ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଛାତ ଉପରୁ ମହାପ୍ରଭୁଙ୍କୁ ଦେଖିଲେ ବୋଲି..

0

ପୁରୀ: ରଥଯାତ୍ରା ବେଳେ ଛାତ ଉପରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା ମହଙ୍ଗା ପଡିଲା । ଚଳିତ ବର୍ଷ ମହାମାରୀ କରୋନା ପାଇଁ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ବଡ଼ଦାଣ୍ଡରେ ଥିବା ହୋଟେଲ କି ଘର ଉପରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ବଳଗଣ୍ଡି ସ୍ଥିତ ଏକ ହୋଟେଲ ଉପରେ କିଛି ଲୋକ ଠାକୁରଙ୍କୁ ଦର୍ଶନ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ତହସିଲଦାର ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ହୋଟେଲକୁ ସିଲ କରାଯାଇଛି । ରଥଯାତ୍ରାରେ ଜାରି ହୋଇଥିବା ନିୟମ ଉଂଲଘନ ଅଭିଯୋଗରେ ହୋଟେଲକୁ ସିଲ କରିଛି ପ୍ରଶାସନ।

କରୋନା ପାଇଁ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଥିଲା। ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର କିମ୍ବା ହୋଟେଲ ଅଛି , କେହି ବି ଛାତଉପରୁ ଆସି ରଥଯାତ୍ରା ଦେଖିପାରିବେ ନାହିଁ । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଘରେ ରହିବେ ବୋଲି ନିୟମ ଲାଗୁ କରାଯାଇଥିଲା । କିନ୍ତୁ ବଳଗଣ୍ଡି ସ୍ଥିତ ଏହି ହୋଟେଲ ଉପରୁ କିଛି ଲୋକ ଠାକୁର ଦର୍ଶନ କରୁଥିବା ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave A Reply

Your email address will not be published.