ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କେଉଁ ଜଙ୍ଗଲରେ ବନବାସ ବିତାଇଥିଲେ ରାମଚନ୍ଦ୍ର?

0
  • ରାମାୟଣ ସଂପର୍କରେ ସାମ୍ନାକୁ ଆସୁଛି ଅନେକ ବିତର୍କ
  • ଠୋସ୍ ନିର୍ଯ୍ୟାସ କିଛି କ୍ଷେତ୍ରରେ ଏଯାଏ ଆସିପାରିନାହିଁ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଓ ରାମାୟଣର ଅନେକ କଥାବସ୍ତୁ ରୋଚକ ତଥ୍ୟ ଦେଇଥାଏ। ଏହି କ୍ରମରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଛୁଇଁପାରେ। ତାହା ହେଉଛି, ରାମ, ଲକ୍ଷ୍ମଣ ଓ ସୀତା ବନବାସ କାଟିଲେ। ହେଲେ ସେ କେଉଁ ଜଙ୍ଗଲରେ ନିର୍ବାସନ ସମୟ ଅତିବାହିତ କରୁଥିଲେ। କିଛି ସ୍ଥାନରେ କୁହାଯାଇଛି ଯେ ଯଦିଓ ଏହି ୧୪ବର୍ଷ ରାମଚନ୍ଦ୍ର ଅନେକ ଅଞ୍ଚଳରେ ଅତିବାହିତ କରିଛନ୍ତି, ସେଥିରୁ କିନ୍ତୁ ମୁଖ୍ୟ ସମୟ ତାଙ୍କର ଦଣ୍ଡକାରଣ୍ୟରେ ବିତିଛି। ଏହି ଜଙ୍ଗଲ ପ୍ରାୟ ୩୫ ହଜାର ବର୍ଗମାଇଲ୍ ପରିବ୍ୟାପ୍ତ। ବର୍ତ୍ତମାନ ଏହା ଛତିଶଗଡ, ଓଡ଼ିଶା, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଅଂଶଭୁକ୍ତ।

ସେହିଭଳି ଅନ୍ୟ ଏକ ପ୍ରଶ୍ନ ହେଲା, ରାମଚନ୍ଦ୍ର କେବେ ଜନ୍ମଗ୍ରହଣ କରିଥିଲେ। ଯାହା ତଥ୍ୟ ମିଳୁଛି, ଖ୍ରୀଷ୍ଟପୂର୍ବ ୫୧୧୪ ମସିହା ଜାନୁଆରି ୧୦ ତାରିଖ ଦିନ ତାଙ୍କର ଜନ୍ମ ହୋଇଥିଲା। ସେ ରାତି ୧୨ଟା ୩୦ରେ ଭୂମିଷ୍ଠ ହୋଇଥିଲେ। କିନ୍ତୁ ପ୍ଲାନେଟୋରିୟମ୍ ସଫ୍ଟୱେୟାର ବ୍ୟବହାର କରି କିଛି ପଣ୍ଡିତ ନିର୍ଣ୍ଣୟ କରୁଛନ୍ତି ଯେ ସାଧାରଣତଃ ୭୨ବର୍ଷରେ ଗୋଟିଏ ଦିନ ଆମରେ ଭରଣା ବା ଆଡଜଷ୍ଟ ହୋଇଥାଏ। ଏହି କ୍ରମରେ ୭୨୦୦ ବର୍ଷର ଅବଧି ବିତିଗଲାଣି। ଏହି ଫର୍ମୁଲାକୁ ବ୍ୟବହାର କଲେ ରାମଙ୍କ ଜନ୍ମ ଜାନୁଆରି ୧୦ରୁ ଏପ୍ରିଲ ୧୫ ମଧ୍ୟରେ ପ୍ରାୟ ୧୦୦ ଦିନ ମଧ୍ୟରେ ପଡିବ।। ଏଣୁ ରାମ ଜାନୁଆରିରେ ଜନ୍ମ ହୋଇଥିଲେ ହେଁ, ମାର୍ଚ୍ଚ ଶେଷ ବା ଏପ୍ରିଲ ମଧ୍ୟଭାଗରେ ରାମଜନ୍ମ ଭୂମି ପାଳନ ନିର୍ଣ୍ଣୟ ହେଉଛି।

