ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ତୃତୀୟ ତରଙ୍ଗ ଅନିବାର୍ଯ୍ୟ, ଚେତାବନୀ ଦେଲା ଆଇଏମ୍‌ଏ

0

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆଜି କୋଭିଡ୍ ପ୍ରସଙ୍ଗରେ ଏକ ବଡ଼ ସତର୍କବାଣୀ ଶୁଣାଇଛି। ଗୋଟିଏ ସମୟରେ ଯେବେ ଅନେକ ପର୍ଯ୍ୟଟନ କେନ୍ଦ୍ରରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ହୁଏ, ତେବେ ସେମାନେ ସୁପର୍ ସ୍ପ୍ରେଡର ସାଜିପାରନ୍ତି ବୋଲି ଚେତାବନୀ ଦେଇଛି ଆଇଏମଏ । ତୃତୀୟ ତରଙ୍ଗ ଏବେ ନିକଟତର ବୋଲି କହିବାକୁ ପଛାଇନାହିଁ ଏହି ସ୍ବାସ୍ଥ୍ୟ ସଂଗଠନ।

ଆଇଏମଏ ପକ୍ଷରୁ କୁହାଯାଇଛି, କୋଭିଡ୍ ଦ୍ବିତୀୟ ତରଙ୍ଗ ପରେ ଦେଶରେ ପର୍ଯ୍ୟଟନ କାର୍ଯ୍ୟକଳାପ ନେଇ ଅନୁମତି ଏବଂ ବିଭିନ୍ନ ସ୍ଥାନରେ କୋଭିଡ୍ ନିୟମ ଉଲ୍ଲଂଘନ ତୃତୀୟ ତରଙ୍ଗ ଡର ବଢାଇ ଦେଲାଣି। ଡାକ୍ତର ସଂଗଠନ ଏକ ପ୍ରେସ ବିବୃତିରେ କହିଛି ଯେ ବର୍ତ୍ତମାନ ଯେତେ ସବୁ ତଥ୍ୟ ସଂଗ୍ରହ କରାଗଲାଣି ଓ ମହାମାରୀର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାପଡୁଛି ଯେ ତୃତୀୟ ତରଙ୍ଗ ଅନିବାର୍ଯ୍ୟ ଏବଂ ନିକଟତର ହୋଇସାରିଲେଣି। ସରକାର ସର୍ବାଧିକ ତିନିମାସ ଆଚରଣ ବିଧି କଡ଼ାକ଼ଡ଼ି ଭାବେ ପାଳନ କରିବା ସହିତ ଏହି ସମୟ ମଧ୍ୟରେ ଟିକାକରଣ କାର୍ଯ୍ୟକୁ ଶେଷ କରିବା ଉଚିତ୍। ଆସନ୍ତା ଅଗଷ୍ଟ ମାସରେ କୋଭିଡ୍ ଭାରତରେ ପହଞ୍ଚିବ ଏବଂ ସେପ୍‌ଟେମ୍ବରରେ ଶିଖର ଛୁଇଁବ ବୋଲି ସେମାନେ ପୂର୍ବାନୁମାନ କରିବା ଉଚିତ।

ଆଇଏମଏ ଅସନ୍ତୋଷ ପ୍ରକାଶ କରି ଆହୁରି କହିଛି ଯେ ୫ଟି ରାଜ୍ୟ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ କୋଭିଡ୍ ମାମଲା ରେକର୍ଡ କରୁଛନ୍ତି। ଏହା ସତ୍ତ୍ବେ ଦେଶର ଅନେକ ଭାଗରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ ନ କରି ବହୁ ସମାବେଶର ଆୟୋଜନ ହେଉଛି। ପର୍ଯ୍ୟଟନ, ତୀର୍ଥଯାତ୍ରା, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହେବା କଥା। ଏହା କେଇ ମାସ ବିଳମ୍ବ ହୋଇଗଲେ ବିଶେଷ କିଛି ପ୍ରଭାବ ପଡିବନାହିଁ। ରାଜ୍ୟ ସରକାରମାନେ ସବୁ କାର୍ଯ୍ୟକ୍ରମ ଲାଗି ଅନୁମତି ଦେବା ଓ ଟିକାକରଣ ବିନା ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେY ସେମାନେ ତୃତୀୟ ତରଙ୍ଗ ପାଇଁ ଏମାନେ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଅଳ୍ପ କିଛି ଆର୍ଥିକ ଲାଭ ପାଇଁ ତୃତୀୟ ତରଙ୍ଗକୁ ଆମନ୍ତ୍ରଣ କରିବା ଉଚିତ ନୁହେଁ।

Leave A Reply

Your email address will not be published.