ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କ୍ୟାନସର ହସ୍ପିଟାଲର ଶୁଭ ଦେଲେ ନବୀନ

0

ଭୁବନେଶ୍ବର: ରଥଯାତ୍ରା ଅବସରରେ ରାଜଧାନୀରେ ଆଜି ଦୁଇଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିପାଇଁ ରାଜ୍ୟସରକାର ୨୦ରୁ ୨୫ ଏକର ଜମି ସଂପୂୂର୍ଣ୍ଣ ମାଗଣାରେ ଯୋଗାଇଦେଇଛନ୍ତି। ଏହି ହସ୍ପିଟାଲ ପାଇଁ ଚଳିତ ବର୍ଷ ଏପ୍ରିଲ ୧୪ରେ ଏକ ଏମଓୟୁ ବା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ଦୁଇଟି ହସ୍ପିଟାଲର ନିର୍ମାଣ ପାଇଁ ସୁବ୍ରତ ବାଗଚୀ ଓ ପତ୍ନୀ ସସ୍ମିତା ବାଗଚୀ ୩୪୦ କୋଟି ଦାନ କରିଛନ୍ତି। ଏହି ହସ୍ପିଟାଲ ସରକାରଙ୍କ ନିୟନ୍ତ୍ରଣରେ ରହିବ । ଏହାର ପରିଚାଳନା ଦାୟିତ୍ୱ ନେବ ଶ୍ରୀ ଶଙ୍କର କ୍ୟାନସର ଫାଉଣ୍ଡେସନ ।ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟା ଆରମ୍ଭ ହେବ ହସ୍ପିଟାଲ । ୨୦୨୪ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ପରେ ଏହା ୫୦୦ ଶଯ୍ଯାକୁ ବିସ୍ତାରିତ ହେବ । ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମିଦେଇଥିବା ବେଳେ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଯୋଗାଇଛନ୍ତି । ସେହିଭଳି ପାଲିଏଟିଭ କେୟାର ପାଇଁ ରାଜ୍ୟ ସରକାର ୨୦ ଏକର ଜମିଦେବେ । ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.