ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଛାତ ଉପରୁ ମହାପ୍ରଭୁଙ୍କୁ ଦେଖିଲେ ବୋଲି..

0

ପୁରୀ: ରଥଯାତ୍ରା ବେଳେ ଛାତ ଉପରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା ମହଙ୍ଗା ପଡିଲା । ଚଳିତ ବର୍ଷ ମହାମାରୀ କରୋନା ପାଇଁ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ବଡ଼ଦାଣ୍ଡରେ ଥିବା ହୋଟେଲ କି ଘର ଉପରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ବଳଗଣ୍ଡି ସ୍ଥିତ ଏକ ହୋଟେଲ ଉପରେ କିଛି ଲୋକ ଠାକୁରଙ୍କୁ ଦର୍ଶନ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ତହସିଲଦାର ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ହୋଟେଲକୁ ସିଲ କରାଯାଇଛି । ରଥଯାତ୍ରାରେ ଜାରି ହୋଇଥିବା ନିୟମ ଉଂଲଘନ ଅଭିଯୋଗରେ ହୋଟେଲକୁ ସିଲ କରିଛି ପ୍ରଶାସନ।

କରୋନା ପାଇଁ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଥିଲା। ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର କିମ୍ବା ହୋଟେଲ ଅଛି , କେହି ବି ଛାତଉପରୁ ଆସି ରଥଯାତ୍ରା ଦେଖିପାରିବେ ନାହିଁ । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଘରେ ରହିବେ ବୋଲି ନିୟମ ଲାଗୁ କରାଯାଇଥିଲା । କିନ୍ତୁ ବଳଗଣ୍ଡି ସ୍ଥିତ ଏହି ହୋଟେଲ ଉପରୁ କିଛି ଲୋକ ଠାକୁର ଦର୍ଶନ କରୁଥିବା ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave A Reply

Your email address will not be published.