ରାମଙ୍କ ଶାସନକୁ ନେଇ ମଧ୍ୟ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ଅଛି। ବିଭିନ୍ନ ସ୍ଥାନରେ କୁହାଯାଇଛି ଯେ ରାମଚନ୍ଦ୍ର ୧୧ହଜାର ବର୍ଷ ଶାସନ କରିଥିଲେ। କିନ୍ତୁ ବିଚାର କରି ପଣ୍ଡିତମାନେ ଦେଖିଛନ୍ତି ଯେ ରାମ ଯେବେ ବନବାସକୁ ଗଲେ, ସେବେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ସେ ୧୪ବର୍ଷ ବନବାସ କାଟି ୩୯ ବର୍ଷ ବୟସରେ ଅଯୋଧ୍ୟା ଫେରିଥିଲେ. ୩୦ ବର୍ଷ ୬ମାସ ପାଖାପାଖି ଶାସନ କରିଥିଲେ। ଅତଏବ, ରାମ ରାଜପଥ ତ୍ୟାଗ ବେଳେ ତାଙ୍କ ବୟସ ୭୦ ବର୍ଷ ହୋଇଥିବା ପଣ୍ଡିତମାନେ ମତ ରଖନ୍ତି। କିଛି ପଣ୍ଡିତଙ୍କ ମତରେ ଜଣେ ମହାରାଜାଙ୍କ ପାଇଁ, ଯିଏ ଧର୍ମ ଅନୁଯାୟୀ ବାସ କରନ୍ତି, ତାଙ୍କର ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ। ଏହି କ୍ରମରେ ୩୦ ବର୍ଷ ୬ ମାସକୁ ବିଚାର କରି ରାମଚନ୍ଦ୍ରଙ୍କ ଶାସନର ସମୟ ନିର୍ଧାରଣ କରାଯାଉଥିବା କୁହାଯାଉଛି।

ରାବଣ ସଂପର୍କରେ ମଧ୍ୟ ଅନେକ କୌତୂହଳ କଥା ଆସୁଛି। ରାବଣର ଦଶମୁଣ୍ଡ ଥିବାରୁ ସମସ୍ତେ ତାଙ୍କୁ ଭୟ କରୁଥିଲେ। ହେଲେ ରାବଣ କିନ୍ତୁ ଭଗବାନ ଶିବଙ୍କ ଉପରେ ଘୋର ବିଶ୍ବାସ କରୁଥିଲେ। ସେ ଜଣେ ମହାନ ପଣ୍ଡିତ ଥିଲେ ଓ ବେଦ ଅଧ୍ୟୟନ କରୁଥିଲେ। ଯେହେତୁ ରାବଣ ଜଣ ଭଲ ବୀଣା ବାଦକ ଥିଲେ ଓ ସେ ଏହି କଳାକୁ ଜୀବନରେ ବିଶେଷ ଧ୍ୟାନ ଦେଉଥିଲେ, ଏଣୁ ତାଙ୍କ ପତାକାରେ ମଧ୍ୟ ଏହାର ଚିହ୍ନ ସଂଲଗ୍ନ କରାଯାଇଥିଲା।

କୁମ୍ଭକର୍ଣ୍ଣ ଛଅମାସ ଶୋଇବା ସଂପର୍କରେ ବି ରୋଚକ କଥା ସାମ୍ନାକୁ ଆସେ। ରାବଣର ସାନଭାଇ କୁମ୍ଭକର୍ଣ୍ଣ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲା। ସେ ଜଣେ ଖାଦ୍ୟଲୋଭୀ ଥିଲେ। ଥରେ ଗୋଟିଏ ଯଜ୍ଞ ଶେଷରେ ପ୍ରଜାପତି ବ୍ରହ୍ମା କୁମ୍ଭକର୍ଣ୍ଣ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ଓ ତାଙ୍କୁ ବର ଦେବା ଲାଗି ବ୍ରହ୍ମା ଆଗ୍ରହ ପ୍ରକାଶ କରିଥିଲେ।ହେଲେ କୁମ୍ଭକର୍ଣ୍ଣ କୁଆଡେ ଇନ୍ଦ୍ରାସନ ମାଗିବା ବଦଳରେ ନିଦ୍ରାସନ ମାଗିଦେଇଥିଲେ। କୁହାଯାଇଛି, ଏହା ତାଙ୍କର ନିରନ୍ତର ଛଅ ମାସ ଶୋଇବା ପଛର ଏକ ବଡ଼ ରହସ୍ୟ।

କିନ୍ତୁ ଏସବୁ ପ୍ରସଙ୍ଗ ଉପରୁ ବିତର୍କ ଶେଷ ହୋଇନାହିଁ। କୌଣସି ଗୋଟିଏ ଠୋସ୍ ନିର୍ଯ୍ୟାସରେ କେହି ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି,ଯଦିଓ ଏଭଳି ଅନେକ ମତ ଆସେ।

Leave A Reply

Your email address will not be published.