ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବୋଲବମରେ କରୋନା ବ୍ରେକ୍

0

ଭୁବନେଶ୍ବର: ଏଥର ବି ଆଉ ଶୁଭିବନି ବୋଲବମ..ବୋଲବମ ଡାକ । ରାସ୍ତା ଆଉ ଦେଖିବାକୁ ମିଳିବେନି ମାଳ ମାଳ କାଉଡିଆ । ଢୁ ଢୁ ବର୍ଷାରେ ଜଟିଆ ବାବା ପାର କରେଗା..ଭୋଲା ବାବା ପାର କରେଗା..ଡାକି ଡାକି ଆଉ କଳସ ଧରି ଯିବେନି କାଉଡିଆ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। କୌଣସି ଧାର୍ମିକ ସ୍ଥାନରୁ ପାଣି ଉଠାଇପାରିବେନି କାଉଡିଆ । ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ କାଉଡିଆ ଯାତ୍ରା କରିପାରିବେନି।

ଶ୍ରାବଣ ମାସ ପାଇଁ ସରକାର ଲାଗୁ କଲେ ନିୟମ । ଜୁଲାଇ ଓ ଅଗଷ୍ଟରେ ବନ୍ଦ ରହିବ କାଉଡିଆଙ୍କ ଯାତ୍ରା । ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ପୂରା ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ବର୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଏଭଳି କଟକଣା ଲଗାଇଛନ୍ତି । କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏବେ ଦ୍ୱିତୀୟ ଲହରର ପ୍ରଭାବ ଯାଇନଥିବା ବେଳେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବା ଜରୁରୀ । ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ । ଦିନଦିନ ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି । ସାରା ଦେଶରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଆଇଏମଏ ମଧ୍ୟ ସୁପାରିସ କରିଥିଲା ।

Leave A Reply

Your email address will not be published.