ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବେଳେ ବେଳେ ଭାଗ୍ୟ ଓ ଯୋଗ ଏମିତି କରାଏ

0

ଭୁବନେଶ୍ବର: ରାତି ପାହିଥିଲେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥାନ୍ତେ। ଗୋଟିଏ ରାତିର ଖେଳ ସମୁଦାୟ ଚିତ୍ରକୁ ଓଲଟପାଲଟ କରିଦେଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଗଲେ।

ରାଜନୀତିରେ ଭାଗ୍ୟ ଓ ଯୋଗ ସଂପର୍କରେ ଏଭଳି ଏକ ସଙ୍କେତ ରହିଛି ରାମାୟଣରେ।

ହେଲେ ଏବେ ବି ଏମିତି ଅନେକ ଘଟଣା ଘଟେ; ଯାହା ଯେ କୌଣସି ମଣିଷକୁ ଚକିତ କରିଦିଏ।

 ଏଇ ଯେମିତି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇବ।

ଆମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଅରୁଣ ସାହୁଙ୍କ କଥା କହୁଛୁ। ଜଣେ କେନ୍ଦ୍ରରେ ଶିକ୍ଷା ବିଭାଗର ମନ୍ତ୍ରୀ ଓ ଅନ୍ୟ ଜଣେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ।

ଦିନେ ଉଭୟ ବାଣୀବିହାର କ୍ୟାମ୍ପସରେ ରାଜନୀତି କରୁଥିଲେ। ସଭାପତି ପଦ ପାଇଁ ଯେବେ ଲଢେଇ ହେଲା, ଅରୁଣ ସାହୁ ସେବେ ଧର୍ମେନ୍ଦ୍ରଙ୍କୁ ନିର୍ବାଚନରେ ପରାସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ବିଜେପିରୁ ଓ ଅରୁଣ ବିଜେଡିରୁ ରାଜନୀତି ଆରମ୍ଭ କଲେ।

ଆଜି ଦିନର ଚିତ୍ର ହେଲା, ଭାଗ୍ୟ ଓ ଯୋଗ ଏମିତି କଲା ଯେ ସେଦିନର ପରାଜିତ ନେତା ଆଜି ଦିନରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ। ଆଉ ଉତ୍କଳ ବିଶ୍ବବିଦ୍ୟାଳୟରେ ବାଜିମାତ୍ କରିଥିବା ଅରୁଣ ସେହି ବିଭାଗର ମନ୍ତ୍ରୀ ଅଛନ୍ତି, ରାଜ୍ୟରେ। ବିଭିନ୍ନ ଚିଠି ଆଦି କେନ୍ଦ୍ରକୁ ଅନୁରୋଧ କରି ଲେଖିବାକୁ ହେବ। ପ୍ରୋଟୋକଲରେ ଧର୍ମେନ୍ଦ୍ର ଉପରେ, ଅରୁଣ ତଳେ।

ଏହା ପ୍ରମାଣ କରୁଛି, ପରାଜୟ କିମ୍ବା ବିଜୟ କେବେ ଚିରସ୍ଥାୟୀ ନୁହେଁ, ବରଂ ଗୋଟିଏ ଗୋଟିଏ ସମୟର ଖେଳ ମାତ୍ର। ପରାଜୟରେ ବ୍ୟଥିତ ହେବାର ନାହିଁ କି ବିଜୟ ଲାଭ କରି ଅହଂକାର ରଖିବା ଆଦୌ ସ୍ପୃହଣୀୟ ନୁହେଁ।

