ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ରାସ୍ତାରେ ବିମାନ ଓହ୍ଲାଇ ଆହତ ଯବାନଙ୍କୁ ଉଠାଇ ଆଣିଲେ ପାଇଲଟ୍

0
  • କନ୍ଧମାଳ ଜିଲ୍ଲା ଗୋଛାପଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ୮ଘଣ୍ଟା ହେଲା ଗୁଳି ବିିନିମୟ ଜାରି
  • ବୌଦ୍ଧ-କନ୍ଧମାଳ ସୀମାରେ ଅପରେସନ୍ ଚାଲିଛି, ଦୁଇ ଯବାନ ଗୁରୁତର, ବିଏସଏଫ୍ ବିମାନରେ ଆସିଲେ
  • କୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ୍ କରି କନ୍ଧମାଳରେ ପହଞ୍ଚିଲେ
  • ଭୁବନେଶ୍ବର ଏମସରେ ଭର୍ତ୍ତି, ପାଇଲଟ, ଡାକ୍ତର, ଯବାନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀ-ଯବାନ ମୁହାଁମୁହଁ ହୋଇ ରହିଛନ୍ତି। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପୂରା ଆଠ ଘଣ୍ଟା ହେଲାଣି ଉଭୟ ପକ୍ଷ ପରସ୍ପର ବିରୋଧରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରି ରଖିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଦୁଇ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ନିଜେ ଖୋଦ୍ ପୁଲିସ ମହାନିର୍ଦେଶକ ଅଭୟ ନିଜ ହେଲିକପ୍‌ଟରରେ ଭୁବନେଶ୍ବର ଆଣିବା ପରେ ଏମ୍‌ସରେ ଭର୍ତ୍ତି କରାଯାଇଛି। ଜଣେ ଯା ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଗତକାଲି ପୁଲିସ ଏହି ଜଙ୍ଗଲରେ ଅପରେସନ୍ ଆରମ୍ଭ କରିଥିଲା। ମୂଳ ଅଞ୍ଚଳ ସନ୍ଧାନ କରି ଯେବେ ଯବାନମାନେ ଆଗକୁ ବଢ଼ୁଥିଲେ, ସେବେ ଅନ୍ୟପଟରୁ ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଫଳରେ ଯବାନ ମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ଜୋରଦାର ଚାଲିଥିବା ବେଳେ ଦୁଇ ଜଣ ଏସଓଜି ଯବାନଙ୍କ ଦେହରେ ଗୁଳି ଲାଗିଥିଲା। ସିଆରପିଏଫଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଅପରେସନ୍ ସ୍ଥଳରୁ ରାସ୍ତା ଉପରକୁ ଅଣାଯାଇଥିଲା।

ଅନ୍ୟପକ୍ଷରେ ଡିଜିପି ଅଭୟ ସେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାଗସ୍ତରେ ଯାଇଥିଲେ। ସେଠାରେ ମାଓବାଦୀ ବିରୋଧୀ ରଣନୀତି କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ସୁନାବେଡାଠାରେ ଏହି ଖବର ପାଇଥିଲେ। ତୁରନ୍ତ କାର୍ଯ୍ୟକ୍ରମ ବାତିଲ୍ କରି ସେ କନ୍ଧମାଳର ପେଦେଲପଡାରେ ପହଞ୍ଚିଥିଲେ। ଆହତମାନଙ୍କୁ ଭୁବନେଶ୍ବରକୁ ପଠାଇଥିଲେ। ଉଭୟଙ୍କ ସହିତ ଡାକ୍ତର ମଧ୍ୟ ଥିଲେ। ସୁରକ୍ଷା କର୍ମୀଙ୍କୁ ଏୟାରଲିଫ୍ଟ କରି ଆଣିଥିବା ଯବାନ ଓ ପାଇଲଟଙ୍କୁ ଡିିଜିପି ଅଭୟ ଧନ୍ୟବାଦ ଜଣାଇଥିଲେ। ବିଏସଏଫ ପାଇଲଟ୍ ପଣ୍ଡିତ ପାଦେଲପଡା ଭଳି ଗୋଟିଏ ଛୋଟିଆ ସ୍ଥାନରେ ବିମାନ ଓହ୍ଲାଇ ଯବାନଙ୍କୁ ଯେଭଳି ଆଣିଲେ, ସେଥିପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି।

ଏହି ଅଞ୍ଚଳରେ ଅପରେସନ୍ ଜୋରଦାର କରାଯାଇଥିବା ଆଇଜି (ଅପରେସନ୍) ଅମିତାଭ ଠାକୁର ସୂଚନା ଦେଇଛନ୍ତି।

Leave A Reply

Your email address will not be published.