଠି ଅନୁଦାନ ନେଇ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । କରୋନା ଲଢେଇ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପ୍ୟାକେଜ ଘୋଷଣା ହୋଇଛି । କୋଭିଡ ପାଣ୍ଠି ପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ଜରୁରୀ ପ୍ୟାକେଜ ମଂଜୁର ହୋଇଛି । ରାଜ୍ୟ ସରକାର ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଫଣ୍ଡ ମିଳିବ। କରୋନା ପ୍ୟାକେଜର ଉପଯୁକ୍ତ ବିନିଯୋଗ ହେଉଛି। ଦେଶବାସୀଙ୍କୁ ଭ୍ୟାକସିନ ଦେବା ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି । କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଦେଶରେ ୨୦ ହଜାର ଆଇସିୟୁ ବେଡ଼ ପ୍ରସ୍ତୁତ କରାଯାଇଛି । ଦେଶର ୭୩୬ ଜିଲ୍ଲାରେ ପିସିୟୁ ପ୍ରସ୍ତୁତ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.