ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରାସ୍ତାରେ ବିମାନ ଓହ୍ଲାଇ ଆହତ ଯବାନଙ୍କୁ ଉଠାଇ ଆଣିଲେ ପାଇଲଟ୍

0
  • କନ୍ଧମାଳ ଜିଲ୍ଲା ଗୋଛାପଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ୮ଘଣ୍ଟା ହେଲା ଗୁଳି ବିିନିମୟ ଜାରି
  • ବୌଦ୍ଧ-କନ୍ଧମାଳ ସୀମାରେ ଅପରେସନ୍ ଚାଲିଛି, ଦୁଇ ଯବାନ ଗୁରୁତର, ବିଏସଏଫ୍ ବିମାନରେ ଆସିଲେ
  • କୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ୍ କରି କନ୍ଧମାଳରେ ପହଞ୍ଚିଲେ
  • ଭୁବନେଶ୍ବର ଏମସରେ ଭର୍ତ୍ତି, ପାଇଲଟ, ଡାକ୍ତର, ଯବାନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀ-ଯବାନ ମୁହାଁମୁହଁ ହୋଇ ରହିଛନ୍ତି। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପୂରା ଆଠ ଘଣ୍ଟା ହେଲାଣି ଉଭୟ ପକ୍ଷ ପରସ୍ପର ବିରୋଧରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରି ରଖିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଦୁଇ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ନିଜେ ଖୋଦ୍ ପୁଲିସ ମହାନିର୍ଦେଶକ ଅଭୟ ନିଜ ହେଲିକପ୍‌ଟରରେ ଭୁବନେଶ୍ବର ଆଣିବା ପରେ ଏମ୍‌ସରେ ଭର୍ତ୍ତି କରାଯାଇଛି। ଜଣେ ଯା ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଗତକାଲି ପୁଲିସ ଏହି ଜଙ୍ଗଲରେ ଅପରେସନ୍ ଆରମ୍ଭ କରିଥିଲା। ମୂଳ ଅଞ୍ଚଳ ସନ୍ଧାନ କରି ଯେବେ ଯବାନମାନେ ଆଗକୁ ବଢ଼ୁଥିଲେ, ସେବେ ଅନ୍ୟପଟରୁ ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଫଳରେ ଯବାନ ମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ଜୋରଦାର ଚାଲିଥିବା ବେଳେ ଦୁଇ ଜଣ ଏସଓଜି ଯବାନଙ୍କ ଦେହରେ ଗୁଳି ଲାଗିଥିଲା। ସିଆରପିଏଫଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଅପରେସନ୍ ସ୍ଥଳରୁ ରାସ୍ତା ଉପରକୁ ଅଣାଯାଇଥିଲା।

ଅନ୍ୟପକ୍ଷରେ ଡିଜିପି ଅଭୟ ସେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାଗସ୍ତରେ ଯାଇଥିଲେ। ସେଠାରେ ମାଓବାଦୀ ବିରୋଧୀ ରଣନୀତି କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ସୁନାବେଡାଠାରେ ଏହି ଖବର ପାଇଥିଲେ। ତୁରନ୍ତ କାର୍ଯ୍ୟକ୍ରମ ବାତିଲ୍ କରି ସେ କନ୍ଧମାଳର ପେଦେଲପଡାରେ ପହଞ୍ଚିଥିଲେ। ଆହତମାନଙ୍କୁ ଭୁବନେଶ୍ବରକୁ ପଠାଇଥିଲେ। ଉଭୟଙ୍କ ସହିତ ଡାକ୍ତର ମଧ୍ୟ ଥିଲେ। ସୁରକ୍ଷା କର୍ମୀଙ୍କୁ ଏୟାରଲିଫ୍ଟ କରି ଆଣିଥିବା ଯବାନ ଓ ପାଇଲଟଙ୍କୁ ଡିିଜିପି ଅଭୟ ଧନ୍ୟବାଦ ଜଣାଇଥିଲେ। ବିଏସଏଫ ପାଇଲଟ୍ ପଣ୍ଡିତ ପାଦେଲପଡା ଭଳି ଗୋଟିଏ ଛୋଟିଆ ସ୍ଥାନରେ ବିମାନ ଓହ୍ଲାଇ ଯବାନଙ୍କୁ ଯେଭଳି ଆଣିଲେ, ସେଥିପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି।

ଏହି ଅଞ୍ଚଳରେ ଅପରେସନ୍ ଜୋରଦାର କରାଯାଇଥିବା ଆଇଜି (ଅପରେସନ୍) ଅମିତାଭ ଠାକୁର ସୂଚନା ଦେଇଛନ୍ତି।

Leave A Reply

Your email address will not be published.