ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଜନ୍ମବେଦୀକୁ ଯିବାକୁ ତର ତର ହେଉଛନ୍ତି ଠାକୁରେ

0

ପୁରୀ: ଦେଉଳ ଭିତରୁ ବାହାରି ଆସିଛନ୍ତି ଦିଅଁ । ହେଲେ ଚଳିତ ବର୍ଷ କରୋନା କାରଣରୁ ଭାବର ଦାଣ୍ଡରେ ନୁହେଁ ଘରେ ରହି ରଥଯାତ୍ରା ଦେଖୁଛି ଜଗତ। ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି। ତିନି ରଥରେ ରଥାରୁଢ ହୋଇଛନ୍ତି ତିନି ଠାକୁର । ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଥିଲେ ଠାକୁରେ। ଇତିମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିଛନ୍ତି।

ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ କାଳିଆ ସାଆନ୍ତ । ଦେବଦଳନ ରଥରେ ରଥାରୁଢ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ଆସୀନ ଅଛନ୍ତି ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ।

ରଥାରୁଢ ଦିଅଁଙ୍କୁ ଦର୍ଶନ କରିଛନ୍ତି ଜଗତଗୁୁରୁ ଶଙ୍କରାଚାର୍ଯ୍ୟ । ଘଣ୍ଟା ଘଣ୍ଟା ହରିବୋଲରେ ପ୍ରକମ୍ପିତ ହୋଇ ଉଠିଛି ରଥଚକଡା। ଭାଇ,ଭଉଣୀକୁ ସାଂଗରେ ଧରି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜଗନ୍ନାଥ। କୋଭିଡ କଟକଣା ଭିତରେ ଭକ୍ତଶୂନ୍ୟ ରକ୍ତଯାତ୍ରା ପାଇଁ ପୁରୀରେ ପୁଲିସ ଛାଉଣୀ କରାଯାଇଛି । ବଡଦାଣ୍ଡରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.