ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରାମାୟଣ ସଂପର୍କରେ କିଛି ଅନାଲୋଚିତ ତଥ୍ୟ

0

ରାମାୟଣର ପ୍ରତି ୧୦୦୦ ପଦ ପରେ ଆସୁଥିବା ପ୍ରଥମ ଅକ୍ଷରରୁ ଗାୟତ୍ରୀ ମନ୍ତ୍ର ଗଠିତ। ଏହି ମନ୍ତ୍ର ହେଉଛି ରାମାୟଣ ଭଳି ପବିତ୍ର ମହାକାବ୍ୟର ମୂଳ ବିଷୟ। ଗାୟତ୍ରୀ ମନ୍ତ୍ର ବିଷୟରେ ପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା।

ରାମ ଏବଂ ତାଙ୍କ ଭାଇମାନଙ୍କ ସଂପର୍କରେ ସମସ୍ତେ ଜାଣନ୍ତି। ହେଲେ ଏକଥା ଆପଣମାନେ ଜାଣନ୍ତି କି, ରାଜା ଦଶରଥ ମଧ୍ୟ ଏକ ଝିଅର ପିତା ଥିଲେ। ହଁ, ରାମଚନ୍ଦ୍ରଙ୍କର ଭଉଣୀର ନାମ ଥିଲା “ଶାନ୍ତା”। ସେ ଚାରି ଭାଇଙ୍କଠାରୁ ବହୁତ ବଡ ଥିଲେ। କୌଶଲ୍ୟା ତାଙ୍କ ମାଆ ଥିଲେ। ବିଶ୍ୱାସ କରାଯାଏ ଯେ ଥରେ ରୋମପଦର ରାଜା ଅଙ୍ଗଦେଶ ଏବଂ ତାଙ୍କ ରାଣୀ ଭର୍ଷିନୀ ଅଯୋଧ୍ୟାକୁ ଆସିଥିଲେ। ରାଜା ଦଶରଥ ଜାଣିଲେ ଯେ ସେମାନଙ୍କର ସନ୍ତାନ ନଥିବା କାରଣରୁ ସେମାନେ ବହୁତ ଦୁଃଖୀ ଅଛନ୍ତି। ରାଜା ତୁରନ୍ତ ତାଙ୍କ କନ୍ୟାକୁ ଅଙ୍ଗଦେଶଙ୍କୁ ଦେଇ ଦେଇଥିଲେ। ଏଥିରେ ସେମାନେ ବହୁତ ଖୁସି ହୋଇଥିଲେ ଓ ଅତ୍ୟନ୍ତ ସ୍ନେହରେ ସେମାନେ ଶାନ୍ତାଙ୍କୁ ପାଳିଥିଲେ।

ପ୍ରଭୁ ରାମଚନ୍ଦ୍ର ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଏ। ଠିକ୍ ସେହିପରି ଲକ୍ଷ୍ମଣ ହେଉଛନ୍ତି ଶେଷନାଗଙ୍କ ଅବତାର। ଅନ୍ୟପକ୍ଷରେ ଭରତ ସୁଦର୍ଶନ ଚକ୍ର ଏବଂ ଶତ୍ରୁଘ୍ନ ଶଙ୍ଖଙ୍କ ଅବତାର ବୋଲି କୁହାଯାଏ। ଭଗବାନଙ୍କ ହାତରେ ସବୁବେଳେ ଶଙ୍ଖ ଓ ଚକ୍ର ଶୋଭା ପାଇଥାନ୍ତି।

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରାମ ଏକ ସ୍ବୟଂମ୍ବର ସଭା ମାଧ୍ୟମରେ ସୀତାଙ୍କୁ ବିବାହ କରିଥିଲେ। ଏହି ସ୍ବୟଂମ୍ବର ସଭାରେ ଧନୁ ଭଗ୍ନର ସର୍ତ୍ତ ରଖାଯାଇଥିଲା। କିନ୍ତୁ ଏହି ଧନୁର ନାମ କଣ ଥିଲା? ଭଗବାନ ଶିବଙ୍କ ପ୍ରଦତ୍ତ ଏହି ଧନୁର ନାମ ଥିଲା ”ପିନାକ” |

ରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସରେ ଯାଇଥିଲେ। ସେବେ ଲକ୍ଷ୍ମଣ କିନ୍ତୁ ନିଜ ଭାଇ ଓ ଭାଉଜଙ୍କ ସୁରକ୍ଷା ପାଇଁ ଆଦୌ ନିଦ୍ରା ଯାଇନଥିଲେ। ବରଂ ସେମାନଙ୍କ ସୁରକ୍ଷା ପାଇଁ ସବୁଦିନ ଅନିଦ୍ରା ରହୁଥିଲେ। ହେଲେ ଆପଣ ଜାଣନ୍ତି, ଲକ୍ଷ୍ମଣଙ୍କୁ ଏଥିପାଇଁ କଣ କରିବାକୁ ପଡ଼ିଥିଲା।

ପ୍ରଥମ ଦିନ ରାତିରେ ଯେବେ ରାମ ଓ ସୀତା ଶୋଇଯାଇଥିଲେ, ସେବେ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ ସ୍ମରଣ କଲେ। ତାଙ୍କୁ ଆଶୀର୍ବାଦ ମାଗିଲେ ଯେ ଏମିତି ଆଶୀର୍ବାଦ ମୋତେ ଦିଅନ୍ତୁ, ଯେମିତି ମୁଁ କେବେ ବି ରାତିରେ ଶୋଇପାରିବି ନାହିଁ। ନିଦ୍ରା ଦେବୀ ପଚାରିଲେ, ତେବେ ତୁମ ବଦଳରେ ଆଉଜଣଙ୍କୁ କାହାକୁ ଶୋଇବାକୁ ହେବ, ଅନ୍ୟଥା ସୃଷ୍ଟିର ବ୍ୟତିକ୍ରମ ହେବ। ତୁରନ୍ତ ଲକ୍ଷ୍ମଣ ନିଜ ପତ୍ନୀ ଉର୍ମିଳାଙ୍କ କଥା କହିଲେ। ନିଦ୍ରା ଦେବୀ ଉର୍ମିଳାଙ୍କୁ ପଚାରନ୍ତେ, ସେ ଅତ୍ୟନ୍ତ ଖୁସିହେଲେ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏବଂ ସୀତାଙ୍କ ପାଇଁ ସେ ସବୁ କରିବାକୁ ପ୍ରସ୍ତୁତ ବୋଲି ଜଣାଇଲେ। ଏବଂ ନିଦ୍ରା ଦେବୀ ଆଶୀର୍ବାଦ ଦେଇଥିଲେ ଓ ୧୪ବର୍ଷ ବନବାସ ସମୟରେ ଲକ୍ଷ୍ମଣ ସବୁଦିନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଜଗି ରହୁଥିଲେ।

Leave A Reply

Your email address will not be published.