ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୋଦୀଙ୍କ ଅର୍ଥନୈତିକ ବ୍ୟାପାର କମିଟିରେ ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଦ୍ୟ ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ” ବା ଅର୍ଥନୈତିକ ବ୍ୟାପାର କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି। ଏହି କମିଟି ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଓ ପଲିସି ନିର୍ଦ୍ଧାରଣ କରିଥାଏ। ପ୍ରଧାନମନ୍ତ୍ରୀ ନିଜେ ଏହି କମିଟିର ଅଧ୍ୟକ୍ଷ ହୋଇଥାନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗର ଦାୟିତ୍ଵ ତୁଲାଉଛନ୍ତି। ସେ ହେଉଛନ୍ତି ପ୍ରଥମ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଯେ ସାମାଜିକ ଭିତ୍ତିଭୂମିର ବିଭାଗ ତୁଲାଇଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର” ଦାୟିତ୍ଵ ଭାର ଦିଆଯାଇଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ୍ କମିଟି ଅନ୍ ଏମ୍ପଲଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି।

Leave A Reply

Your email address will not be published.