ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଖସୁଛି ସଂକ୍ରମିତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ତାଲିକା

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଯାହା ଆଶ୍ୱସ୍ତ କରିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟାର ତାଲିକା ଲମ୍ବିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ତଳେ ରହିଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା କରୋନା ମୃତ୍ୟୁ ସଂଖ୍ୟାର ହିସାବ କିନ୍ତୁ କମୁନି।

ରାଜ୍ୟରେ ଗତ ୨୪ ଘଂଟାରେ ୭୨ ହଜାର ୭୫୪ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧୯ ଶହ ୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୭୩%। ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୭, ବାଲଶ୍ୱରରୁ ୧୮୧, ମୟୁରଭଂଜରୁ ୧୧୦, ପୁରୀରୁ ୧୪୪, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୪୧, ନୟାଗଡରୁ ୭୮, ସୁନ୍ଦରଗଡରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୃତ୍ୟୁ ତାଲିକା କିନ୍ତୁ ବଢିବାରେ ଲାଗିଛି । ଆଜି ଆଉ ୬୩ ମୃତ୍ୟୁର ହିସାବ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଜଣ ରହିଥିବା ବେଳେ ବରଗଡ଼ ଜିଲ୍ଲାରୁ ୭ଜଣ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୬ଜଣ ରହିଥିବା ବେଳେ ଗଞ୍ଜାମ, ପୁରୀ ଜିଲ୍ଲାରୁ ୫ଜଣ ରହିଛନ୍ତି । ଢେଙ୍କାନାଳ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଯାଜପୁର, ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର , ଜଗତସିଂହପୁର, କେନ୍ଦୁଝର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବଲାଙ୍ଗୀର, ଗଜପତି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜୁଲାଇ ମାସରେ ୧୨ ଦିନରେ ୩୧ ହଜାର ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୪ ମୁଣ୍ଡ ନେଲାଣି କରୋନା । ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.