ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

0

ଭୁବନେଶ୍ବର: ‘ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।

ଓଡ଼ିଶାର ଆଗଧାଡିର କଣ୍ଠଶିଳ୍ପ ଅସୀମା ପଣ୍ଡାଙ୍କ ସଂପର୍କରେ ଅସତ୍ୟ ଖବର ପରିବେଷଣ ପରେ ସେ ଏହା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କର କୌଣସି ଅସୁବିଧା ହୋଇନି। ତାଙ୍କ ଭାଇଙ୍କର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଭାଇର ହାତ ଖାଲି ଭାଙ୍ଗିଯାଇଛି। ଦୁର୍ଘଟଣା କେବେ କହିକି ଆସେ ନାହିଁ, ଅକସ୍ମାତ୍‌ ହୋଇଥାଏ। କିନ୍ତୁ ଏହାକୁ ନେଇ ଅପପ୍ରଚାର କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଅସୀମା। କେବଳ ସେତିକି ନୁହେଁ, କିଛି ଗଣମାଧ୍ୟମରେ ଯେଉଁ ଅପ୍ରପଚାର ଚାଲିଛି, ସେ ନେଇ ବି ସେ ଅସନ୍ତୋଷ ଝାଡ଼ିଛନ୍ତି।

Leave A Reply

Your email address will not be published.