ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଅଶ୍ବିନୀଙ୍କ ଗୁରୁତ୍ବ ବଢାଇଲେ ପ୍ରଧାନମନ୍ତ୍ରୀ

0
  • କ୍ୟାବିନେଟ କମିଟିରେ ବଡ଼ ପରିବର୍ତ୍ତନ ଆଣିଲେ ମୋଦୀ
  • ସିନ୍ଧିଆ, ଯାଦବ, ସ୍ମୃତି ଏବଂ ସର୍ବାନନ୍ଦଙ୍କୁ ସାମିଲ କରାଗଲା

ନୂଆଦିଲ୍ଲୀ: କ୍ୟାବିନେଟ୍ ଅଦଳବଦଳ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ପାଦେ ଆଗକୁ ଯାଇ ବିଭିନ୍ନ କ୍ୟାବିନେଟ୍ କମିଟିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋଓ୍ବାଲ, ଭୂପେନ୍ଦର ଯାଦବ ପ୍ରମୁଖ ନୂଆ ମନ୍ତ୍ରୀମାନଙ୍କୁ ଏଥିର ସ୍ଥାନ ମିଳିଛି।

ତଥ୍ୟ ଅନୁସାରେ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରଥମ ଥର ପାଇଁ ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ, ସ୍ବାସ୍ଛ୍ୟମନ୍ତ୍ରୀ ମନସୁଖ ମାଣ୍ଡେଭିଆ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ, ପରିବେଶ ମନ୍ତ୍ରୀ ଭୂପେନ୍ଦର ସିଂଙ୍କୁ ରାଜନୈତିକ ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି।

ସେହିଭଳି ଆଇନମନ୍ତ୍ରୀ କିରେନ୍ ରିଜିଜୁ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ପ୍ରଥମ ଥର ପାଇଁ ସଂସଦୀୟ କମିଟିରେ ନିଆୟାଇଛି। ଏହି କମିଟିରେ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ ଥିଲେ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କୁ ମଧ୍ୟ ବର୍ତ୍ତମାନ ରାଜ୍ୟପାଳ ଥିବା ଥାୱର ଚାନ୍ଦ ଗେହଲୋଟଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇଛି।

ଅନ୍ୟ ଏକ ମୁଖ୍ୟ ଅନ୍ତର୍ଭୁକ୍ତ ହେଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିବେଶ ଏବଂ ଅଭିବୃଦ୍ଧି ଉପରେ କ୍ୟାବିନେଟ କମିଟିରେ ସାମିଲ ହୋଇଥିବା ଥିବାବେଳେ ରେଳବାଇ, ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନାରାୟଣ ରାଣେଙ୍କୁ ଏହି କମିଟିକୁ ନିଆଯାଇଛି।

ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ କ୍ୟାବିନେଟ କମିଟିରେ ଭୁପେନ୍ଦର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରେ ଜନତା ଦଳ (ୟୁନାଇଟେଡ୍)ର ଇସ୍ପାତ ମନ୍ତ୍ରୀ ଆରସିପି ସିଂଙ୍କୁ ‘ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ’ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ମଧ୍ୟ ଏହି କମିଟିରେ ‘ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ’ ଭାବେ ନିଆଯାଇଛି। ସ୍ମୃତି ଇରାନୀ ଏବଂ ପ୍ରହଲାଦ୍ ପଟେଲ ଆଉ ଏହି କମିଟିରେ ‘ସ୍ୱତନ୍ତ୍ର ନିମନ୍ତ୍ରିତ’ ସଦସ୍ୟ ରହିବେ ନାହିଁ।

ରବି ଶଙ୍କର ପ୍ରସାଦ ଏବଂ ଜାଭଡେକର ମନ୍ତ୍ରୀ ପରିଷଦରୁ ବାହାରିବା ପରେ ଏକାଧିକ କ୍ୟାବିନେଟ କମିଟିରେ ସ୍ଥାନ ହରାଇଛନ୍ତି। ସେହିପରି ହର୍ଷ ବର୍ଦ୍ଧନ ଏବଂ ଡି.ଭି ସଦାନନ୍ଦ ଗୌଡାଙ୍କୁ ମଧ୍ୟ ସମାନ ପରିସ୍ଥିତି ସାମ୍ନା କରିବାକୁ ହୋଇଛି। କ୍ୟାବିନେଟ କମିଟିରେ ଏକ ସ୍ଥାନ ସାଧାରଣତଃ ମନ୍ତ୍ରୀଙ୍କ ପାଖରେ ଥିବା ପୋର୍ଟଫୋଲିଓ ବା ବିଭାଗର ଏକ ଅଂଶ ଅଟେ।

Leave A Reply

Your email address will not be published.