କେବଳ ଯେ ଧର୍ମେନ୍ଦ୍ର ଓ ଅରୁଣଙ୍କ କ୍ଷେତ୍ରରେ ଏମିତି ହୋଇଛି, ତାହା ନୁହେଁ। ଓଡ଼ିଶା ରାଜନୀତିରେ ଭାଗ୍ୟ ଓ ଯୋଗ କିଭଳି ମଣିଷକୁ ନିୟନ୍ତ୍ରଣ କରେ ତାହାର ଆଉ ଗୋଟିଏ ଉଦାହରଣ ରହିଛି।  ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଉଭୟ ଅପରାଜିତା ଓ ବୈଷ୍ଣବ ଗୋଟିଏ ବ୍ୟାଚର ଆଇଏଏସ୍ ଅଫିସର। ଦୁହେଁ ଅଲଗା ଅଲଗା ରାଜ୍ୟର ହୋଇଥିଲେ ବି ଗୋଟିଏ ଗୋଟିଏ ଘଟଣା କ୍ରମରେ ଉଭୟ ଓଡ଼ିଶା କ୍ୟାଡରକୁ ଆସିଥିଲେ। ଉଭୟଙ୍କର ପାରଦର୍ଶିତା, ଦକ୍ଷତା ଓ ବିଚକ୍ଷଣତାକୁ ଯେ କୌଣସି ବ୍ୟକ୍ତି ପ୍ରଶଂସା କରିବ।  ଆଗ ଚାକିରି ଛାଡ଼ିଦେଇଥିଲେ ଅଶ୍ବିନୀ।  ପରେ ବୁଲି ବୁଲି ସେହି ରାସ୍ତା ଆପଣାଇଲେ ଅପରାଜିତା। ସ୍ବେଚ୍ଛାକୃତ ଅବସର ନେଲେ। ଭାଗ୍ୟ ରେଖାରେ କିଛି ମୋଡ ପରେ ପୁଣି ଥରେ ଉଭୟ ଗୋଟିଏ ସ୍ଥାନରେ ଏକାଠି ହେଲେ। ତାହା ହେଲା,ଉଭୟ କେନ୍ଦ୍ରୀୟ ରାଜନୀତିରେ ବିଜେପି ସହିତ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ନେଲେ। ଅପରାଜିତା ଓ ଅଶ୍ବିନୀ ପାଖାପାଖି ଗୋଟିଏ ସମୟରେ ବିଜେପିରୁ ଯଥାକ୍ରମେ ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହେଲେ, ପୁଣି ଓଡ଼ିଶାରୁ। ଉଭୟ ପ୍ରଥମଥରିଆ ସାଂସଦ। ଏକଥା କେହି ଅସ୍ବୀକାର କରିବେ ନାହିଁ ଯେ ଓଡ଼ିଶା ରାଜନୀତିରେ ଅପରାଜିତାଙ୍କର ବି କିଛି ପ୍ରଭାବ ରହିଛି।

ହେଲେ ଭାଗ୍ୟ ଓ ଯୋଗ ମଣିଷକୁ କେମିତି ତା ରାସ୍ତାରେ ଟାଣିନିଏ, ତାହା ଦେଖିବା କଥା।

ଉଭୟ ପ୍ରଧାନମନ୍ତ୍ରୀଙ୍କର ଅତ୍ୟନ୍ତ ନିକଟତମ ମହଲରେ ଜଣାଶୁଣା ଥିଲେ ହେଁ, ଅପରାଜିତାଙ୍କୁ ପଛକୁ ଠେଲି ଅଶ୍ବିନୀ ମୋଦୀଙ୍କ ବିଶ୍ବାସ ଜିଣିନେଲେ। ହାତେଇନେଲେ ଏକାଥରକେ କ୍ୟାବିନେଟ୍ ବର୍ଥ। ରେଳବାଇ, ଆଇଟି ଭଳି ବଡ଼ ବିଭାଗ ବି ମିଳିଲା। କିନ୍ତୁ ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଲୋକସଭା ଆସନରେ ଯଦିଓ ଜଣେ ବି ବିଜେପି ବିଧାୟକ ଜିତିନାହାନ୍ତି, ତଥାପି ନିର୍ବାଚିତ ହୋଇଥିବା ଅପରାଜିତା ତାଙ୍କ ଦମ୍ ଦେଖାଇ ସାରିଛନ୍ତି। 

ଏସବୁ ସତ୍ତ୍ବେ ଗଳାବାଟ ଦେଇ ଆଗକୁ ଚାଲଗଲେ ଅଶ୍ବିନୀ, ପଛରେ ପଡିଗଲେ ଅପରାଜିତା।

Leave A Reply

Your email address will not be published.